ETV Bharat / state

ଡାକ୍ତରଙ୍କ ତୃଟିପୂର୍ଣ୍ଣ ଚିକିତ୍ସାରେ ଯୁବତୀଙ୍କ ମୃତ୍ୟୁ ! - ଯୁବତୀଙ୍କ ଶୋଚନୀୟ ମୃତ୍ୟୁ

ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ଡାକ୍ତରଙ୍କ ତୃଟିପୂର୍ଣ୍ଣ ଚିକିତ୍ସା କାରଣରୁ 20 ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ । ମୃତ ଯୁବତୀଙ୍କ ପରିବାର ପକ୍ଷରୁ ଅଭିଯୋଗ ପାଇବା ପରେ ଖଡ଼ିଆଳ ପୋଲିସର ହସ୍ତକ୍ଷେପ । ଅଧିକ ପଢନ୍ତୁ

ଡାକ୍ତରଙ୍କ ତୃଟିପୂର୍ଣ୍ଣ ଚିକିତ୍ସାରେ ଯୁବତୀଙ୍କ ମତ୍ୟୁ

author img

By

Published : Sep 23, 2022, 10:29 PM IST

ନୂଆପଡା: ଖଡ଼ିଆଳ ଠାରେ ଡାକ୍ତରଙ୍କ ତୃଟିପୂର୍ଣ୍ଣ ଚିକିତ୍ସା କାରଣରୁ ଯୁବତୀଙ୍କ ମୃତ୍ୟୁ ଅଭିଯୋଗ । ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡା ଜିଲ୍ଲା ଖଡିଆଳରେ। ତେବେ ମୃତ ଯୁବତୀ ଜଣକ ହେଲେ ଖଡ଼ିଆଳ ନିକଟସ୍ଥ କୋଟିପଦର ଗ୍ରାମର ଜାନକୀ ପଟେଲ(20) । ସୂଚନା ଅନୁଯାୟୀ, ଜାନକୀଙ୍କୁ ପ୍ରବଳ ମାତ୍ରୀରେ ଜ୍ବର ହୋଇଥିଲା । ଏନେଇ ପରିବାର ଲୋକେ ଖଡ଼ିଆଳ ଠାରେ ଥିବା ଘରୋଇ କ୍ଲିନିକକୁ ଆଣିଥିଲେ। ସେଠାରେ ଡାକ୍ତର ଚିକିତ୍ସା ଆରମ୍ଭ କରିଥିଲେ । ପରେ ପିଡିତା ଯୁବତୀ ଙ୍କୁ ଏକ ଇଞ୍ଜେକ୍ସନ ଦେଇଥିଲେ । ତେବେ ଏହି ଇଞ୍ଜେକ୍ସନ ଦେବା ମାତ୍ରେ ପିଡିତା ଯୁବତୀ ଜଣଙ୍କ ପ୍ରବଳ ବାନ୍ତି କରିବା ସହ ମୃତ୍ୟୁବରଣ କରିଛନ୍ତି । ଏଭଳି ତୃଟି ପୂର୍ଣ୍ଣ ଚିକିତ୍ସା କାରଣରୁ ମୃତ୍ୟୁ ହୋଇଥିବା ପରିବାର ଲୋକେ ଖଡ଼ିଆଳ ଥାନାରେ ଅଭିଯୋଗ କରିଛନ୍ତି ।

ଡାକ୍ତରଙ୍କ ତୃଟିପୂର୍ଣ୍ଣ ଚିକିତ୍ସାରେ ଯୁବତୀଙ୍କ ମୃତ୍ୟୁ

ଅପରପକ୍ଷେ ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଚିକିତ୍ସା ଅଧିକାରୀ ରଞ୍ଜିତ ସିଂ ରାଉତଙ୍କୁ ପଚାରିବାରୁ ଯୁବତୀ ମୃତ୍ୟୁ ଘଟଣାକୁ ସ୍ବୀକାର କରିବା ସହ ପୋଲିସ ଷ୍ଟେସନରେ କେସ ଦେଇ ତଦନ୍ତ କରାଯିବ ଏବଂ ଦୃଢ କାର୍ଯ୍ୟାନୁଷ୍ଠା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଏହାସହ ବେଆଇନ କ୍ଲିନିକ ମାନଙ୍କୁ ବନ୍ଦ କରିବେ ବୋଲି ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.