ETV Bharat / state

ପରିତ୍ୟକ୍ତ ସ୍ଥାନରେ ପରିଣତ ହୋଇଛି ଜିଲ୍ଲାପାଳଙ୍କ ଡ୍ରିମ ପ୍ରୋଜେକ୍ଟ - Park became rickety in Nuapada

Park became decaying Due to lack of Maintenance: ଲକ୍ଷାଧିକ ଟଙ୍କାରେ ନିର୍ମିତ ପାର୍କର ସୁରକ୍ଷା ଓ ରକ୍ଷଣବେକ୍ଷଣା ଅଭାବରୁ କରଙ୍ଗାମାଲ ଗ୍ରାମୀଣ ପାର୍କ ଭାଙ୍ଗି ନଷ୍ଟ ହେବା ସହିତ ମଶାଣି ଭୂଇଁ ପାଲଟି ଯାଇଛି । ଅଧିକ ପଢ଼ନ୍ତୁ

ପରିତ୍ୟକ୍ତ ସ୍ଥାନରେ ପରିଣତ ହୋଇଛି ଜିଲ୍ଲାପାଳଙ୍କ ଡ୍ରିମ ପ୍ରୋଜେକ୍ଟ
ଭଗ୍ନ ଅବସ୍ଥାରେ ପଡ଼ିଛି ପାର୍କ
author img

By ETV Bharat Odisha Team

Published : Jan 13, 2024, 9:57 PM IST

Updated : Jan 13, 2024, 10:09 PM IST

ପରିତ୍ୟକ୍ତ ସ୍ଥାନରେ ପରିଣତ ହୋଇଛି ଜିଲ୍ଲାପାଳଙ୍କ ଡ୍ରିମ ପ୍ରୋଜେକ୍ଟ

ନୂଆପଡା: ପ୍ରାତଃ ସନ୍ଧ୍ୟା ବ୍ୟାୟାମ ପ୍ରାଣାୟମ ସହିତ ଆମୋଦ ପ୍ରମୋଦ କରିବା ଏବଂ ଭ୍ରମଣ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ଗ୍ରାମ ପଞ୍ଚାୟତ ଗୁଡିକରେ ଗ୍ରାମୀଣ ପାର୍କ ନିର୍ମାଣ କରିଛନ୍ତି । ଯାହାଫଳରେ ଗ୍ରାମାଞ୍ଚଳର ବରିଷ୍ଠ ନାଗରିକ ଯୁବକ ଯୁବତୀ ତଥା ଛାତ୍ରଛାତ୍ରୀ ପାର୍କର ମଜାନେଇ ଉତ୍ତମ ସ୍ୱାସ୍ଥ୍ୟ ଗଠନ କରି ପାରିବେ । ହେଲେ ଲକ୍ଷାଧିକ ଟଙ୍କାରେ ନିର୍ମିତ ପାର୍କର ସୁରକ୍ଷା ଓ ରକ୍ଷଣବେକ୍ଷଣା ଅଭାବରୁ କରଙ୍ଗାମାଲ ଗ୍ରାମୀଣ ପାର୍କ ଭାଙ୍ଗି ନଷ୍ଟ ହେବା ସହିତ ମଶାଣି ଭୂଇଁ ପାଲଟି ଯାଇଛି ।

ନୂଆପଡା ଜିଲ୍ଲା ବୋଡେନ ବ୍ଲକ କରଙ୍ଗାମାଲ ହାଇସ୍କୁଲ ଲାଗିରହିଛି ଓଡିଶା ସରକାରଙ୍କ ନିର୍ମିତ ଗ୍ରାମୀଣ ପାର୍କ । ଏହି ପାର୍କରେ 20 ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରାଯାଇଛି । ନୂଆପଡା ତତ୍କାଳୀନ ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କ ଡ୍ରିମ ପ୍ରୋଜେକ୍ଟ ଭାବରେ ପରିଗଣିତ ହୋଇଥିଲା । ଜିଲ୍ଲାରେ ଏହି ପାର୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ, ପାର୍କକୁ ଦେଖିବାପାଇଁ ଅନ୍ୟ ଅଞ୍ଚଳର ଲୋକମାନେ ଆସୁଥିଲେ । ପାର୍କକୁ ଦେଖି ପାର୍କର ଗୁଣ ଗାରିମାର ପ୍ରଶଂସା ମଧ୍ୟ କରୁଥିଲେ । ଦୁଃଖର ବିଷୟ ଜିଲ୍ଲାପାଳଙ୍କ ଏହି ଡ୍ରିମ ପାର୍କ ଭାଙ୍ଗି ପରିତ୍ୟକ୍ତ ସ୍ଥାନର ରୂପ ନେଇଛି । ଅନାବନା କଣ୍ଟା ଗଛରେ ଭରି ଯାଇଛି ପାର୍କ । ପାର୍କରେ ଲାଗିଥିବା ଷ୍ଟାଇଲ ପଥର ଗୁଡିକ ନଷ୍ଟ ହୋଇ ପଡିଛି । ଦିନେ ପାର୍କକୁ ଦେଖି ଗୁଣଗାନ କରୁଥିବା ଲୋକ ଏବେ ମୁହଁ ମୋଡୁଛନ୍ତି । ତେବେ ଏହି ଅବସ୍ଥାର ମୁଖ୍ୟ କାରଣ ହେଉଛି ରକ୍ଷଣା ବେକ୍ଷଣରେ ଅନିୟମିତତା । ପାର୍କକୁ କେବଳ ଗଢ଼ିଦେଲେ ହେବ ନାହିଁ । ସେଥିରେ ଥିବା ଆସବା ପତ୍ର ସାଙ୍ଗକୁ ଲାଗିଥିବା ଗଛର ଯତ୍ନ ନେବା ମଧ୍ୟ ସେତିକି ଆବଶ୍ୟକ । କିନ୍ତୁ ସରକାରଙ୍କ ଅବହେଳା କାରଣରୁ ପାର୍କର ଏଭଳି ଅବସ୍ଥା ହୋଇଥିବା ଅଭିଯୋଗ ଆସିଛି ।

ଏହା ମଧ୍ୟ ପଢ଼ନ୍ତୁ..... 80 ବର୍ଷର ପୁରୁଣା କୋଠ ଘରକୁ ନଭାଙ୍ଗି ତା ଉପରେ ପଡୁଛି ଛାତ, ଏମିତି ଚାଲିଛି ଆମ ଓଡ଼ିଶା ନବୀନ ଓଡ଼ିଶା ନିର୍ମାଣ କାର୍ଯ୍ୟ

କରଙ୍ଗାମାଲ ଗ୍ରାମୀଣ ପାର୍କରେ ଖର୍ଚ୍ଚ ହୋଇଥିବା 20 ଲକ୍ଷ ଟଙ୍କା ଯେମିତି ପାଣିରେ ପଡ଼ିଛି । ପାର୍କ ନିର୍ମାଣ ହେବାର ମାତ୍ର 6 ବର୍ଷ ହେଇଥିଲେ ମଧ୍ୟ ଏହାର ଅବସ୍ଥା କଥା ନହିବା ଭଲ । ସରକାର ଗ୍ରାମାଞ୍ଚଳ ଲୋକମାନଙ୍କ ଆମୋଦ ପ୍ରମୋଦ ପାଇଁ ପାର୍କ ନିର୍ମାଣ କଲେ ସତ । କିନ୍ତୁ ପାର୍କର ସୁରକ୍ଷା ଦାୟିତ୍ୱ ଦୌନିକ ମେଣ୍ଟେନାସ ଦାୟିତ୍ୱ ଯେପରି ଭୁଲିଗଲେ । ଫଳରେ ପାର୍କର ଅବସ୍ଥା ଶୋଚନୀୟ ହୋଇପଡିଛି । ତେବେ ସେଠାକାର ସ୍ଥାନୀୟ ଲୋକଙ୍କ କହିବା ଅନୁଯାଇ ଆଗକୁ ଆସି ବୁଲିବାକୁ ଭଲ ଲାଗୁଥିଲା । କିନ୍ତୁ ଏଠିଥିବା ସାମଗ୍ରୀ ସବୁ ଭାଙ୍ଗିବା ସହ ପାର୍କଟି ଆବର୍ଜନାରେ ଭରି ହୋଇରହିଛି । ଏଠାରେ କୌଣସି ସୁରକ୍ଷା କର୍ମଚାରୀ ନଥିବାରୁ ଏଠାକାର ପରିବେଶ ଖରାପ ହେଉଛି । ତେବେ ଏନେଇ କରଙ୍ଗାମାଲ ସରପଞ୍ଚ କହିଛନ୍ତି, ’’ ସରକାର ପାର୍କ ନିର୍ମାଣ କଲେ ହେଲେ ଦୈନିକ ରକ୍ଷଣାବେକ୍ଷଣ ପାଇଁ ସରକାର ଫଣ୍ଡିଙ୍ଗ ବ୍ୟବସ୍ଥା କଲେ ନାହିଁ । ଯାହା ଫଳରେ ପାର୍କର ଅବସ୍ଥା ଠିକ ନାହିଁ ।‘’

ଇଟିଭି ଭାରତ, ନୂଆପଡା

Last Updated : Jan 13, 2024, 10:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.