ନୂଆପଡା: ବଣ ପାହାଡ଼ ଘେରା ବୋଡେ଼ନ ବ୍ଲକ ମାଓ ପ୍ରବଣ ଭଇଁଶାଦାନୀ ପଖାନପଡା ଗାଁରେ ମାଆ ବାପା ଛେଉଣ୍ଡ 3ନାବାଳକ ଶିଶୁଙ୍କ କରୁଣ ଦୃଶ୍ୟ । ବାପା କୃଷ୍ଣ ମାଝୀ ମୃତ୍ୟୁ ବରଣ ହେବାର 5ମାସ ପରେ ସ୍ତ୍ରୀ ମଦନା ମାଝୀଙ୍କୁ ବିଷଧର ସାପ କାମୁଡ଼ିବାରୁ ଅକାଳରେ ମୃତ୍ୟୁ ବରଣ କରିଛନ୍ତି । ଏବେ 3ନାବାଳକ ଶିଶୁ ବୁଢ଼ୀମାଆ ଏବଂ ବଡମାଆ ପାଖରେ ଆଶ୍ରୟ ନେଇ ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି ।
ଆରପାରିରେ ବାପା-ମା, ଦୁର୍ଦ୍ଦିନରେ 3 ସନ୍ତାନ - ଦୁର୍ଦ୍ଦିନରେ 3 ସନ୍ତାନ
ନୂଆପଡା ବଣ ପାହାଡ଼ ଘେରା ବୋଡେ଼ନ ବ୍ଲକ ମାଓ ପ୍ରବଣ ଭଇଁଶାଦାନୀ ପଖାନପଡା ଗାଁରେ ମାଆ ବାପା ଛେଉଣ୍ଡ 3ନାବାଳକ ଶିଶୁ ଙ୍କ କରୁଣ ଦୃଶ୍ୟ । ଏବେ 3ନାବାଳକ ଶିଶୁ ବୁଢ଼ୀମାଆ ଏବଂ ବଡମାଆ ପାଖରେ ଆଶ୍ରୟ ନେଇ ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି । ଅଧିକ ପଢନ୍ତୁ..
ଆରପାରୀରେ ବାପା-ମା, ଦୁର୍ଦ୍ଦିନରେ 3 ସନ୍ତାନ
ନୂଆପଡା: ବଣ ପାହାଡ଼ ଘେରା ବୋଡେ଼ନ ବ୍ଲକ ମାଓ ପ୍ରବଣ ଭଇଁଶାଦାନୀ ପଖାନପଡା ଗାଁରେ ମାଆ ବାପା ଛେଉଣ୍ଡ 3ନାବାଳକ ଶିଶୁଙ୍କ କରୁଣ ଦୃଶ୍ୟ । ବାପା କୃଷ୍ଣ ମାଝୀ ମୃତ୍ୟୁ ବରଣ ହେବାର 5ମାସ ପରେ ସ୍ତ୍ରୀ ମଦନା ମାଝୀଙ୍କୁ ବିଷଧର ସାପ କାମୁଡ଼ିବାରୁ ଅକାଳରେ ମୃତ୍ୟୁ ବରଣ କରିଛନ୍ତି । ଏବେ 3ନାବାଳକ ଶିଶୁ ବୁଢ଼ୀମାଆ ଏବଂ ବଡମାଆ ପାଖରେ ଆଶ୍ରୟ ନେଇ ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି ।
ଦୁର୍ଗମ ବଣ ପାହାଡ଼ ଘେରା ଭଇଁଶାଦାନୀ ପଖାନପଡା ଗାଁରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ମାଆ ବାପା ଛେଉଣ୍ଡ 3 ନାବାଳକ ଶିଶୁ । ବାପା ମାଆ ଆରପାରିକୁ ଚାଲିଯାଇଥିବାବେଳେ,ବେସାହାରା 3 ନାବାଳକ । ମୃତ ଝିଅ ମଦନା ଜୁଆଇଁ କୃଷ୍ଣ ପାଖରେ ରହି ବୁଢ଼ୀମାଆ ମୃତ କୃଷ୍ଣଙ୍କ ଶାଶୁ ପରିଣତ ବୟସ ବିତାଉଥିଲେ । ଝିଅ ଜ୍ବାଇଁଙ୍କ ମୃତ୍ୟୁ ପରେ ବୁଢ଼ୀ ମାଆ ବି ବେସାହାରା । ପର ଘରେ ଆଶ୍ରୟ ନେଇ ଚାଲୁଥିବା ବୁଢ଼ୀ ମାଆ ଏବେ 3 ନାବାଳକ ଶିଶୁଙ୍କୁ କିଭଳି ପ୍ରତିପୋଷଣ କରିବେ ଚିନ୍ତାରେ ଭାଙ୍ଗି ପଡିଛନ୍ତି । ବୁଢ଼ୀ ମାଆ ଏବଂ 3 ନାବାଳକ ଶିଶୁଙ୍କୁ ଏବେ ବଡ଼ ମାଆ ଯତ୍ନ ନେଉଛନ୍ତି । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନ ଥିବାରୁ ବଡ ମାଆ ଅନୁଶୟା ମଧ୍ୟ ସରକାରଙ୍କ ସହାୟତାକୁ ଅପେକ୍ଷା କରିଛନ୍ତି । ଅପରପକ୍ଷେ ମୃତକଙ୍କ ଶୁଦ୍ଧିକ୍ରିୟା ଶେଷ ହେବାପରେ ଶିଶୁ ମାନଙ୍କୁ ଉଦ୍ଧାର କରି ରହିବା ଖାଇବା ଏବଂ ଶିକ୍ଷା,ସୁରକ୍ଷା ପ୍ରତି ପଦକ୍ଷେପ ନେବେ ବୋଲି ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବଳଦେବ ରଥ ପ୍ରକାଶ କରିଛନ୍ତି ।
ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ