ETV Bharat / state

ଅସହାୟ ବୃଦ୍ଧଙ୍କୁ ଆବାସ ଗୃହ ଯୋଗାଇବା ପାଇଁ ଦାବି

ଅସହାୟ ବୃଦ୍ଧଙ୍କୁ ଆବାସ ଗୃହ ଯୋଗାଇବା ପାଇଁ ଦାବି । ଆଦିବାସୀ ଅଧ୍ୟୁଷିତ ଖଇରା ଗାଁ ଖଲିଆବନ୍ଧ ନିବାସୀ ବାଳାଧର ମାଝୀଙ୍କ କଞ୍ଚା ମାଟି ଛପର ବାସଗୃହ ଶୋଚନୀୟ ହୋଇପଡିଛି । ଅଧିକ ପଢନ୍ତୁ...

ଅସହାୟ ବୃଦ୍ଧଙ୍କୁ ଆବାସ ଗୃହ ଯୋଗାଇବା ପାଇଁ ଦାବି
ଅସହାୟ ବୃଦ୍ଧଙ୍କୁ ଆବାସ ଗୃହ ଯୋଗାଇବା ପାଇଁ ଦାବି
author img

By

Published : Aug 15, 2020, 11:01 PM IST

ନୂଆପଡା: ଅସହାୟ ବୃଦ୍ଧଙ୍କୁ ଆବାସ ଗୃହ ପାଇଁ ଦାବି । ସରକାର ସମସ୍ତ ଗରିବ ଲୋକମାନଙ୍କୁ ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘର ଯୋଗେଇଦେବାକୁ ଘୋଷଣା କରିଛନ୍ତି। ଏଥିପାଇଁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକା ଘର ଯୋଜନା କାଯ୍ୟକାରୀ କରିଛନ୍ତି। ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଉଦାସୀନତା ଯୋଗୁଁ ପ୍ରକୃତ ଗରିବ ହିତାଧିକାରୀମାନେ ଏହି ଯୋଜନା ପାଇବାରୁ ବଞ୍ଚିତ ହୋଇ ରହୁଛନ୍ତି ।

ଅସହାୟ ବୃଦ୍ଧଙ୍କୁ ଆବାସ ଗୃହ ଯୋଗାଇବା ପାଇଁ ଦାବି

ନୂଆପଡା ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଖଇରା ଗାଁ ଖଲିଆବନ୍ଧ ନିବାସୀ ବାଳାଧର ମାଝୀଙ୍କ କଞ୍ଚା ମାଟି ଛପର ବାସଗୃହ ଶୋଚନୀୟ ହୋଇପଡିଛି । କଞ୍ଚାମାଟି କାନ୍ଥ ଗୁଡିକ ଫାଟି ଆଁ କରିଥିବାବେଳେ, ବିପଦସଂକୁଳ ଅବସ୍ଥାରେ ଦିନ କାଟୁଛନ୍ତି ବାଳାଧରଙ୍କ ପରିବାର । ବୃଦ୍ଧ ବାଳାଧର ମାଝୀ ଗରିବ ଅସହାୟ ଲୋକ ହୋଇଥିବାବେଳେ ନୂତନ ବାସଗୃହ ନିର୍ମାଣ ପାଇଁ ସକ୍ଷମ ନୁହନ୍ତି । ବୃଦ୍ଧଙ୍କ ପରିବାରରେ 4 ଜଣ ସଦସ୍ୟ ରହିଥିବାବେଳେ, ଜମିବାଡ଼ି କିଛି ବି ନାହିଁ । ସରକାର ତୁରନ୍ତ ବୃଦ୍ଧାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଗାଇଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.