ETV Bharat / state

ଦାଦନଙ୍କ ପାଇଁ ସରକାରୀ ଯୋଜନା ଅପହଞ୍ଚ ! - ଦାଦନ ଦୁଃଖ

ନୂଆପଡା ଜିଲ୍ଲାରୁ ପୁଣି ଏକ ଦାଦନ ପରିବାରର କରୁଣ କାହାଣୀ ସାମନାକୁ ଆସିଛି । ଦାଦନ ଖଟିବାକୁ ସୁଦୂର ଚେନ୍ନାଇ ସହରକୁ ଯାଇ ଦୀର୍ଘ ୫ ବର୍ଷ ହେଲା ସ୍ଵାମୀ ନିଖୋଜ । ନିଖୋଜ ଶ୍ରମିକର ସ୍ତ୍ରୀ ମିଚି ବାଗ ନିଜଗାଁକୁ ଫେରି ଆସି ୪ ନାବାଳକ ସନ୍ତାନ ସହ ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା
author img

By

Published : Aug 9, 2019, 9:53 PM IST

ନୂଆପଡା: ରାଜ୍ୟରେ ଥମୁନି ଦାଦନ ଦୁଃଖ । ପେଟ ପାଟଣା ପାଇଁ ଦାଦନ ଖଟିବାକୁ ଯାଉଛନ୍ତି ଲୋକେ । କିଏ ପରିବାରକୁ ଦାନା ମୁଠାଏ ଯୋଗାଉଛି ତ ପୁଣି କିଏ ସର୍ଦ୍ଦାର ପାଖରେ ବନ୍ଧା ପଡୁଛି । ପୁଣି କିଏ ନିଖୋଜ ହୋଇଯାଉଛି । ଏମିତି ଏକ କାହାଣୀ ନୂଆପଡା ଜିଲ୍ଲା ଜୟବାହାଲ ଗାଁର ମିଚି ବାଗଙ୍କର ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ଗତ 2014 ମସିହାରେ ସ୍ବାମୀ ତ୍ରିନାଥ ବାଗଙ୍କ ସହ ମିଚି ଓ 4 ସନ୍ତାନ ଦାଦନ ଖଟିବାକୁ ସୂଦୁର ଚେନ୍ନାଇ ଯାଇଥିଲେ । ସେଠାରେ କିଛି ଦିନ କାମ ହଠାତ୍‌ ନିଖୋଜ ହୋଇଗଲେ ତ୍ରିନାଥ । ଏହାପରେ ମିଚିଙ୍କ ଉପରେ ଯେମିତି ଦୁଃଖର ପାହାଡ ଛିଣ୍ଡି ପଡିଲା । ଦୀର୍ଘଦିନ ଧରି ସ୍ବାମୀଙ୍କ କୌଣସି ଖୋଜ ଖବର ନ ମିଳିବା ପରେ ମିଚି ପିଲାଛୁଆଙ୍କୁ ନେଇ ନିଜ ଗାଁକୁ ଫେରି ଆସିଥିଲେ । ହେଲେ ଦୁଃଖ କମିବା ବଦଳରେ ଦ୍ବିଗୁଣ ହୋଇଗଲା। ମିଚିଙ୍କ 4 ସନ୍ତାନ ମଧ୍ୟରୁ 16 ବର୍ଷିୟ ପୁଅ ହାଇଦ୍ରାବାଦରେ କାମ କରୁଛନ୍ତି ।

ତେବେ 4 ପ୍ରାଣୀ ପେଟକୁ ଦାନା ମୁଠାଏ ଯୋଗାଇବା ମିଚିଙ୍କ ପାଇଁ କଷ୍ଟସାଧ୍ୟ ହୋଇ ପଡିଛି । ଆଉ ଏଭଳି ସ୍ଥିତିରେ ଘର କଥା ପଚାରେ ବା କିଏ । ଅତି ବିପଦ ସଙ୍କୁଳ ଅବସ୍ଥାରେ ରହୁଛନ୍ତି ମିଚିଙ୍କ ପରିବାର । ସରକାରୀ ସାହାଯ୍ୟ ତାଙ୍କ ପାଇଁ ଅପହଞ୍ଚ । ମିଚିଙ୍କୁ ସାହାଯ୍ୟ ଯୋଗାଇ ଦେବା ପାଇଁ ଆମେ ଭେଟିଥିଲୁ ବୋଡେନ ବିଡିଓଙ୍କୁ । ସେ ତଦନ୍ତ କରି ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:Body:

nuapada

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.