ETV Bharat / state

ଲାଲବାହିନୀ ପୋଷ୍ଟରରେ ଥିଲା ନାଁ, ମାଓବାଦୀଙ୍କୁ ଚକ୍‌ମା ଦେଇ ଖସି ଆସିଲେ ହଜାରେ ବଛା

author img

By

Published : Mar 2, 2023, 10:49 AM IST

ନୂଆପଡା ଜିଲ୍ଲାରେ ମାଓ ପୋଷ୍ଟର । ପୋଷ୍ଟରରେ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରାଯିବାର ଉଲ୍ଲେଖ ପରେ ମାଓବାଦୀକୁ ଚକ୍‌ମା ଦେଇ ଖସି ଯାଇଛନ୍ତି ହଜାରେ ବଛା । ଅଧିକ ପଢ଼ନ୍ତୁ

ମାଓ ପୋଷ୍ଟର କୁ ନେଇ ଛନକା
ମାଓ ପୋଷ୍ଟର କୁ ନେଇ ଛନକା

ନୂଆପଡାରେ ମାଓ ପୋଷ୍ଟର କୁ ନେଇ ଛନକା

ନୂଆପଡା: ହତ୍ୟା କରିବାକୁ ପ୍ରସ୍ତୁତ ଥିଲେ ମାଓବାଦୀ । ପୋଷ୍ଟରରେ ନାଁ ମଧ୍ୟ ଉଲ୍ଲେଖ କରିଥିଲେ । ହେଲେ ବଞ୍ଚିଯାଇଛି ଜୀବନ । ମାଓବାଦୀଙ୍କୁ ଚକ୍‌ମା ଦେଇ ଖସି ଆସିଛନ୍ତି ହଜାରେ ବାଗ୍‌ । ଏମିତି ଏକ ଘଟଣା ଘଟିଛି ନୂଆପଡା ଜିଲ୍ଲାର ବୋଡେନ ବ୍ଲକ ପାଟଦରା ଗର୍ଜନପାଣି ଗାଁରେ । ଗାଁରେ ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲାଗିଛି । ପୋଷ୍ଟରରେ ପୋଲିସ ଇନଫର୍ମର ସନ୍ଦେହରେ ହଜାରେ ବଛାକୁ ହତ୍ୟା କରାଯିବର ଉଲ୍ଲେଖ କରିଥିଲେ ଲାଲବାହୀନି । ତେବେ ମାଓବାଦୀ ଏହି ହତ୍ୟାକାଣ୍ଡ ଘଟାଇବା ପୂର୍ବରୁ ହଜାରେ ବଛା ମାଓବାଦୀକୁ ଚକମା ଦେଇ ଖସି ଯାଇଥିଲା । ହଜାରେ ବଛା ରାତ୍ରି ତମାମ ଜଙ୍ଗଲ ରାସ୍ତାଦେଇ ସୁରକ୍ଷା ପାଇଁ ନୂଆପଡା SPଙ୍କ ପାଖରେ ପହଞ୍ଚିଥିବା ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ ଗର୍ଜନପାଣି ଗାଁର ହଜାରେ ବଛା ପୋଲିସ ଇନଫର୍ମର ଭାବରେ SPO କାମ ଦୀର୍ଘବର୍ଷରୁ କରିଆସୁଥିଲେ । ନୂଆପଡା ମେନପୁର ଡିଭିଜନ ମାଓବାଦୀ ସଂଗଠନ ପୂର୍ବରୁ ହଜାରେ ବଛାକୁ ବାରମ୍ବାର ତାଗିତ ମଧ୍ୟ କରିଥିଲା । ଏହାସହ ପୋଲିସ ଇନଫର୍ମର କାର୍ଯ୍ୟ ବନ୍ଦ ନକଲେ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲା ଲାଲବାହିନୀ ।

ଏଥିପାଇଁ ମାଓ ପୋଷ୍ଟର ଜାରି କରି ହଜାରେ ବଛା ହତ୍ୟା କରିବାକୁ ଧମକ ଦେଇଥିଲା ଲାଲବାହିନୀ । ମାତ୍ର ହଜାରେ ବଛା ମାଓବାଦୀଙ୍କ ବନ୍ଧୁକ ଗୁଳିରୁ ବର୍ତ୍ତି ଯାଇଥିବାବେଳେ, ନୂଆ ଜୀବନ ପାଇଥିବା କୁହାଯାଉଛି । ହଜାରେ ବଛା ପାଖରୁ ସମସ୍ତ ବିଷୟ ଶୁଣିବା ପରେ ନୂଆପଡା SP ସୁରକ୍ଷା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି । ଏବେ ହଜାରେ ବଛା ବୋଡେନ ଥାନା ଅଧିନସ୍ଥ କୌଣସି ଏକ ସୁରକ୍ଷା ସ୍ଥାନରେ ଆତ୍ମଗୋପନ କରି ରହିଥିବା କୁହାଯାଉଛି ।

ନିଜଗାଁ ଗର୍ଜନପାଣିକୁ ଆଉ ହଜାରେ ବଛା ଫେରି ଯାଇପାରିବନାହିଁ କାରଣ ମାଓବାଦୀର ଭୟ ଅଛି, ହେଲେ ଘର ଦ୍ୱାର ପରିବାରକୁ ଛାଡି ହଜାରେ ବଛା କେମିତି କେଉଁଠି ରହିବ ତାହା ଏକ ପ୍ରଶ୍ନବାଚୀ । ମାଓବାଦୀ ଭୟରେ ପରିବାର ତ୍ୟାଗ କରି କେମିତି ଯେ ରହିବ ହଜାରେ ବଛା । ପୋଲିସ ପ୍ରଶାସନ ନୂଆପଡା SP ତାର ବଞ୍ଚିବା ପାଇଁ କଣ ପଦକ୍ଷେପ ନେଉଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ ।

ମାଓ ପ୍ରବଣ ଅଞ୍ଚଳର ନିରୀହ ଜଙ୍ଗଲିଆ ଆଦିବାସୀ ମାନେ ଏଭଳି ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହଜାରେ ବଛା କେବଳ ଜଣେ ଉଦାହରଣ । ଏଭଳି ଅନେକ ଆଦିବାସୀ ମାଓବାଦୀ ପୋଲିସ ମଧ୍ୟରେ ଚାଲୁଥିବା ଛକାପଞ୍ଜା ଭିତରେ ନିରୀହ ଆଦିବାସୀଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଛି । ଏଠିପ୍ରତି ସରକାର ଗଭୀରତାର ସହ ବିଚାର କରି ନିରୀହ ଆଦିବାସୀ ମାନଙ୍କୁ ସୁରକ୍ଷା ଯୋଗାଇଦେବା ଜରୁରୀ ହୋଇପଡିଛି ।

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.