ETV Bharat / state

ମାଓପ୍ରବଣ ଗାଁ, ସହରୀ ସଭ୍ୟତା ପାଇଁ ଉଦାହରଣ - nuapada village

ଗାଁରେ ପଡିନି ସରକାରୀ ଯୋଜନାର ପାଦ । କିନ୍ତୁ ଏହି ଛୋଟ ଗାଁଟି ଲୋକଙ୍କୁ ଦେଇଛି ବଡ ଶିକ୍ଷା । ଭବିଷ୍ୟତ ଲାଗି ଟଙ୍କା ଓ ସୁନା ଗହଣା ସଞ୍ଚୟ କରୁଥିବା ଆଧୁନିକ ମଣିଷକୁ ଶିଖାଇଛି ପ୍ରାକୃତିକ ଜଳସମ୍ପଦର ସଞ୍ଚୟ ।

ମାଓପ୍ରବଣ ଗାଁ, ସହରୀ ସଭ୍ୟତା ପାଇଁ ଉଦାହରଣ
author img

By

Published : Sep 2, 2019, 11:43 PM IST

ନୂଆପଡା: ମାଓପ୍ରବଣ ଛୋଟ ଗାଁ । ସହରୀ ସଭ୍ୟତା ଠାରୁ ଦୂରରେ ବସବାସ କରନ୍ତି ଆଦିମ ଜନଜାତି । ଶିକ୍ଷା, ସ୍ବାସ୍ଥ୍ୟ ସବୁ କ୍ଷେତ୍ରରେ ପଛୁଆ । ଗାଁରେ ପଡିନି ସରକାରୀ ଯୋଜନାର ପାଦ । କିନ୍ତୁ ଏହି ଛୋଟ ଗାଁଟି ଲୋକଙ୍କୁ ଦେଇଛି ବଡ ଶିକ୍ଷା । ଭବିଷ୍ୟତ ଲାଗି ଟଙ୍କା ଓ ସୁନା ଗହଣା ସଞ୍ଚୟ କରୁଥିବା ଆଧୁନିକ ମଣିଷକୁ ଶିଖାଇଛି ପ୍ରାକୃତିକ ଜଳସମ୍ପଦର ସଞ୍ଚୟ ।

ଭବିଷ୍ୟତ ପିଢି ପାଇଁ ଯାହା ଗୁରୁତ୍ବପୂର୍ଣ୍ଣ ତାହାକୁ ଆମେ କରୁଛୁ ଅଣଦେଖା । ଏହି ଶିକ୍ଷା ଦେଇଛନ୍ତି ନୂଆପଡା ଖୋଲିଭିତର ଗାଁରେ ଆଦିମ ଜନଜାତି ପହରିଆ ଭୁଞ୍ଜିଆ । ଆଉ ଏମାନଙ୍କୁ ଆକ୍ଟ ଅଫ୍ ୱାଟର(ACT FOR WATER) ଡାକରା ଦେଇ ସଞ୍ଚୟ କରିବାର ଗୁରୁମନ୍ତ୍ର ଦେଇଛି ସାଇ ଏକ୍ସନଏଡ ସ୍ଵେଚ୍ଛାସେବୀ ଅନୁଷ୍ଠାନ ।

ମାଓପ୍ରବଣ ଗାଁ, ସହରୀ ସଭ୍ୟତା ପାଇଁ ଉଦାହରଣ

ଗାଁ ଲୋକେ ମିଳିତ ଉଦ୍ୟମରେ ନିର୍ମାଣ କରିଛନ୍ତି ଜଳ ଅମଳ ପ୍ରକଳ୍ପ । ନିଜ ଆର୍ଥିକ ଓ ପରିଶ୍ରମ ବଳରେ ତିଆରି ହୋଇଛି ପୋଖରୀ । ଏଥିରେ ସଞ୍ଚୟ ହେଉଛି ପାହାଡରୁ ବୋହିଆସୁଥିବା ଝରଣା ଓ ବର୍ଷା ପାଣିର ଜଳ । ନଳକୂପର ଖରାପ ପାଣିକୁ ମଧ୍ୟ କରାଯାଉଛି ସଞ୍ଚୟ । ଆଉ ଗାଁ ଲୋକଙ୍କ ଚାଷ କାମରେ ଲାଗୁଛି ସଞ୍ଚୟ ପାଣି। ଗାଁକୁ ମରୁଡିରୁ ରକ୍ଷା କରିବାକୁ ପାଇଲଟ ପ୍ରୋଜେକ୍ଟ ଭାବେ ଗ୍ରହଣ କରିଛି ସାଇ ।

ଏଥିପାଇଁ ଜଙ୍ଗଲ, ଜମି, ଜଳ ସୁରକ୍ଷା ଦିଗରେ କାମ କରୁଛନ୍ତି 100 ଜଳସାଥୀ। ଆଦିବାସୀ ଅଧ୍ୟୁଷିତ ଗାଁରେ ଏପରି ଉଦ୍ୟମ ଲାଗି ଗ୍ରାମବାସୀ ଓ ସାଇ ଅନୁଷ୍ଠାନକୁ ସମଗ୍ର ଜିଲ୍ଲାରେ ପ୍ରଶଂସା କରାଯାଉଛି।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.