ETV Bharat / state

ଜଳକଷ୍ଟ ଭୋଗୁଛନ୍ତି ବୋଇରଗାଁବାସୀ, ଚାଷଜମି ଚୁଆ ପାଲଟିଛି ଶେଷ ଭରସା - ନୂଆପଡ଼ାର ନିମନା ପାନୀୟ ଜଳ ସମସ୍ୟା

ମୁନ୍ଦାଏ ପିଇବା ପାଣି ପାଇଁ ଅଣ୍ଟାଏ ଗାତ ଖୋଳି ବୁନ୍ଦାବୁନ୍ଦା ଜଳ ସଂଗ୍ରହ କରୁଛନ୍ତି ଲୋକେ । ନୂଆପଡା ଜିଲ୍ଲା ବୋଡେନ ବ୍ଲକ ନିମନା ଏବଂ ବୋଇର ଗାଁରେ ଏଭଳି ଉତ୍କଟ ପାନୀୟ ଜଳ ସମସ୍ୟା ଦେଖାଦେଇଛି । ଅଧିକ ପଢ଼ନ୍ତୁ

ଜଳକଷ୍ଟ ଭୋଗୁଛନ୍ତି ବୋଇରଗାଁବାସୀ, ଚାଷଜମି ଚୁଆ ପାଲଟିଛି ସାହାଭରଷା

author img

By

Published : Apr 12, 2022, 9:33 PM IST

ନୂଆପଡ଼ା: ଗାଁଗାଁକୁ ପାନୀୟ ଜଳ ଯୋଗାଇ ଦିଆଯାଉଥିବା ନେଇ ଡିଣ୍ଡିମ ପିଟୁଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ହେଲେ ବାସ୍ତବ ଚିତ୍ର ଓଲଟା । ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ନିମନା ଏବଂ ବୋଇର ଗାଁରେ ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଏଠାରେ ପାଣି ପାଇଁ ଦୁଇ ଗାଁ ଲୋକେ ଏକ କିମି ଦୂରରେ ଥିବା ଏକ ଚାଷ ଜମି ଉପରେ ନିର୍ଭରଶୀଳ । ସେଠାରେ ଅଣ୍ଟାଏ ଗାତ ଖୋଳି ବୁନ୍ଦାବୁନ୍ଦା ପାଣି ସଂଗ୍ରହ କରୁଛନ୍ତି ଦୁଇ ଗ୍ରାମର ମହିଳା ।

ଜଳକଷ୍ଟ ଭୋଗୁଛନ୍ତି ବୋଇରଗାଁବାସୀ, ଚାଷଜମି ଚୁଆ ପାଲଟିଛି ସାହାଭରଷା

ଟାଣ ଖରାବେଳେ ପାନୀୟ ଜଳ ସମସ୍ୟା ଲୋକଙ୍କ ସମସ୍ୟା ଦୁଇଗୁଣା କରିଛି । ପାନୀୟ ଜଳ ପାଇଁ ଚାଷ ଜମିରେ ଥିବା ଚୁଆ ପାଖରେ ଭୋର ୪ଟାରୁ ମହିଳାଙ୍କ ଲାଇନ ଲାଗିଥାଏ । ରାତି ୧୦ଟା ପର୍ଯ୍ୟନ୍ତ ଲୋକ ଗାଁରୁ ୧ କିମି ଦୂରକୁ ଆସି ଚାଷ ଜମିରୁ ପାଣି ନେଇ ପାନୀୟଜଳ ଭାବରେ ବ୍ୟବହାର କରୁଛନ୍ତି । ଉଭୟ ଗାଁର ଲୋକେ ମୁନ୍ଦାଏ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ।

ଆଦିବାସୀ ବହୁଳ ବନ ପାହାଡ଼ ଘେରା ଦୁର୍ଗମ ନିମନା ଏବଂ ବୋଇରଗାଁ ଲୋକଙ୍କ ଜଳକଷ୍ଟ ଉପରେ ପ୍ରଶାସନର ଦୃଷ୍ଟି ପଡ଼ୁନଥିବା ଅଭିଯୋଗ ହୋଇଛି । ମାଓ ପ୍ରବଣ ଇଲାକା ଗୁଡିକରେ ଅଗ୍ରାଧିକାର ଭିତ୍ତିରେ ବିଜୁଳି, ଶିକ୍ଷା, ସ୍ବାସ୍ଥ୍ୟ, ପାଣି ଯୋଗାଇ କହୁଥିବା ବେଳେ, ନିମନା ବୋଇର ଗାଁରେ ଯୋଜନା ଅପହଞ୍ଚ ହୋଇପଡ଼ିଛି । ନୂଆପଡା ଜିଲ୍ଲା ଆଦିବାସୀ ବହୁଳ ବନ ପାହାଡ଼ ଘେରା ଦୁର୍ଗମ ଅଞ୍ଚଳର ଗ୍ରାମ ହେଉଛି ନିମନା ଏବଂ ବୋଇରଗାଁ । ଏଠାକାର ପାନୀୟ ଜଳ ସମସ୍ୟାକୁ ଦୂର କରିବାକୁ ନିବେଦନ କରିଛନ୍ତି ଗ୍ରାମବାସୀ ।

୨୦୦୬ରୁ ନମନା ଗ୍ରାମରେ ଏକ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ହେଲେ ଆଜି ଯାଏଁ ପାଣି ଟାଙ୍କି ନିର୍ମାଣ ହୋଇ ପାରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେପଟେ ରାସ୍ତାକାମ ଯୋଗୁଁ ଗାଁକୁ ସଂଯୋଗ ହୋଇଥିବା ପାନୀୟ ଜଳ ପାଇପ କଟି ଯାଇଛି । ପାନୀୟ ଜଳ ଯୋଜନାରେ ଦୁଇ ଗାଁ ସାମିଲ ରହିଛନ୍ତି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ।

ନୁଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.