ETV Bharat / state

ଦାଦନ ଦୁଃଖକୁ ଦଇବ ଦାଉ, ଦୁର୍ଘଟଣାରେ ଶ୍ରମିକ ହରାଇଲେ ହାତ ଗୋଡ - ଦୁର୍ଘଟଣାରେ ଶ୍ରମିକ ହରାଇଲେ ହାତ ଗୋଡ

ପେଟକୁ ମୁଠାଏ ଦାନା, ମୁଣ୍ଡକୁ ଛାତ । ବୟସର ଅପରାହ୍ନରେ ପହଞ୍ଚିଥିବା ବୃଦ୍ଧା ବାପାମାଙ୍କ ସାଜିଥାନ୍ତେ ସାହାରା । ଗରିବୀର କୋଷାଘାତରେ ପ୍ରତି ମୁର୍ହୂତ୍ତ ଯନ୍ତ୍ରଣା ଭୋଗୁଥିବା ଶ୍ରମିକଟି ଏତିକି ସ୍ବପ୍ନ ନେଇ ଯାଇଥିଲା ବାହାର ରାଜ୍ୟରେ ଦାଦନ ଖଟିବାକୁ। ହେଲେ ଦୁର୍ଭାଗ୍ୟ, ସୁସ୍ଥ ସବଳ ଭେଣ୍ଡିଆ ପୁଅ ହାତ ଗୋଡ଼ ହରାଇ ଫେରିଛି ନିଜ ଭିଟାମାଟିକୁ । ସାହାରା ବଦଳରେ ଏବେ ପରିବାରର ବୋଝ ସାଜିଛନ୍ତି ।

ଦାଦନ ଦୁଃଖକୁ ଦଇବ ଦାଉ
ଦାଦନ ଦୁଃଖକୁ ଦଇବ ଦାଉ
author img

By

Published : Sep 15, 2020, 7:24 PM IST

ନୂଆପଡା : ଜିଲ୍ଲାରେ ଦାଦନ ଶ୍ରମିକଙ୍କ ଦୁଃଖ ଦୁର୍ଦ୍ଦଶା ଥମିବାର ନାଁ ନେଉନି । ଜିଲ୍ଲାରେ ଦିନକୁ ଦିନ ଦାଦନ ସମସ୍ୟା ସାଙ୍ଘାତିକ ରୂପ ନେଉଛି । ରାଜ୍ୟ ବାହାରେ କେବେ ବନ୍ଧା ପଡୁଛି ତ ଆଉ କେବେ ଅକଥନୀୟ ନିର୍ଯାତନା ଶିକାର ହେଉଛି ଦାଦନ ଶ୍ରମିକଟିଏ । ହେଲେ ସରକାର ନିରବଦ୍ରଷ୍ଟା । ଜିଲ୍ଲାରୁ ପୁଣି ଏକ ଦାଦନ ଶ୍ରମିକ ଦୁଃଖ ଯନ୍ତ୍ରଣା ସାମ୍ନାକୁ ଆସିଛି ।

ଆମେ ଏଠି କହୁଛୁ, ନୂଆପଡା ଜିଲ୍ଲା କୁଲି ଗାଁର ରତ୍ନାକର ଲୁହାରଙ୍କ ପରିବାର କଥା । ସମ୍ପତ୍ତି କହିଲେ ଝାଟିମାଟିର କୁଡିଆ ଘର । ଆଉ କୌଳିକ ବୃତ୍ତିରୁ ଯେତିକି ମିଳେ ଓଳିଏ ପାଇଁ ଦାନା ଯୋଗାଡ ହୋଇପାରେ। ଏପରି ସ୍ଥିତିରେ ଭେଣ୍ଡିଆ ପୁଅ(23) ପବିତ୍ର ଭିଟାମାଟି ଛାଡି ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲା। ସେଠାରେ ସେ ଏକ ଭିଟାମାଟିରେ କାମ କରୁଥିଲା । ଦୁର୍ଭାଗ୍ୟ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପବିତ୍ରଙ୍କ ଡାହାଣ ହାତ ଓ ଗୋଡକୁ ହରାଇ ବସିଲେ । ପୁଅ ପବିତ୍ରର ଦୁର୍ଘଟଣା ପରେ ଏବେ ଦୁଃଖ ଦ୍ବିଗୁଣିତ ହୋଇଯାଇଛି ।

ଦାଦନ ଦୁଃଖକୁ ଦଇବ ଦାଉ, ଦୁର୍ଘଟଣାରେ ଶ୍ରମିକ ହରାଇଲେ ହାତ ଗୋଡ

ଭେଣ୍ଡିଆ ପୁଅର ଏହି ଦୁର୍ଦ୍ଦଶା ଦେଖି ବାପାମା ଭାଙ୍ଗି ପଡିଥିବାବେଳେ ପୁଅର ଭବିଷ୍ୟତକୁ ନେଇ ଏବେ ଚିନ୍ତାରେ l ସେପଟେ ପବିତ୍ର ନିଜେ ସ୍ବାବଲମ୍ବୀ ହେବା ସହ ସେମାନଙ୍କୁ ସହଯୋଗ କରିବାର ଇଚ୍ଛା ରଖିଛନ୍ତି । ଏଥିପାଇଁ ସେ ସରକାରଙ୍କୁ ଖଣ୍ଡେ ଦୋକାନ କରିଦେବାକୁ ନିବେଦନ କରିଛନ୍ତି । ଏନେଇ ସ୍ଥାନୀୟ ସରପଞ୍ଚ ସହାୟତା କରିବେ ବୋଲି କହିଛନ୍ତି ।

ରାଜ୍ୟରେ ଦାଦନ ସମସ୍ୟାର କଣ ଅନ୍ତ ନାହିଁ? କେତେଦିନ ରାଜ୍ୟର ଗରିବ ବାହାର ରାଜ୍ୟରେ ପ୍ରତାଡ଼ିତ ହେବେ? କାହିଁକି ସରକାର ଏହାର ସ୍ଥାୟୀ ସମାଧାନ କରିବାରେ ବିଫଳ? ଆଉ କେତେ ପରିବାର ଉଜୁଡିଲେ ଚେଇଁବେ ସରକାର? ଗୋଟିଏ ପଟେ ଲକ ଡାଉନ ବେଳେ ଫେରି ଆସିଥିବା ଶ୍ରମିକଙ୍କୁ ଏପର୍ଯ୍ୟନ୍ତ କାମ ଯୋଗାଇବାରେ ବିଫଳ ହେଲେ ପୁଣି ସେହି ଶ୍ରମିକ ତାଙ୍କ କର୍ମ ସ୍ଥଳକୁ କିପରି ଫେରିବେ ତାର ବ୍ୟବସ୍ଥା କରୁଛନ୍ତି l ଏଥିରୁ ଅନୁମାନ କରାଯାଇପାରେ ଏହି ଦାଦନ ସମସ୍ୟା ପ୍ରତି ସରକାର କେତେ ସମ୍ବେଦନଶୀଳ l

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.