ETV Bharat / state

ବୟସ 3 ବର୍ଷ, ବିଚକ୍ଷଣ ପ୍ରତିଭା ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ସୁଦିପ୍ତା

author img

By

Published : Nov 13, 2022, 8:12 PM IST

ମାତ୍ର ତିନି ବର୍ଷ ବୟସରେ ପାଇଛନ୍ତି ସଫଳତା । ନିଜର ବିଚକ୍ଷଣ ପ୍ରତିଭା ଯୋଗୁଁ 2022 India Book Of Recordsର ଅଧିକାରୀ ହୋଇପାରିଛନ୍ତି ସୁଦିପ୍ତା । ଅଧିକ ପଢନ୍ତୁ

ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ 3ବର୍ଷର କୁନି ଝିଅ ସୁଦିପ୍ତା

ନୂଆପଡା: ବୟସ ମାତ୍ର 3 ବର୍ଷ । ସମ୍ପୂର୍ଣ୍ଣ ପାଟି ବି ଖୋଲିନି । ହେଲେ ନିଜର ବିଚକ୍ଷଣ ପ୍ରତିଭା ଯୋଗୁଁ 2022 India Book Of Recordsର ଅଧିକାରୀ ହୋଇପାରିଛନ୍ତି ସୁଦିପ୍ତା । ଯାହାକୁ ନେଇ ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ଗ୍ରାମବାସୀ ପର୍ଯ୍ୟନ୍ତ ସମସ୍ତେ ଗର୍ବ ଅନୁଭବ କରୁଛନ୍ତି ।

ନୂଆପଡା ଜିଲ୍ଲା ସଦର ମହକୁମା ଠାରୁ 115 କିଲୋମିଟର ଦୂରତାରେ ଅବସ୍ଥିତ ସିନାପାଲି ବ୍ଲକ ହାତୀବନ୍ଧା ଗାଁର ସୁରେନ୍ଦ୍ର ମେହେର ଓ କବିତା ମେହେରଙ୍କ 3ବର୍ଷର ଝିଅ ସୁଦିପ୍ତା । କୁନି ଝିଅର ବିଚକ୍ଷଣ ପ୍ରତିଭା ଦେଖିଲେ ବିସ୍ମିତ ହୋଇ ପଡୁଛନ୍ତି ସାଧାରଣ ଲୋକେ । ସୁଦିପ୍ତା ନିମିଷକେ 12ଗୋଟି ରଙ୍ଗର ନାମ, ପଶୁପକ୍ଷୀର ନାମ,ଶରୀରର 15 ଅଂଶର ନାମ, ଇଂରାଜୀରେ 7ଟି ବାରର ନାମ, 20ଜଣ ସ୍ବାଧୀନତା ସଂଗ୍ରାମୀଙ୍କ ନାମ, 4ଟି ଦିଗର ନାମ ଅତି ସ୍ପଷ୍ଟ ଭାବେ କହିପାରୁଛନ୍ତି । ସେହିଭଳି 5 ଯୋଗସାନ କରିବା ସହିତ ଜାତୀୟ ସଙ୍ଗୀତ ଗାନ ଭଳି 19 ଗୋଟି କାର୍ଯ୍ୟକଳାପ ଦେଖାଇ 2022 India Book of Recordsରେ ନିଜର ସ୍ଥାନ ପକ୍କା କରିଛନ୍ତି ଏହି କୁନି ପ୍ରତିଭା । ସୁଦିପ୍ତାର ଏଭଳି ପ୍ରତିଭାକୁ ନେଇ ବାପା ମାଆ ବେଶ ଖୁସି ଥିବା ବେଳେ ଆଗକୁ ଏସିଆ ବୁକ ଅଫ ରେକର୍ଡ, ଗିନିଜ ବୁକ ଅଫ ରେକର୍ଡ ପାଇଁ ପ୍ରସ୍ତୁତି ଜାରି ରହିବ ବୋଲି ବାପା ମାଆ କହିଛନ୍ତି ।

କୁନି ଝିଅ ସୁଦିପ୍ତା ମେହେରଙ୍କ ଲୁକାୟିତ ପ୍ରତିଭା ଦିନକୁ ଦିନ ବିକଶିତ ହେବାରେ ଲାଗିଛି । ସୁଦିପ୍ତାକୁ 3ବର୍ଷ ହୋଇଥିବା ବେଳେ ତାର ବିଚକ୍ଷଣ ପ୍ରତିଭା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି । କାରଣ ଯେଉଁ ଶିଶୁ କଥା କହିବା ଶିଖି ନାହିଁ ତାରି ହୃଦୟରେ ଏତେ ଚମତ୍କାରିତା ଆସିଲା କେମିତି । ଏଭଳି ଅନେକ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ସ୍ଥାନୀୟ ଲୋକଙ୍କୁ । ମାଆ ବାପାଙ୍କ ଛଡା ସୁଦିପ୍ତାର ମୂଳ ଗୁରୁ ହେଉଛନ୍ତି ଜେଜେ ବାପା ଓ ଜେଜେ ମା’ । ଖେଳିବା ବୁଲିବା ସହିତ ଅଧିକ ସମୟ ଜେଜେ ମା’ଙ୍କ ପାଖରେ ମଜା କରିଥାଏ ସୁଦିପ୍ତା । ଜେଜେ ମା’ଙ୍କ ଭୁତୁଣୀ ଗପ ଶୁଣି ବେଶ ମଜା ନିଅନ୍ତି ସୁଦିପ୍ତା । ତେବେ ସୁଦିପ୍ତାର ଏଭଳି ରେକର୍ଡ ପାଇଁ ଜେଜେ ମାଆ ଲଳିତା ମେହେର ବେଶ ଖୁସି ଜାହିର କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ED ସ୍କାନରରେ ଅର୍ଚ୍ଚନାଙ୍କ ବାପା, ଚାଲିଛି ବ୍ଲାକମେଲିଂ ଲିଙ୍କର ଖୋଳତାଡ଼

3ବର୍ଷର କୁନି ଝିଅ ସୁଦିପ୍ତାଙ୍କ ଏହି ସଫଳତା ପାଇବା ପରେ ପରିବାର ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି । ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ସୁଦିପ୍ତା ବଡ ହୋଇ ପରିବାର ତଥା ଜିଲ୍ଲାର ନାଁକୁ ଆହୁରି ଆଗକୁ ନିଅନ୍ତୁ ବୋଲି ସମସ୍ତଙ୍କ ଆଶା ରହିଛି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.