ETV Bharat / state

ନ୍ୟାର୍ଯ୍ୟ ଦାବିରେ ଚାଷୀ-ମୂଲିଆ, ମୁଖ୍ୟମନ୍ତ୍ରୀଙ୍କୁ ପଠାଇଲେ 20 ଦଫା ଦାବି ପତ୍ର

ନୂଆପଡା ମିଛାପାଳି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଜୟ କିଶାନ ମଜଦୁର ସଂଗ୍ରାମ ପରିଷଦ ଆନୁକୂଲ୍ୟରେ ଗଣଧାରଣା । ନୂଆପଡା ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ 20 ଦଫା ଦାବି ପତ୍ର ପଠାଇଲେ ବିକ୍ଷୋଭକାରୀ । ଅଧିକ ପଢନ୍ତୁ..

author img

By

Published : Oct 20, 2020, 10:33 PM IST

ନ୍ୟାର୍ଯ୍ୟ ଦାବୀରେ ଚାଷୀ -ମୂଲିଆ , ମୁଖ୍ୟମନ୍ତ୍ରୀଙ୍କୁ ପଠାଇଲେ 20 ଦଫା ଦାବି ପତ୍ର

ନୂଆପଡା: ଜିଲ୍ଲା ଜୟ କିଶାନ ମଜଦୁର ସଂଗ୍ରାମ ପରିଷଦ ଆନୁକୂଲ୍ୟରେ ଗଣଧାରଣା । ଆବାହକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ବରେ ମିଛାପାଳି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା । ଗଣଧାରଣାରେ ଶତାଧିକ ଚାଷୀ, ମୂଲିଆ, ଶ୍ରମିକ, ଦାଦନ ଶ୍ରମିକ, ନିର୍ମାଣ ଶ୍ରମିକ, ପ୍ରବାସୀ ଶ୍ରମିକ ଯୋଗଦେଇ ନ୍ୟାର୍ଯ୍ୟ ଦାବି ପୂରଣ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏ ନେଇ 20 ଦଫା ଦାବି ପତ୍ର ନୂଆପଡା ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଯାଇଛି ।

ନ୍ୟାର୍ଯ୍ୟ ଦାବୀରେ ଚାଷୀ -ମୂଲିଆ , ମୁଖ୍ୟମନ୍ତ୍ରୀଙ୍କୁ ପଠାଇଲେ 20 ଦଫା ଦାବୀ ପତ୍ର

ଜିଲ୍ଲାରେ ଧାନ ଅମଳ ସମୟ ଆସିଯାଇଥିବାବେଳେ ତୁରନ୍ତ ସରକାର ଧାନ ମଣ୍ଡି ଖୋଲନ୍ତୁ, ନଚେତ ଚାଷୀ ଅଭାବୀ ବିକ୍ରି ଆଶଙ୍କାକୁ ଏଡାଇ ଦିଆଯାଇପାରିବ ନାହିଁ ବୋଲି ଦାବି ହୋଇଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କପା, ମକା ଚାଷ ପ୍ରଚୁର ପରିମାଣରେ ହୋଇଛି । ଜିଲ୍ଲା ପ୍ରଶାସନ ବିକ୍ରି ପାଇଁ ମଣ୍ଡି ବ୍ୟବସ୍ଥା ତୁରନ୍ତ କରନ୍ତୁ, ନ ହେଲେ ଦଲାଲ କବଜାରେ ଚାଷୀ ପଡିବେ ବୋଲି ଅଭିଯୋଗ ହୋଇଛି ।

କୋଭିଡ ସହାୟତା 1500 ଟଙ୍କା ବକେୟା ଥିବା ଶ୍ରମିକଙ୍କୁ ତୁରନ୍ତ ପ୍ରଦାନ କରାଯାଉ । ସେହିଭଳି ଦାଦନ ଶ୍ରମିକ ପଞ୍ଜିକରଣ ବ୍ୟବସ୍ଥା ଗ୍ରାମପଞ୍ଚାୟତ ସ୍ତରରେ କରାଯାଉ ଏବଂ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯାଉ । ମନରେଗା ଯୋଜନାରେ କାମ କରିଥିବା ଶ୍ରମିକଙ୍କୁ ଦିନ ପରେ ଦିନ ଗଡେଇବା ବଦଳରେ ସାତ ଦିନ ମଧ୍ୟରେ ପେମେଣ୍ଟ ଦିଆଯାଉ । ସେହିଭଳି ଦୁର୍ନୀତି ଗ୍ରସ୍ତ ଅଧିକାରୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏଥିସହ ବର୍ଷକୁ 200 ଦିନ କାମ ବଦଳରେ 300 ଦିନ କାମ ଦିଆଯାଉ । ସେହିଭଳି ସୁନାବେଡା ସୋସେଙ୍ଗ କୁ ବିଦ୍ୟୁତ ସଂଯୋଗ ,ଦେଓଦରା ରୁ ଝରଣାମାଲ ଇନ୍ଦ୍ରନଦୀ ରେ ପୋଲ ନିର୍ମାଣ ,ବିସିବାହାଲ ରୁ ଢୋରଳା ଭାୟା ଲିଟିବାହାଲ ରାସ୍ତା ନିର୍ମାଣ ଭଳି 20 ଦଫା ଦାବି ପୂରଣ ନେଇ ଗଣଧାରଣା ଦିଆଯାଇଛି । ଦାବୀ ପୂରଣ ନ ହେଲେ ଜିଲ୍ଲା ବ୍ୟାପୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛି ଜୟକିଶାନ ମଜଦୂର ସଂଗ୍ରାମ ପରିଷଦ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.