ETV Bharat / state

ଦୃଷ୍ଟିହୀନ ପ୍ରାର୍ଥୀଙ୍କର ନାକଚ ହୋଇଥିଲା ପ୍ରାର୍ଥୀପତ୍ର, ଗଣ୍ଡାମେର ପଞ୍ଚାୟତ ସରପଞ୍ଚ ନିର୍ବାଚନକୁ ଅବୈଧ ଘୋଷଣା କଲେ କୋର୍ଟ

author img

By

Published : Aug 2, 2023, 9:31 PM IST

ଜିଲ୍ଲା ସିଭିଲ ଜଜ୍‌ଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଗଣ୍ଡାମେର ଗ୍ରାମପଞ୍ଚାୟତ ସରପଞ୍ଚ ନିର୍ବାଚନକୁ ଅବୈଧ ଘୋଷଣା କଲେ କୋର୍ଟ । ଗଣ୍ଡାମେର ଗ୍ରାମପଞ୍ଚାୟତରେ ସରପଞ୍ଚ ପଦ ପାଇଁ ପୁନଃନିର୍ବାଚନ ପାଇଁ ନୂଆପଡା ଜିଲ୍ଲାପାଳଙ୍କୁ ଦେଲେ ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ

ଗଣ୍ଡାମେର ପଞ୍ଚାୟତ ସରପଞ୍ଚ ନିର୍ବାଚନକୁ ଅବୈଧ ଘୋଷଣା କଲେ କୋର୍ଟ

ନୂଆପଡା: ଏକ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରି ଆଜି ରାୟ ପ୍ରକାଶ କରିଛନ୍ତି ଜିଲ୍ଲା କୋର୍ଟ ସିଭିଲ ଜଜ୍‌ । ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଗଣ୍ଡାମେର ଗ୍ରାମପଞ୍ଚାୟତର ସରପଞ୍ଚ ପଦବୀ ନିର୍ବାଚନକୁ ଅବୈଧ ଘୋଷଣା କରିଛନ୍ତି କୋର୍ଟ । ଏହା ସହିତ ପୁନଃନିର୍ବାଚନ ପାଇଁ ନୂଆପଡା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଦୃଷ୍ଟିହୀନ ପ୍ରାର୍ଥୀଙ୍କର ନାକଚ ହୋଇଥିଲା ପ୍ରାର୍ଥୀପତ୍ର: ତେବେ ସାରା ରାଜ୍ୟ ଭଳି ନୂଆପଡା ଜିଲ୍ଲାରେ ମଧ୍ୟ ଗତ ୨୦୨୨ ତ୍ରିୟସ୍ତରୀୟ ଗ୍ରାମପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନିର୍ବାଚନରେ କୋମନା ବ୍ଲକ ଗଣ୍ଡାମେର ଗ୍ରାମପଞ୍ଚାୟତ ସରପଞ୍ଚ ପଦବୀ ପାଇଁ ଦିବ୍ୟାଙ୍ଗ ଦୃଷ୍ଟି ବାଧିତ ଶାନ୍ତିଲାଲ ଶବର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସତ୍ୟପାଠରେ ଶାନ୍ତିଲାଲ ଶବର ବ୍ରେଲି ଲିପିରେ ମାଟ୍ରିକ ପାସ କରିଥିବା ଉଲ୍ଲେଖ କରିଥିଲେ । ଅପରପକ୍ଷେ ପ୍ରାର୍ଥୀ ଶାନ୍ତିଲାଲ ଶବର ଓଡ଼ିଆରେ ଲେଖିପଢି ଜାଣନ୍ତି ନାହିଁ ବୋଲି ବିରୋଧୀ ପ୍ରାର୍ଥୀ ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପ୍ରାର୍ଥୀ ଶାନ୍ତିଲାଲ ଶବରଙ୍କୁ ଓଡ଼ିଆରେ ଲେଖାପଢ଼ା କରିଥିଲେ ଗ୍ରାମପଞ୍ଚାୟତ ନିର୍ବାଚନ ଅଧିକାରୀ । ପ୍ରାର୍ଥୀ ଶାନ୍ତିଲାଲ ଶବର ବ୍ରେଲି ଲିପିରେ ଲେଖିବା ପଢିବା ପାଇଁ ଅନୁରୋଧ କରିଥିଲେ । ହେଲେ ନିର୍ବାଚନ ଅଧିକାରୀ ଏହାକୁ ଗ୍ରହଣ କରିନଥିଲେ । ଫଳରେ ପ୍ରାର୍ଥୀ ଶାନ୍ତିଲାଲ ଶବରଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯାଇଥିଲା । ଏହି ବିଷୟକୁ ନେଇ ଦୃଷ୍ଟି ବାଧିତ ସରପଞ୍ଚ ପ୍ରାର୍ଥୀ ଶାନ୍ତିଲାଲ୍‌ ଶବର ଜିଲ୍ଲା କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ହାଇକୋର୍ଟରେ ଚ୍ୟାଲେଞ୍ଜ୍‌ କରିବେ ସରପଞ୍ଚ: ତେବେ ଆଜି ସିଭିଲ କୋର୍ଟ ରାୟ ଶୁଣାଣି କରି କୋମନା ବ୍ଲକ ଗଣ୍ଡାମେର ଗ୍ରାମପଞ୍ଚାୟତ ସରପଞ୍ଚ ନିର୍ବାଚନକୁ ଅବୈଧ ଘୋଷଣା କରିଛନ୍ତି । କୋର୍ଟଙ୍କ ରାୟ ଶୁଣିବା ପରେ ଧର୍ମର ଜୟ ହୋଇଛି ଏବଂ ଅଧର୍ମର ପରାଜୟ ହୋଇଛି ବୋଲି ଦୃଷ୍ଟି ବାଧିତ ସରପଞ୍ଚ ପ୍ରାର୍ଥୀ ଶାନ୍ତିଲାଲ ଶବର କହିଛନ୍ତି । ଏଭଳି ରାୟ ପାଇଁ କୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶାନ୍ତିଲାଲ । ଏନେଇ ପ୍ରାର୍ଥୀ ଶାନ୍ତିଲାଲ ଶବର ଏବଂ ତାଙ୍କ ସମର୍ଥକଙ୍କ ଗହଣରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଅପରପକ୍ଷେ ଗଣ୍ଡାମେର ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରହଲ୍ଲାଦ ଶବରଙ୍କୁ ପଚାରିବାରୁ ଜିଲ୍ଲା କୋର୍ଟଙ୍କ ରାୟ ବିରୋଧରେ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେବେ ବୋଲି ସେ କହିଛନ୍ତି ।

ପ୍ରକାଶଯୋଗ୍ୟ, ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଗଣ୍ଡାମେର ଗ୍ରାମପଞ୍ଚାୟତରେ ସରପଞ୍ଚ ପଦ ପାଇଁ ୮ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସେଥିମଧ୍ୟରୁ ୨ ଜଣ ପ୍ରାର୍ଥୀ ଓହରି ଯାଇଥିବା ବେଳେ ଦୃଷ୍ଟିହୀନତା ଏବଂ ଓଡ଼ିଆରେ ଲେଖି ପଢି ଜାଣିନଥିବା କାରଣରୁ ପ୍ରାର୍ଥୀ ଶାନ୍ତିଲାଲ ଶବରଙ୍କ ପ୍ରାର୍ଥୀପତ୍ରକୁ ନାକଚ କରିଥିଲେ ଗ୍ରାମପଞ୍ଚାୟତ ନିର୍ବାଚନ ଅଧିକାରୀ । ବାକି ୫ ଜଣ ସରପଞ୍ଚ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିଥିଲା । ପରେ ୫ ଜଣ ପ୍ରାର୍ଥୀଙ୍କୁ ନେଇ ସରପଞ୍ଚ ନିର୍ବାଚନ ହୋଇଥିଲା । ନିର୍ବାଚନରେ ପ୍ରହଲ୍ଲାଦ ଶବର ନିର୍ବାଚନ ବିଜୟୀ ହୋଇ ସରପଞ୍ଚ ରହିଛନ୍ତି । ନିର୍ବାଚନର ଦୀର୍ଘ ୧ ବର୍ଷ ପରେ କୋର୍ଟ ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଣି କରିଥିବାରୁ ନୂଆପଡା ଜିଲ୍ଲା ବ୍ୟାପି ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, ନୂଆପଡ଼ା

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.