ETV Bharat / state

ଦୁର୍ଦ୍ଦିନରେ ଧାଙ୍ଗରିଟାଳ ଗ୍ରାମବାସୀ, ବର୍ଷାଦିନେ ଭୋଗୁଛନ୍ତି ନର୍କ ଯନ୍ତ୍ରଣା

ବର୍ଷା ଆସିଲେ କେବଳ ନଈକୂଳିଆ ନୁହେଁ ଦୁର୍ଗମ ଅଞ୍ଚଳଙ୍କବାସୀଙ୍କ ପାଇଁ ପାଲଟେ ଚିନ୍ତାର କାରଣ । ବର୍ଷା ଆରମ୍ଭ ହେବା ମାତ୍ରେ ସଂକ୍ରମିତ ରୋଗ ବ୍ୟାପିବାରେ ଲାଗେ।

author img

By

Published : Jul 6, 2019, 2:59 PM IST

Updated : Jul 6, 2019, 5:32 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡ଼ା

ନୂଆପଡ଼ା: ମାଓ ଇଲାକାର ସର୍ବାଙ୍ଗୀନ ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି । ହେଲେ ଦୁର୍ଗମ ଲାଲଗଡ଼ରେ ପହଞ୍ଚି ପାରୁନି ସରକାରଙ୍କ ବିକାଶ ଗାଡି । ଲୋକଙ୍କୁ ମିଳୁନି ମୌଳିକ ସୁବିଧା । ନୂଆପଡ଼ା ଜିଲ୍ଲା ଧାଙ୍ଗରିଟାଳ ଗାଁରେ ପକ୍କା ରାସ୍ତା ନଥିବାରୁ ଆଣ୍ଠୁଏ ଆଣ୍ଠିଏ ପାଣିରେ ଯାତାୟତ କରୁଛନ୍ତି ଗ୍ରାମବାସୀ । ଫଳରେ ଲୋକେ କାଛୁକୁଣ୍ଡିଆ, ଝାଡାବାନ୍ତି ଓ ମ୍ୟାଲେରିଆରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି ।

ଦୁର୍ଦ୍ଦିନରେ ଧାଙ୍ଗରିଟାଳ ଗ୍ରାମବାସୀ

ନୂଆପଡା ଜିଲ୍ଲା ସଦର ମହୁକମାଠାରୁ ୧୩୦ କିଲୋମିଟର ଦୂରତା ଲାଲଗଡ କୁହାଯାଉଥିବା ଧାଙ୍ଗରିଟାଳ ଗାଁ । ଗାଁ ଠାରୁ ଘାଟମାଳ ଗାଁକୁ ନିର୍ମାଣ ହୋଇଛି ପ୍ରଧାନମନ୍ତ୍ରୀ ସଡକ । ହେଲେ ସ୍ଵଳ୍ପ ବର୍ଷାରେ ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି ଜମାଟ ବାନ୍ଧୁଛି । ବର୍ଷା ଋତୁ ଆରମ୍ଭରୁ ଜାନୁୟାରୀ ମାସ ପର୍ଯ୍ୟନ୍ତ ଦୀର୍ଘ ୭ ମାସ ଧରି ଗାଁଲୋକେ ପାଣି କାଦୁଅରେ ଯା ଆସ କରୁଛନ୍ତି । ଆଉ ମଇଳା ପାଣି ଜମି ରହିବା ଦ୍ଵାରା ବିଭିନ୍ନ ସଂକ୍ରମିତ କୀଟଙ୍କ ପ୍ରାଦୁର୍ଭାବ ବଢିଯାଉଛି । ଯାହାଫଳରେ ଗାଁ ଲୋକେ ବିଭିନ୍ନ ମାରାତ୍ମକ ରୋଗର ଶିକାର ହେଉଛନ୍ତି ।

ସେପଟେ, ଗାଁଦାଣ୍ଡ ଖାଲୁଆ ଥିବା କାରଣରୁ ରାସ୍ତାର ଦୁଇ କଡରେ ଡ୍ରେନ ନିର୍ମାଣ ପାଇଁ ନିୟୋଜିତ ଠିକାଦାର ଇଞ୍ଜିନିଅରଙ୍କୁ ଗାଁ ଲୋକେ ପଲ୍ଲି ସଭା କରି ପ୍ରସ୍ତାବ ଦେଇଥିଲେ । ହେଲେ ଗାଁ ଲୋକଙ୍କ ପ୍ରସ୍ତାବକୁ ବେଖାତିର କରି ଡ୍ରେନ ନିର୍ମାଣ କଲେ ନାହିଁ ଠିକାଦାର । କେବଳ ଗାଁ ଦାଣ୍ଡରେ ନିମ୍ନ ମାନର କଂକ୍ରିଟ ପକାଇ କାମ ସାରିଦେଲେ ।

ଠିକାଦାର ଓ ଇଞ୍ଜିନିଅରଙ୍କ ବେପୁରିଆ ମନୋଭାବ ଯୋଗୁଁ କଷ୍ଟ ଭୋଗୁଛନ୍ତି ଗାଁଲୋକ । ଏ ସମ୍ପର୍କରେ ସରପଞ୍ଚ, ବିଡିଓଙ୍କୁ ଜଣାଇଛନ୍ତି । ହେଲେ କେହି ଗ୍ରାମବାସୀଙ୍କ କଥା କର୍ଣ୍ଣପାତ କରୁନାହାଁନ୍ତି । ଅନ୍ୟପଟେ ଏକ ଟେକ୍ନିକାଲ ଟିମ ଧାଙ୍ଗରିଟାଳ ଗାଁକୁ ଯାଇ ତଦନ୍ତ କରି ରିପୋର୍ଟ ଦେଲା ପରେ ଡ୍ରେନ କରାଯିବ ବୋଲି ସିନାପାଲି ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

Last Updated : Jul 6, 2019, 5:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.