ETV Bharat / state

ରାଜ୍ୟବ୍ୟାପି ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୧୦ ଦଫା ଦାବିରେ ରାସ୍ତାକୁ ଓହ୍ଲାଇଲା ବସ ଡ୍ରାଇଭର ସଙ୍ଘ

author img

By

Published : Mar 15, 2023, 6:56 PM IST

ରାଜ୍ୟବ୍ୟାପି ଅଖ ଚକ ବନ୍ଦ ଡାକରା । ୧୦ ଦଫା ଦାବିରେ ରାସ୍ତାକୁ ଓହ୍ଲାଇଲା ବସ ଡ୍ରାଇଭର ସଙ୍ଘ । ଅଧିକ ପଢ଼ନ୍ତୁ

ରାଜ୍ୟବ୍ୟାପି ଅଖ ଚକ ବନ୍ଦ ଡାକରା
ରାଜ୍ୟବ୍ୟାପି ଅଖ ଚକ ବନ୍ଦ ଡାକରା

ରାଜ୍ୟବ୍ୟାପି ଅଖ ଚକ ବନ୍ଦ ଡାକରା

ନୂଆପଡା: ୧୦ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ । ଓଡ଼ିଶା ଡ୍ରାଇଭର ମହାସଂଘ ଆହ୍ବାନକ୍ରମେ ନୂଆପଡା ଜିଲ୍ଲା ଡ୍ରାଇଭର ସଂଘ ଧାରଣା ଦେଇଛି । ଅନିର୍ଦ୍ଦିଷ୍ଟ କାଳପର୍ଯ୍ୟନ୍ତ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରଯିବା ନେଇ ନୂଆପଡା ଜିଲ୍ଲା ଡ୍ରାଇଭର ସଂଘ କହିଛି । ଏହି ଆନ୍ଦୋଳନରେ ଖଡ଼ିଆଳ, ବୋଡେ଼ନ, କୋମନା, ନୂଆପଡା, ସିନାପାଲି ବ୍ଲକ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଡ୍ରାଇଭରମାନେ ଏକତ୍ରିତ ହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଆଜି ସାରା ରାଜ୍ୟରେ ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ଓହ୍ଲାଇଛି ।

ସରକାର ତାଙ୍କର ୧୦ ଦଫା ଦାବି ପୂରଣ କରନ୍ତୁ ନଚେତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । ଡ୍ରାଇଭରଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଲେ ୨୦ ଲକ୍ଷ ଟଙ୍କା ରାଶି ପ୍ରଦାନ କରନ୍ତୁ ସରକାର । ଦୁର୍ଘଟଣାରେ ଅକର୍ମଣ୍ୟ ହେଲେ ୧୦ଲକ୍ଷ ଟଙ୍କାର ରାଶି ପ୍ରଦାନ କରନ୍ତୁ । ଡ୍ରାଇଭର ଜଣେ ଗରିବ ଶ୍ରେଣୀର ହୋଇଥିବା କାରଣରୁ ତାଙ୍କ ପିଲାମାନଙ୍କୁ ମାଗଣାରେ ଉଚ୍ଚ ଶିକ୍ଷା ପ୍ରଦାନ ବ୍ୟବସ୍ଥା କରନ୍ତୁ ବୋଲି ଡ୍ରାଇଭର ସଂଘ ଦାବି କରିଛି ।

ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ କରାଯାଉ । ଡ୍ରାଇଭରଙ୍କୁ 55ବର୍ଷ ପରେ ପେନସନ ପ୍ରଦାନ କରାଯାଉ । ଡ୍ରାଇଭରଙ୍କ ପରିବାରକୁ ମାଗଣାରେ 5ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ଦିଆଯାଉ । ଏହାସହ ଡ୍ରାଇଭରଙ୍କୁ ଦ୍ଵିତୀୟ ସୈନିକ ମାନ୍ୟତା ଦିଆଯାଉ ଦାବିରେ ରାଜରାସ୍ତାକୁ ଓହଲ୍ଲାଇଛନ୍ତି ଡ୍ରାଇଭର ସଂଘ । ତେବେ ବାରବାର ଡ୍ରାଇଭରମାନଙ୍କ ଦାବି ପ୍ରତି ରାଜ୍ୟ ତଥା କେନ୍ଦ୍ର ସରକାର ଦୃଷ୍ଟି ଦେଉନଥିବା ଓଡ଼ିଶା ଡ୍ରାଇଭର ମହାସଂଘ ଅଭିଯୋଗ କରିଛି । ସରକାର ପ୍ରତିଶୃତି ଦେଇ ପ୍ରତାରଣା କରୁଥିବାରୁ ଆନ୍ଦୋଳନ କରୁଥିବା ଡ୍ରାଇଭର ମହାସଙ୍ଘ କହିଛି ।

ଆନ୍ଦୋଳନକୁ ନେଇ ଗାଡି ଚଳାଚଳ ବନ୍ଦ ଥିବା ବେଳେ ରାସ୍ତାରେ ଟ୍ରକଗୁଡିକ ପଛକୁ ପଛ ଲାଗି ରହିଛି । ଏହି ଧର୍ମଘଟ ଶାନ୍ତିପୂର୍ଣ୍ଣ ଭାବେ ହେଉଥିବା ବେଳେ ପରୀକ୍ଷା ଚାଲୁଥିବାରୁ ସ୍କୁଲ କଲେଜ ବସ, ଆମ୍ବୁଲାନ୍ସ ଓ ଆବଶ୍ୟକୀୟ କାର୍ଯ୍ୟରେ ଯାଉଥିବା ଲୋକଙ୍କୁ ଛାଡୁଥିବା କହିଛନ୍ତି ଆନ୍ଦୋଳନକାରୀ ଡ୍ରାଇଭର । ନୂଆପଡା ଜିଲ୍ଲାର ପ୍ରମୁଖ ସହର ଖଡ଼ିଆଳ ଚଳଳାନପଡା ଗାଁ ଛକ 353 ଜାତୀୟ ରାଜପଥଠାରେ ଶତାଧିକ ଡ୍ରାଇଭର ଏକତ୍ରିତ ହୋଇ ରାଜରାସ୍ତାକୁ ଅବରୋଧ କରିବା ସହ ଆନ୍ଦୋଳନ କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ଖଡ଼ିଆଳ ପୋଲିସ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭରମାନଙ୍କୁ ବୁଝାସୁଝା କରିଥିଲେ ।

ଇଟିଭି ଭାରତ,ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.