ETV Bharat / state

କେନ୍ଦୁପତ୍ର କର୍ମଚାରୀ ସଂଘର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ

ନୂଆପଡ଼ା କେନ୍ଦୁପତ୍ର କର୍ମଚାରୀ ସଂଘ ଖଡ଼ିଆଳ ଡିଭିଜନ ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ । ଅଧିକ ପଢ଼ନ୍ତୁ...

author img

By

Published : Oct 2, 2021, 7:21 AM IST

କେନ୍ଦୁପତ୍ର କର୍ମଚାରୀ ସଂଘର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡ଼ା: ଜିଲ୍ଲା କେନ୍ଦୁପତ୍ର କର୍ମଚାରୀ ସଂଘ ଖଡ଼ିଆଳ ଡିଭିଜନ ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ନୂଆପଡା ସଦର ସ୍ଥିତ କେନ୍ଦୁପତ୍ର ଗୋଦାମ ପ୍ରାଙ୍ଗଣରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଶ୍ରମିକ ମାନଙ୍କ ସୁରକ୍ଷା ଓ ଅଧିକାର ସମ୍ପର୍କରେ ଆଲୋଚନା ହୋଇଛି । ଏତା ସହିତ ରାଜ୍ୟ ସରକାରଙ୍କ ଶ୍ରମିକ ମାରଣା ନୀତିକୁ ବିରୋଧ କରିଥିଲେ କେନ୍ଦୁପତ୍ର କର୍ମଚାରୀ ସଂଘ । ଏହାକୁ ନେଇ ଅକ୍ଟୋବର ୪ ତାରିଖରେ ଶ୍ରମିକଙ୍କ ନ୍ୟାର୍ଯ୍ୟ ହକ୍‌ ଅଧିକାର ଦାବିରେ ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିବା ପାଇଁ ଶ୍ରମିକ ନେତାଏ ଆହ୍ବାନ ଦେଇଛନ୍ତି ।

ଜିଲ୍ଲା କେନ୍ଦୁପତ୍ର କର୍ମଚାରୀ ସଂଘ ଖଡ଼ିଆଳ ଡିଭିଜନ ସମ୍ପାଦକ ଯଦୁମଣି ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମର ପରିଚାଳନା କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ସମ୍ପାଦକ କୋକିଳ ସାହୁ, ପାଟଣାଗଡ଼ ଡିଭିଜନ ସମ୍ପାଦକ ଶିବାନନ୍ଦ ପରିଛା, ଶିବ ପଟ୍ଟନାୟକ ଚାଷୀ ମୂଲିଆ ସଭାପତି କେଶବ ବେହେରା, ଭାରତୀୟ ମଜଦୂର ସଂଘ ଜିଲ୍ଲା ସଭାପତି ଶୁକ୍ଳାମ୍ବର ନିଆଲ ପ୍ରମୁଖ ଯୋଗ ଦେଇଥିଲେ ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.