ETV Bharat / state

ନୂଆପଡାରେ କଂଗ୍ରେସର ନୂଆଖାଇ ଭେଟଘାଟ

author img

By

Published : Oct 8, 2022, 12:43 PM IST

ନୂଆପଡାରେ କଂଗ୍ରେସ ଦଳ ପକ୍ଷରୁ ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ଖେଳ ପଡିଆଠାରେ ନୂଆଖାଇ ଭେଟଘାଟ ବହୁ ଆଡମ୍ବର ସହ ପାଳିତ ହୋଇଯାଇଛି । ଅଧିକ ପଢନ୍ତୁ

ନୂଆପଡାରେ କଂଗ୍ରେସର ନୂଆଖାଇ ଭେଟଘାଟ
ନୂଆପଡାରେ କଂଗ୍ରେସର ନୂଆଖାଇ ଭେଟଘାଟ

ନୂଆପଡ଼ା: ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି ନୂଆଖାଇ ଭେଟଘାଟ । କଂଗ୍ରେସ ପକ୍ଷରୁ ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ଖେଳ ପଡିଆଠାରେ ନୂଆଖାଇ ଭେଟଘାଟ ଓ ସ୍ୱାଗତ ସମ୍ବର୍ଦ୍ଧନା ସଭା ବହୁ ଆଡମ୍ବର ସହ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବରେ ବରିଷ୍ଠ କଂଗ୍ରେସନେତା ସୁର ରାଉତରାୟ, ଭକ୍ତ ଚରଣ ଦାସ, ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା,ଭୁଜବଲ ମାଝୀ, ପ୍ରଦୀପ ଗମାଙ୍ଗ ଭଳି କଂଗ୍ରେସର ବହୁତୁଙ୍ଗ ନେତା ଯୋଗଦେଇ ରାଜ୍ୟ ନବୀନ ସରକାର ଏବଂମୋଦି ସରକାର ବିରୋଧରେ ଗର୍ଜିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ଧରାବତରଣ କରିବେ ମା ଗଜଲକ୍ଷ୍ମୀ, କେନ୍ଦ୍ରାପଡାରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ନୂଆପଡାରେ କଂଗ୍ରେସର ନୂଆଖାଇ ଭେଟଘାଟ

ଏନେଇ ଏକ ବିଶାଳ ରାଲି ଶୋଭାଯାତ୍ରା ଖଡ଼ିଆଳ ଡାକ ବଙ୍ଗଳା ଠାରୁ ବାହାରି 353 ଜାତୀୟ ରାଜପଥ ଦେଇ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡ଼ିଆରେ ପହଞ୍ଚିଥିଲା । କଂଗ୍ରେସର ଦୀର୍ଘ ବର୍ଷର ସୁଶାସନ ସମ୍ପର୍କରେ ବଖାଣିବା ସହ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ବିଫଳତା ବିରୁଦ୍ଧରେ ଗର୍ଜିଛନ୍ତି । ଆସନ୍ତା 2024 ନିର୍ବାଚନରେ କଂଗ୍ରେସ PCC ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ବହୁମତ ସାବ୍ୟସ୍ତ କରି ଓଡ଼ିଶାରେ ସରକାର ଗଠନ କରିବ ବୋଲି ତୁଙ୍ଗ ନେତାଏ ନୂଆପଡା ଖଡ଼ିଆଳ ଠାରେ ସଂକଳ୍ପ ନେଇଛନ୍ତି । ଆୟୋଜିତ ଭେଟଘାଟ ଅବସରରେ ପଶ୍ଚିମାଞ୍ଚଳ ଲୋକ ନୃତ୍ୟର ତାଳେ ତାଳେ କଂଗ୍ରେସ ନେତାଏ ମଞ୍ଚରେ ନୃତ୍ୟ କରି ଲୋକଙ୍କ ମନ କିଣିଛନ୍ତି । ପରିଶେଷରେ ନୂଆପଡା ଜିଲ୍ଲା ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଏନେଇ ଶରତ ପଟ୍ଟନାୟକ କହିଛନ୍ତି ଯେ," ରାଜ୍ୟର ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରର ମୋଦି ସରକାର ହେଉଛନ୍ତି ଭାଇଭାଇ । ୨୨ ବର୍ଷର ଶାସନ କାଳ ଭିତରେ ବିଜେଡି ସରକାର ରାଜ୍ୟବାସୀଙ୍କ ପାଇଁ କିଛି କରିପାରିଲେ ନାହିଁ । ତେଣୁ ବିଜେପି ଆଉ ବିଜେପିର ଏକମାତ୍ର ବିକଳ୍ପ ଦଳ ହେଉଛି କଂଗ୍ରେସ । ଆଜି ଯାଏଁ ବିଜେଡି ସରକାର ଲୋକଙ୍କୁ ଠକି ଚାଲିଛି । ଯୁବକମାନଙ୍କୁ ଚାକିରି ଦେବା ଠାରୁ ଆରମ୍ଭ କରି ଚାଷୀମାନଙ୍କୁ ପ୍ରତି ମଧ୍ୟ ଅନ୍ୟାୟ କରାଯାଇଛି । ୨ ଲକ୍ଷ ଯୁବକଙ୍କୁ ଚାକିରି ଦେବା କହି ଠକିଛନ୍ତି । ଏହା ସହ ଚାଷୀମାନଙ୍କୁ ଋଣ ଠାରୁ ଆରମ୍ଭ କରି ସାର ପର୍ଯ୍ୟନ୍ତ ସବୁଥିରେ ଠକାମୀର ଶିକାର ହୋଇଛନ୍ତି ଚାଷୀ ।"

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.