ETV Bharat / state

ନୂଆପଡାର ନାଗବମ ଯାତ୍ରା, ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ - ଜଳାଭିଷେକ

କାପସୀ ଗାଁର କାଉଡ଼ିଆମାନେ ନିଆରା ଢଙ୍ଗରେ ରାସ୍ତାରେ ଗଡିଗଡି ନାଗବମ ଯାତ୍ରା କରି ଶିବ ମନ୍ଦିରକୁ ଯାଇଛନ୍ତି । ଯାହାକୁ ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା
author img

By

Published : Aug 12, 2019, 5:48 PM IST

ନୂଆପଡା: ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର । ଏଥିପାଇଁ ନୂଆପଡା ଜିଲ୍ଳାର ବିଭିନ୍ନ ଶିବ ମନ୍ଦିରରେ କାଉଡ଼ିଆଙ୍କ ଭିଡ ପରିଲକ୍ଷିତ ହୋଇଛି । ସେହିପରି କାପସୀ ଗାଁର କାଉଡ଼ିଆମାନେ ନିଆରା ଢଙ୍ଗରେ ଶିବ ମନ୍ଦିରକୁ ରାସ୍ତାରେ ଗଡିଗଡି ନାଗବମ ଯାତ୍ରା କରି ଶିବମନ୍ଦିରକୁ ଯାଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ଶେଷ ସୋମବାର ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ କାଉଡ଼ିଆମାନେ ମହାଦେବଙ୍କୁ ଜଳାଭିଷେକ କରିଛନ୍ତି । ଏହା ସହିତ କାପସୀ ଗାଁର କାଉଡ଼ିଆମାନେ ଦୀର୍ଘ ଏକ କିଲୋମିଟର ଦୂର ମହାଦେବ ମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ଗଡିଗଡି ଯାଇଛନ୍ତି । ନାଗବମ ଯାତ୍ରାରେ ଭକ୍ତମାନେ ଘଣ୍ଟ, ଶଙ୍ଖ, ସଂକୀର୍ତ୍ତନର ତାଳେ ତାଳେ ରାସ୍ତାରେ ଗଡିଗଡି ମହାଦେବଙ୍କ ମନ୍ଦିର ଅଭିମୁଖେ ଯାଇଛନ୍ତି। ସ୍ଥାନେ ସ୍ଥାନେ ପରିଜନ ମାନେ ଦୁଧ, ଦୁବ, ବେଲପତ୍ର ଏବଂ ଅରୁଆ ଚାଉଳ ସିଞ୍ଚନ କରି ମାନସିକଧାରୀଙ୍କୁ ଉତ୍ସାହିତ କରୁଥିବାର ଦେଖିବାକୁ ମିଳିଛି ।

ଏଥିରେ କାଉଡ଼ିଆ ନିର୍ଜଳା ଉପବାସ ରହି ଶରୀରକୁ କଷ୍ଟ ଦେଇ ଦେବଦେବ ମହାଦେବଙ୍କ ଆଶୀର୍ବାଦ କାମନା କରିଛନ୍ତି । ଯାହାକୁ ନୂଆପଡା ଜିଲ୍ଲାରେ ନାଗବମ ଯାତ୍ରା ବୋଲି କୁହାଯାଇଥାଏ । ଶରୀରକୁ କଷ୍ଟଦେଇ ଶିବ ଆରାଧନା କରିବା ଦ୍ବାରା ମାନସିକ ପୂରଣ ହୋଇଥାଏ ବୋଲି ଅଞ୍ଚଳବାସୀଙ୍କ ବିଶ୍ବାସ ରହିଛି । ନାଗବମ ଯାତ୍ରା ଦେଖିବାକୁ ପଡୋଶୀ ରାଜ୍ୟ ଛତିଶଗଡ଼ ସମେତ ନୂଆପଡା, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ଏନେଇ ଦେଶ ବ୍ୟାପି ଚଳ ଚଞ୍ଚଳ ହୋଇ ଉଠିଥିବାବେଳେ , ନୂଆପଡା ଜ଼ିଲ୍ଳାରେ ମଧ୍ୟ ବେଶ ଜନସମାବେଶ ଦେଖାଦେଇଛି । ମହାଦେବ ମନ୍ଦିରରେ କାଉଡ଼ିଆ ଶ୍ରଦ୍ଧାଲୁ ଙ୍କ ଭିଡ ଦେଖାଦେଇଛି । ଦୀର୍ଘ ଏକମାସ କାଳ ନିର୍ଜଲା ଉପବାସ ରହି ନୀତିନିଷ୍ଠା ପର ଭାବରେ ପୂଜାଆରଧନା କରି ମହାଦେବଙ୍କୁ ଜଳାଭିଷେକ କରିଛନ୍ତି । ଆଜି ଶେଷ ସୋମବାର ଥିବାରୁ କାଉଡ଼ିଆ ମାନଙ୍କ ଉଦଯାପିତ ପୂଜା ଯଥା ରୀତିନିତି ରେ ସମ୍ପନ୍ନ ହୋଇଛି । ହେଲେ କାଉଡ଼ିଆଙ୍କ ଉଦଯାପନି ପୂଜା ନୂଆପଡା ଜ଼ୀଲ୍ଲା କାପସୀ ଗାଁରେ ନିଆରା ଢଙ୍ଗରେ ପାଳନ କାରାଯାଇଛି । କାପସୀ ବରଗଛ ଛକ ଠାରୁ ଦୀର୍ଘ ଏକ କିଲୋମିଟର ଦୂରତା ମହାଦେବ ମନ୍ଦିର ପର୍ଯ୍ୟନ୍ତ ଗାଁ ମଝି ରାସ୍ତାରେ ଗଡ଼ିଗଡ଼ି କାଉଡ଼ିଆ ପହଞ୍ଚି ଛନ୍ତି ମହାଦେବ ମନ୍ଦିରରେ । କାଉଡ଼ିଆ ନିର୍ଯଳା ଉପବାସ ରହି ଶରୀରର ପ୍ରତ୍ୟେକ ଅଙ୍ଗ କୁ କଠୋର କଷ୍ଟ ଦେଇ ଦେବଦେବ ମହାଦେବ ଙ୍କ ଆଶିର୍ବାଦ କାମନା କରିଛନ୍ତି । ସଂକୀର୍ତ୍ତନ୍ୟ ଘଣ୍ଟ ଶଙ୍ଖ ନିନାଦରେ ପ୍ରକମ୍ପିତ ସିନାପାଲି କାପସୀ ଗାଁ । କାଉଡ଼ିଆ କଠୋର କଷ୍ଟକୁ ଶ୍ରଦ୍ଧାସମନରେ ଗ୍ରହଣ କରି ଶିବ ଆରଧନାରେ ମାଜିଯାଇଛନ୍ତି । ମଝିରେ ମଝିରେ ପରିଜନ ମାନେ ଦୁଧ, ଦୁବଘାସ,ବେଲପତ୍ର ଏବଂ ଅରୁଆ ଚାଉଳ ଛିଞ୍ଚନ କରି ଉତ୍ସାହିତ କରୁଛନ୍ତି । ଆଣ୍ଠୁ ଗଣ୍ଠି ହାତ ଗୋଡ଼ରେ ଆଘାତ ଲାଗିବାପରେ ମଧ୍ୟ କାଉଡ଼ିଆ ଥକିନାହାନ୍ତି । ଏହାକୁ ନୂଆପଡା ଜ଼ୀଲ୍ଲା ରେ ନାଗବମ ଯାତ୍ରା କୁହାଯାଏ । ଏଭଳି କଷ୍ଟ ସାଧ୍ୟ ଶିବ ଆରଧନା କରିବା ଦ୍ୱାରା ମାନସିକ ପୂରଣ ହୋଇଥାଏ ବୋଲି ଅଂଚଳ ବାସୀଙ୍କ ଯୁଗେଯୁଗେ ବିଶ୍ୱାସ ରହିଛି । ଏହି ନାଗବମ ଯାତ୍ରାକୁ ଦେଖିବା ପାଇଁ ପଡୋଶୀ ଛତିଶଗଡ଼ ରାଜ୍ୟ ସମେତ ନୂଆପଡା ବଲାଙ୍ଗୀର କଳାହାଣ୍ଡି ଜ଼ୀଲ୍ଲା ରୁ ହଜାର ହଜାର ଲୋକଙ୍କ ସମାଗମ ଦେଖାଦେଇଛି ।
byte-1 ବାବା ଲଙ୍କେଶ୍ୱର (ଶ୍ରଦ୍ଧାଳୁ)
byte-1 ତୁଳସୀ ରାମ ମେହେର(ସାଂକୃତିକ ଗବେଷକ)
ptc- ମୋତିଲାଲ ବାଗ Body:ସConclusion:ସସ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.