ETV Bharat / state

ନୂଆପଡାରେ ଝାଡାବାନ୍ତି ଆତଙ୍କ, 20ରୁ ଉର୍ଦ୍ଧ୍ବ ଆକ୍ରାନ୍ତ

କୋମନା ବ୍ଲକ ବରନ୍ଧାଜୋର ଗାଁରେ ବ୍ୟାପିବାରେ ଲାଗିଛି ଝାଡାବାନ୍ତି । ବର୍ତ୍ତମାନ ସୁଦ୍ଧା ଏଥିରେ 20ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଗାଁରେ ଭ୍ରାମ୍ୟମାଣ ଡାକ୍ତରୀ ଦଳ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି ।

author img

By

Published : Jul 2, 2019, 6:35 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

ନୂଆପଡା: କୋମନା ବ୍ଲକ ବରନ୍ଧାଜୋର ଗାଁରେ ବ୍ୟାପିବାରେ ଲାଗିଛି ଝାଡାବାନ୍ତି ଆତଙ୍କ । ବର୍ତ୍ତମାନ ସୁଦ୍ଧା ଏଥିରେ 20ରୁ ଉର୍ଦ୍ଧ୍ବ ଜଣ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଗାଁରେ ଭ୍ରାମ୍ୟମାଣ ଡାକ୍ତରୀ ଦଳ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ସୂଚନା ଅନୁଯାୟୀ ସୋମବାରଠାରୁ ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ ହଠାତ୍‌ ବରନ୍ଧାଜୋର ଗାଁରେ ଝାଡାବାନ୍ତି ଆରମ୍ଭ ହୋଇଛି । ଯେଉଁଥିରେ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି । ତେବେ ଦୂଷିତ ପାଣି ପିଇବା ଦ୍ବାରା ଏହି ରୋଗ ହୋଇଥିବା ଡାକ୍ତରୀ ଦଳ ପ୍ରାଥମିକ ସୂଚନା ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:ଦ୍ବିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ଶ୍ରୀ ଶ୍ରୀ ହରିବଳଦେଵ ଜୀଉ ଙ୍କ ଜଗନ୍ନାଥ ମନ୍ଦିର ରେ ମଙ୍ଗଳବାର ଚତୁର୍ଦ୍ଧା ମୂର୍ତ୍ତି ଅଣସର ଘରୁ ବାହାରି ନବଯୌବନ ବେଶରେ ଭକ୍ତ ଙ୍କୁ ଦର୍ଶନ ଦେଉଛନ୍ତି। ଦେବସ୍ନାନ ପୂର୍ଣ୍ଣିମା ରେ 108 ଗରା ପାଣିରେ ସ୍ନାନ ପରେ ପ୍ରଭୁ ଜଗନ୍ନାଥ ,ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ଅସୁସ୍ଥ ହୋଇ ଅଣସର ଘରେ ଥିଲେ। ତେବେ ଆଜି ଶ୍ରୀଜୀଉ ମାନେ ସୁସ୍ଥ ହୋଇ ଭକ୍ତ ମାନଙ୍କୁ ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି। ବାରିପଦା ଶ୍ରୀ ହରିବଳଦେଵ ଜୀଉ ଙ୍କ ମନ୍ଦିର ସମ୍ମୁଖରେ ଭକ୍ତ ଙ୍କୁ ଦର୍ଶନ ଦେଉଛନ୍ତି। ଭକ୍ତ ମାନେ ମଧ୍ୟ ଏତେ ଦିନ ପରେ ପ୍ରଭୁଙ୍କ ଦର୍ଶନ ପାଇ ଆନନ୍ଦ ଉଲ୍ଲସିତ ହୋଇପଡିଛନ୍ତି। ପ୍ରଭୁଙ୍କୁ ନବଯୌବନ ବେଶରେ ଦେଖିବା ପାଇଁ ଶ୍ରୀ ଶ୍ରୀ ହରିବଳଦେଵ ଜୀଉ ଙ୍କ ମନ୍ଦିର ପରିସରରେ ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମିଛି। ବର୍ଷା ପାଗ ସତ୍ତ୍ୱେ ଶ୍ରଦ୍ଧାଳୁ ଙ୍କ ଭିଡ଼ ଦେଖିବାକୁ ମିଳିଛି।

Body:ପରମ୍ପରା ଅନୁଯାୟୀ ଏ ବର୍ଷ ଗୋଟିଏ ଦିନ ପୂର୍ବରୁ ଶ୍ରୀଜୀଉ ମାନେ ନବଯୌବନ ବେଶରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥିବା ବେଳେ ଆସନ୍ତା କାଲି ମଧ୍ୟ ନବଯୌବନ ବେଶରେ ଦର୍ଶନ ଦେବେ ଶ୍ରୀଜୀଉ ମାନେ। ବାରିପଦା ଶ୍ରୀ ହରିବଳଦେଵ ଜୀଉ ଜଗନ୍ନାଥ ମନ୍ଦିର ର ପରମ୍ପରା ଅନୁଯାୟୀ ଆସନ୍ତା 4 ତାରିଖ ରେ ଶ୍ରୀଜୀଉ ମାନଙ୍କ ର ପହଣ୍ଡି ବିଜେ ପରେ ରଥାରୂଢ ହେବେ। 5 ତାରିଖ ଓ 6 ତାରିଖ ଦୁଇଦିନ ଧରି ରଥଯାତ୍ରା ଅନୁଷ୍ଠିତ ହେବ।
ବାଇଟ-କାମେଶ୍ଵର ତ୍ରିପାଠୀ-ପୂଜକ
ବାଇଟ-ସୋମନାଥ ମିଶ୍ର-ଶ୍ରଦ୍ଧାଳୁ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.