ETV Bharat / state

ବଞ୍ଚିବାର ରାହା ଖୋଜୁଛନ୍ତି ରାମ ସିଂ

ଇଚ୍ଛା ଖୁସିରେ ଦିନ ବିତେଇବାକୁ । ହେଲେ ବାଧକ ସାଜିଛି ବେକରେ ଓହଳି ଥିବା ମାଂସ ପିଣ୍ଡୁଳା । ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ ଏଭଳି 10 ବର୍ଷ ହେବ ଯନ୍ତ୍ରଣା ଭୋଗୁଛନ୍ତି ନୂଆପଡା ସର୍ଗିଗୁଡାର ରାମସିଂ ପଟେଲ ।

author img

By

Published : Mar 19, 2019, 1:31 PM IST

ଫଟୋ ସୌଜନ୍ୟ : ପ୍ରତିନିଧି, ନୂଆପଡା

ନୂଆପଡା: ସର୍ଗିଗୁଡା ଗାଁର ୭୦ ବର୍ଷିୟ ରାମସିଂ ପଟେଲ । ଦୁଃଖ ଯନ୍ତ୍ରଣାରେ ହେଉଛନ୍ତି ଛଟପଟ । ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ଏକ ଦଶନ୍ଧି ହେବ ଭୋଗୁଛନ୍ତି ଯନ୍ତ୍ରଣା । ବେକରେ ୩ କିଲୋଗ୍ରାମ ମାଂସ ପିଣ୍ଡୁଳା ଝୁଲିରହିଛି । ନିଜ କାମ ନିଜେ ମଧ୍ୟ ଠିକ ଭାବେ କରିବାବେ ସାଜୁଛି ବାଧକ । ନିତ୍ୟକର୍ମ ଖାଇବା ଶୋଇବା ସବୁ କାମରେ ଦାଉ ସାଜିଛି ମାଂସ ପିଣ୍ଡୁଳା । ଆଉ ଗରିବି ଯୋଗୁଁ ହୋଇ ପାରୁନି ଚିକିତ୍ସା । ଏକା ଏକା ଗଛ ତଳେ ଶୋଇ ବଞ୍ଚିବାର ରାହା ଖୋଜୁଛନ୍ତି ସେ ।

ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଆଦିବାସୀ ବହୁଳ ସର୍ଗିଗୁଡା ଗାଁ । ଏକକି ଜୀବନରେ ସଂଗ୍ରାମ କରୁଛନ୍ତି ସେ । ୭ ବର୍ଷ ପୂର୍ବେ ସ୍ତ୍ରୀ ଯମୁନା ପଟେଲ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଚାଲିଯାଇଛନ୍ତି ଆରପାରିକୁ । ସେହିଦିନ ଠାରୁ ପର କରିଦେଲେ ଦୁଇ ପୁଅ । ଆଉ ନିଜଡଙ୍ଗାର ନାଉରି ସାଜିଲେ ବୃଦ୍ଧ ରାମସିଂ ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ନୂଆପଡା

ପ୍ରଥମେ ଚଣା ପରି ଛୋଟ ହୋଇ ଦେଖାଦେଲା । ଧିରେ ଧିରେ ପେଣ୍ଡୁ ପରି ଆକୃତିରେ ବଢିବାକୁ ଲାଗିଲା । ଏବେ ୩ କିଲୋଗ୍ରାମର ପେଣ୍ଡୁପରି ବେକରେ ଝୁଲିରହିଛି । ସମର୍ଥ ଅନୁସାରେ କିଛି ଉପଚାର କରିଛନ୍ତି ରାମସିଂ । ହେଲେ କିଛି ଲାଭ ମିଳିନାହିଁ । କେହି କେହି ବିଶେଷଜ୍ଞ ଡାକ୍ତରଙ୍କଠାରେ ଚିକିତ୍ସା ପାଇଁ ପରାମର୍ଶ ଦେଇଛନ୍ତି । ହେଲେ ଅର୍ଥ ଅଭାବରୁ ହୋଇ ପାରୁନି ଚିକିତ୍ସା ।

ଗାଁରେ ଅଛନ୍ତି ରାମସିଂଙ୍କ ଦୁଇ ପୁଅ । ସମସ୍ତେ ଦାରିଦ୍ର୍ୟ ସୀମାରେଖା ତଳେ ଅନ୍ତର୍ଭୁକ୍ତ । ବଡପୁଅ ଶୁକୃ ପଟେଲ, ସାନପୁଅ କିଶୋର ପଟେଲ ତାଙ୍କ ସ୍ତ୍ରୀ ପିଲାଛୁଆଙ୍କୁ ଧରି ମୁଲ ଲାଗି ପରିବାରର ଭୋକ ମେଣ୍ଟାନ୍ତି । ରାମସିଂଙ୍କୁ ୩ ଶହ ଟଙ୍କା ଭତ୍ତା ଏବଂ ୫ କିଲୋଗ୍ରାମ ଟଙ୍କିକିଆ ଚାଉଳରେ ନିଅଣ୍ଟିଆ ଭାବରେ ଚଳିବାକୁ ପଡିଥାଏ ।

ରାମସିଂଙ୍କ ଆସୁ ଆରୋଗ୍ୟ କାମନା କରି ଆମ ଇଟିଭି ଟିମ ପହଞ୍ଚିଥିଲା ବୋଡେନ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୂଆପଡାକୁ ନେଇ ତାଙ୍କର ଉପଯୁକ୍ତ ଚିକିତ୍ସା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଡାକ୍ତର ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ସ୍ଲଗ- ବ୍ୟାପୁଛି ଅଜଣା ଚର୍ମରୋଗ, ପହଁଚିନି ସ୍ୱାସ୍ଥ୍ୟ ବିଭାଗ।
ଫର୍ମାଟ- ଏଭିବି
ରିପୋର୍ଟ- ଜୀବନ ଜ୍ୟୋତି ନାୟକ
ତା- 16/03/2019
ଆଙ୍କର- ବାଲେଶ୍ୱର ଜିଲ୍ଲା ଖଇରା ଅଞ୍ଚଳରେ ଶିଶୁମାନଙ୍କ ଠାରେ ଏକ ଆଜଣା ଚର୍ମରୋଗ ବ୍ୟାପୁଥିବା ଦେଖିବାକୁ ମିଳୁଛି। ଏହି ରୋଗ ଧୀରେଧୀରେ ଗ୍ରାମ ସାରା ବ୍ୟାପୁଥିବା ବେଳେ ଏଯାଏ ସେମାନଙ୍କ ପାଖରେ ମେଡିକାଲ ଟିମ ପହଞ୍ଚି ନଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁସାରେ, ଖଇରା ବ୍ଲକ ବାଉଁଶଗଡ଼ିଆ ପଞ୍ଚାୟତ ବୀଣାଟୁପୁର ପାଇକି ସାହିରେ ଶିଶୁମାନଙ୍କୁ ହୋଇଛି ଅଜଣା ଚର୍ମରୋଗ। ଉକ୍ତ ଗ୍ରାମରେ 3ଶହରୁ ଅଧିକ ପରିବାର ରହୁଥିବା ବେଳେ ଶୁଦ୍ଧ ପାନୀୟ ଜଳ ପିଇବାରେ ଭୋଗୁଛନ୍ତି ଅସୁବିଧା। ନଳକୂପରୁ କଳା ରଙ୍ଗର ପାଣି ବାହାରୁଥିବା ବେଳେ ଲୋକମାନେ ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି। ଚୁଆ ପାଣିରେ ଗୋରୁଗାଈ ମଧ୍ୟ ପିଉଛନ୍ତି। ଏହି ପାଣିରେ ଗାଧୋଇବା ଯୋଗୁଁ ଏମିତି ରୋଗ ବ୍ୟାପୁଛି ବୋଲି ସନ୍ଦେହ କରାଯାଉଛି। ଏହି ରୋଗ ପ୍ରଥମେ ଜଣଙ୍କ ପରିବାରରୁ ବ୍ୟାପି ଏବେ ପାଖାପାଖି 20 ଶିଶୁଙ୍କୁ ବ୍ୟାପିଲାଣି। ତେବେ ଗ୍ରାମବାସୀଙ୍କ ପାଇଁ ନଳକୂପ ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଦିଗରେ ଯତ୍ନବାନ ହୋଇ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାପାଇଁ ଦାବି ହୋଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.