ETV Bharat / state

Road Accident: ନାବାଳିକାକୁ ଚାପି ଦେଲା ଟ୍ରକ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା 353 ଜାତୀୟ ରାଜପଥ ସନମହେଶ୍ୱର ଗ୍ରାମଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ ଚାପାରେ ଜଣେ 5ବର୍ଷ ନାବାଳିକାର ଶୋଚନୀୟ ମୃତ୍ୟୁ । ଅଧିକ ପଢନ୍ତୁ

author img

By

Published : Feb 20, 2023, 4:09 PM IST

Road Accident
Road Accident

ନୂଆପଡା: ନୂଆପଡା ଜିଲ୍ଲା 353 ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଟ୍ରକ ଚାପାରେ 5ବର୍ଷ ନାବାଳିକାର ମୃତ୍ୟୁ । ତେବେ ମୃତ ନାବାଳିକା ଜଣକ ସାନମହେଶ୍ୱର ଗ୍ରାମର ହର ସୁନାନୀଙ୍କ କୁନିଝିଅ ଡିମ୍ପଲ ସୁନାନୀ ବୋଲି ଜଣାପଡିଛି । ପ୍ରାକ୍ତ ସୂଚନାଯୋଗ୍ୟ ଯେ , ଖଡ଼ିଆଳ ସହର ପଟୁ ରାୟପୁର ଅଭିମୁଖେ ଏକ ଟ୍ରଲି ଟ୍ରକ ଦୃତ ଗତିରେ ଯାଉଥିଲା । ସେତିକି ବେଳେ ନାବାଳିକା କୁନିଝିଅ ଡିମ୍ପଲ କୌଣସି କାରଣ ବଶତଃ ରାସ୍ତାର ଆର ପାରିକୁ ଯାଉଥିଲା । ଏତିକି ବେଳେ ଟ୍ରକ ହଠାତ ଆସି ଡ଼ିମ୍ପଲ ଉପରକୁ ମାଡି ଯାଇଥିଲା।

ଫଳରେ ଘଟଣାସ୍ଥଳରେ ହିଁ ଡିମ୍ପଲଙ୍କର ମୃତ୍ୟୁ ଘଟିଛି। ଶରୀରର ପ୍ରତ୍ୟେକ ଅଙ୍ଗ ଖଣ୍ଡ ବିଖଣ୍ଡ ହୋଇ ରାସ୍ତାରେ ପଡି ରହିଥିଲା। ସେହିପରି ଅନ୍ୟପଟେ ଘଟଣା ଘଟାଇ ଟ୍ରକ ଦୃତ ଗତିରେ ଚମ୍ପଟ ମାରି ଅଧବାଟରେ ଟ୍ରକ କୁ ଛାଡ଼ିଦେଇ ଡ୍ରାଇଭର ଫେରାର ଥିବା ସୂଚନା ମିଳିଛି । ସେହିପରି ଘଟଣା ଘଟିବା ପରେ ମୃତ ଝିଅର ସମ୍ପର୍କୀୟଙ୍କ ସହ ସ୍ଥାନୀୟ ଲୋକେ ଉତକ୍ଷିପ୍ତ ହୋଇ 353 ଜାତୀୟ ରାଜପଥ ସାନମହେଶ୍ୱର ଗ୍ରାମଠାରେ ମର ଶରୀରକୁ ରଖି ରାସ୍ତା ଅବରୋଧ କରିଛନ୍ତି । ମୃତକ ପରିବାର ବର୍ଗଙ୍କୁ କ୍ଷତିପୂରଣ ଯୋଗାଇ ଦେବା ସହ ଟ୍ରକକୁ ଜବତ କରି ଗାଡି ଚାଳକ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାସ୍ତା ଅବରୋଧକାରୀ ଦାବି କରିଛନ୍ତି ।

ଏନେଇ ଘଟଣାର ଖବର ପାଇ ଖଡ଼ିଆଳ ଥାନା SDPO ଅରୁପ ଅଭିଶେଖ ବେହେରା, IIC ଅନିରୁଦ୍ଧ ମୁଦୁଳି ସମେତ ପୋଲିସ କର୍ମଚାରୀ ଘଟଣା ସ୍ଥଳ କରେ ପହଞ୍ଚିବା ସହ ମୃତ ନାବାଳିକା ର ମର ଶରୀର ଜବତ କରିଛନ୍ତି । ଏଥିସହ କେଉଁ କାରଣ ରୁ ଏଭଳି ଦୁର୍ଘଟଣା ଘଟିଲା ସମସ୍ତ ଦିଗ ପ୍ରତି ତଦନ୍ତ ଚଳାଇଛନ୍ତି । ତେବେ ରାସ୍ତାକୁ ସ୍ୱାଭାବିକ ସ୍ଥିତି କରିବା ପାଇଁ ଆନ୍ଦୋଳନକାରୀ ଙ୍କ ସହ SDPO ଅରୁପ ଅଭିଶେଖ ବେହେରା, IIC ଅନିରୁଦ୍ଧ ମୁଦୁଳି ବୁଝାସୁଝା କରୁଥିବା ବେଳେ ଉତ୍ୟକ୍ତ ରାସ୍ତା ଅବରୋଧକାରୀ ବୁଝିବାକୁ ନାରାଜ ଥିବା ଜଣାପଡିଛି।

ସେହିପରି ପ୍ରକାଶ ଥାଉକି, 353 ଜାତୀୟ ରାଜପଥ ସାନମହେଶ୍ୱର ଗ୍ରାମ ଠାରେ ସବୁ ବେଳେ ଜନଗହଳି ଲାଗି ରହୁଛି । ଏନେଇ ଏଠାରେ ବାରମ୍ବାର ସଡକ ଦୁର୍ଘଟଣା ଘଟୁଛି । ଅତୀତରେ ସାନମହେଶ୍ୱର ହାଇସ୍କୁଲ ର ଛାତ୍ର ଛାତ୍ରୀ ମଧ୍ୟ ସଡକ ଦୁର୍ଘଟଣାର ଶିକାର ହୋଇ ଅକାଳରେ ଜୀବନ ହାରିଛନ୍ତି । କିନ୍ତୁ ସ୍ଥାନୀୟ ପ୍ରଶାସନ ଦୁର୍ଘଟଣାକୁ ରୋକିକା ପାଇଁ କୌଣସି ପଦକ୍ଷେପ ନେଉ ନାହାନ୍ତି । ଫଳରେ ଏଭଲି ଦୁର୍ଘଟଣା ବାରମ୍ବାର ଘଟୁଛି ।

ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ସାନମହେଶ୍ୱର ଗ୍ରାମ 353 ଜାତୀୟ ରାଜପଥ ଠାରେ ଟ୍ରାଫିକ ପୋଲିସ ମୁତୟନ କରିବା ଲୋକେ ଦାବି କରିଛନ୍ତି । ଆଗାମୀ ଦିନରେ ପ୍ରଶାସନ ଲୋକଙ୍କ ଦାବୀ ପ୍ରତି ଗୁରୁତ୍ୱ ଦେବା ଜରୁରୀ ହୋଇ ପଡିଛି । ନଚେତ ଆଗାମୀ ଦିନରେ ଟ୍ରାଫିକ ପୋଲିସ ମୁତୟନ ନହେଲେ ସ୍ଥାନୀୟ ଲୋକମାନେ ଜୋରଦାର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ଅନ୍ୟପଟେ ପୋଲିସ ଏବଂ ସ୍ଥାନୀୟ ଅତିରିକ୍ତ ତହସିଲଦାର ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରାଉଥିବା ବେଳେ ଆଗକୁ ଏଭଳି ରାସ୍ତା ଅବରୋଧ କେତେବେଳ ପର୍ଯ୍ୟନ୍ତ ଚାଲିବ ତାହା ପରେ ଜଣାପଡିବ ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.