ETV Bharat / state

ନୂଆପଡ଼ା ଗସ୍ତରେ 5T ସଚିବ, 360 କୋଟିର ମେଗା ଜଳ ସେଚନ ପ୍ରକଳ୍ପ ଲୋକାର୍ପିତ

ସିନାପାଲିରେ ଉଦଘାଟିତ ହେଲା 360 କୋଟି ଅର୍ଥରେ ନିର୍ମିତ ମେଗା ଜଳ ସେଚନ ପ୍ରକଳ୍ପ । ମେଗା ପ୍ରକଳ୍ପକୁ ଲୋକାର୍ପିତ କଲେ 5t ସଚିବ ଭି.କେ ପାଣ୍ଡିଏନ । ଅଧିକ ପଢ଼ନ୍ତୁ

author img

By

Published : May 21, 2023, 5:16 PM IST

ଉଦଘାଟିତ ହେଲା 360 କୋଟି ଅର୍ଥରେ ନିର୍ମିତ ମେଗା ଜଳ ସେଚନ ପ୍ରକଳ୍ପ

ନୂଆପଡା: ସିନାପାଲିରେ 5T ସଚିବ ଭି.କେ ପାଣ୍ଡିଏନ । ଚାଷୀଙ୍କ ଚାଷ ଜମିକୁ ଜଳସେଚନ ନେଇ ବଡ଼ ଘୋଷଣା । ଉଦଘାଟନ କଲେ 360 କୋଟି ଅର୍ଥରେ ନିର୍ମିତ ମେଗା ଜଳ ସେଚନ ପ୍ରକଳ୍ପ । ସେହିଭଳି ସ୍ବପ୍ନ ପୂରଣ କରିବା ପାଇଁ ଲିଟୀସର୍ଗି ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ କଲେ ଉତ୍ସାହିତ । ନୂଆପଡା ଜିଲ୍ଲାକୁ ଦିନିକିଆ ଗ୍ରସ୍ତରେ 5T ସଚିବ ଭି. କେ ପାଣ୍ଡିଏନ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ଏକାଧିକ ଉନ୍ନତି ମୂଳକ ଯୋଜନାକୁ କଲେ ପରିଦର୍ଶନ ।

ପ୍ରଥମେ ସିନାପାଲି ହାତିବନ୍ଧା, ସିନାପାଲି ସହର ଦେଇ ଗଡ୍ରାମାଲ ଗାଁରେ ପହଞ୍ଚିଥିଲେ । ସେଠାରେ ଉଦନ୍ତୀ ନଦୀ ତଟରେ 360କୋଟି ଅର୍ଥରେ ନବ ନିର୍ମିତ ମେଗା ଜଳସେଚନ ପ୍ରକଳ୍ପର କଲେ ଶୁଭ ଉଦଘାଟ କରିଥିଲେ । ଏହି ନବ ନିର୍ମିତ ପ୍ରକଳ୍ପ ଦ୍ବାରା ଗଡ୍ରାମାଲ, ସାଗୁନଭାଡ଼ି, ଚଟିଆଗୁଡା, ମହୁଲପଡା ସମୁଦାୟ 4ଗୋଟି ଗ୍ରାମର 890ହେକ୍ଟର ଚାଷଜମିକୁ ଜଳସେଚିତ ହେବ । ଯାହାଦ୍ୱାରା ଏହି ଅଞ୍ଚଳର ଚାଷୀମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ କରିପାରିବ ବୋଲି 5Tସଚିବ ପ୍ରକାଶ କରିଛନ୍ତି ।

5T ସଚିବ ଭି.କେ ପାଣ୍ଡିଏନ କହିଛନ୍ତି,‘‘ସିନାପାଲି ବ୍ଲକର କୃଷକମାନଙ୍କ ଉନ୍ନତି ପାଇଁ ଉଦନ୍ତୀ ନଦୀ ତଟରେ ଆଉ 7ଗୋଟି ମେଗା ଜଳ ସେଚନ ପ୍ରକଳ୍ପର ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏହାର ଅନୁମୋଦନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠା ଯାଇଛି । ସରକାର ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ସୁବିଧା ଯୋଗା ଦେଉଛନ୍ତି । ଏବେ ସ୍କୁଲ ପରି ମେଡିକାଲରେ ମଧ୍ୟ 5T ପନ୍ଥା କାର୍ଯ୍ୟ କରିବ ।’’

ଏହାପରେ ଗଡ୍ରାମାଲରେ ସାଧାରଣ ଲୋକ, ମିଶନଶକ୍ତି ମହିଳା ଚାଷୀ ମୂଲିଆ ସମସ୍ତଙ୍କ ସହିତ ବାର୍ତ୍ତାଳାପ କରିଥିଲେ । ସାଧାରଣ ଲୋକଙ୍କ ଦରଖାସ୍ତ ଗ୍ରହଣ କରିବା ସହ ଅଗ୍ରାଧିକାର ଭିତ୍ତିରେ ଜଳସେଚନ, ବିଶୁଦ୍ଧ ପାନୀୟଜଳ, ବିଜୁସେତୁ, ଦରଖାସ୍ତକୁ ଯଥାଶୀଘ୍ର ପୂରଣ କରାଯିବ ବୋଲି କହିଛନ୍ତି । ଏହାପରେ ଲିଟୀସର୍ଗି ହାଇସ୍କୁଲର ସ୍ମାର୍ଟ କ୍ଲାସ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କିରଥିଲେ । ଭବିଷ୍ୟତରେ ବଡ଼ ସ୍ୱପ୍ନ ଦେଖିବା ପାଇଁ ଉତ୍ସାହିତ କରିଛନ୍ତି । ଭଲ ପାଠପଢି ବାପା ମାଆ ନିଜ ଗାଁର ନାଁ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଭଲ ପାଠପଢି ଅତ୍ୟାଧୁନିକ ବିଜ୍ଞାନ କୌଶଳରେ ପାରଦର୍ଶିତା ଲାଭ କରିବା ପାଇଁ କୁନିକୁନି ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ସେହିଭଳି ସଚିବଙ୍କ ଗସ୍ତ ସମୟରେ ବ୍ୟାପକ ଜନ ଗହଳିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.