ନୂଆପଡା: ମାସ୍କ ଓ ହେଲମେଟ ଚେକିଂ ଆରମ୍ଭ । ରବିବାର ନୂଆପଡା ଜିଲ୍ଲା ଖଡ଼ିଆଳ ସହରରେ ମାସ୍କ ଏବଂ ହେଲମେଟ ଚେକିଂ ଆରମ୍ଭ ହୋଇଛି । ଖଡ଼ିଆଳ ଅତିରିକ୍ତ ତହସିଲଦାର ତପନ କୁମାର ନାୟକଙ୍କ ଉପସ୍ଥିତିରେ ଖଡ଼ିଆଳ ପୋଲିସ ଚେକିଂ ଆରମ୍ଭ କରିଛି।
କୋରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ସମଗ୍ର ରାଜ୍ୟରେ କୋରୋନା ନିୟମ କଡାକଡି ହୋଇଥିବାବେଳେ ରବିବାର ନୂଆପଡା ଜିଲ୍ଲାରେ କଡାକଡି ମାସ୍କ ଚେକିଂ ହୋଇଛି । ସେହିପରି ଦୁର୍ଘଟଣାକୁ ଏଡାଇବା ପାଇଁ ବାଇକ ଚାଳକଙ୍କର ହେଲମେଟ ଚେକିଂ ଆରମ୍ଭ ହୋଇଛି । ଏହି ନିୟମକୁ କଡାକଡି କରିବା ପାଇଁ ରବିବାର ଖଡ଼ିଆଳ ଗୁରୁନାନକ ଛକଠାରେ ପୋଲିସ ପକ୍ଷରୁ ଚେକିଂ କରି ନିୟମ ଅନୁସାରେ ଫାଇନ ଆଦାୟ କରାଯାଇଛି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ