ETV Bharat / state

ନକ୍ସଲଙ୍କ ପିଏଲ୍‌ଜିଏ ସପ୍ତାହ ପାଳନ: ବସ୍ ଚଳାଚଳ ବନ୍ଦ - mao protest at nuapada

ନୂଆପଡା ଜିଲ୍ଲାର ମେନପୁର ମାଓବାଦୀ ସଙ୍ଗଠନ ପକ୍ଷରୁ ମାଓ ପ୍ରବଣ ଇଲାକା ନଙ୍ଗଳବୋର୍ଡ, ଘାଟମାଳ, ଭଇସାଦାନି, ଧରମବନ୍ଧା, ପତୋରା ଏବଂ ବେଲଟୁକୁରି ଅଞ୍ଚଳରେ ଯାତ୍ରୀବାହୀ ବସ ଗାଡିମୋଟର ଚଳାଚଳ ବନ୍ଦ ରହିଛି । ଅଧିକ ପଢନ୍ତୁ..

ମାଓବାଦୀଙ୍କୁ ପିଏଲ୍‌ଜିଏ  ସହିଦ ସପ୍ତାହ ପାଳନ: ବସ୍ ଚଳାଚଳ ବନ୍ଦ

author img

By

Published : Dec 2, 2019, 10:49 AM IST

ନୂଆପଡା: ଭାରତୀୟ କମ୍ୟୁନିଷ୍ଟ ପାର୍ଟି ନୂଆପଡା ମେନପୁର ମାଓବାଦୀ ସଙ୍ଗଠନ ପକ୍ଷରୁ ସୋମବାର ନୂଆପଡା ଜିଲ୍ଲାର ମାଓପ୍ରବଣ ଅଞ୍ଚଳ ଗୁଡିକରେ ପିଏଲ୍‌ଜିଏ (PLGA)ସପ୍ତାହ ପାଳନ କରାଯାଉଛି ।

ଏହା ପ୍ରଭାବରେ ନୂଆପଡା ଜିଲ୍ଲାର ମାଓପ୍ରବଣ ଇଲାକା ନଙ୍ଗଳବୋର୍ଡ, ଘାଟମାଳ, ଭଇସାଦାନି, ଧରମବନ୍ଧା, ପତୋରା ଏବଂ ବେଲଟୁକୁରି ଅଞ୍ଚଳରେ ଯାତ୍ରୀବାହୀ ବସ୍ ଓ ଗାଡିମୋଟର ଚଳାଚଳ ବନ୍ଦ ରହିଛି । ସୁନାବେଡା ଅଭୟାରଣ୍ୟ ସ୍ଥିତ ଗାଁ ଗୁଡିକରେ ସରକାର ବିରୋଧୀ ସ୍ଲୋଗାନ ଦେଇ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରୁଥିବା ବେଳେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ମାଓବାଦୀଙ୍କୁ ପିଏଲ୍‌ଡିଏ ସହିଦ ସପ୍ତାହ ପାଳନ: ବସ୍ ଚଳାଚଳ ବନ୍ଦ

ମାଓବାଦୀଙ୍କ ଏଭଳି କାର୍ଯ୍ୟକଳାପକୁ ନେଇ ଦୁର୍ଗମ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଅପରପକ୍ଷେ ଜିଲ୍ଲାରେ ଲୋକଙ୍କ କୌଣସି କ୍ଷତି ନହେବାପାଇଁ ନୂଆପଡା ପୋଲିସ, ସିଆରପିଏଫ୍ ଯବାନ, ଏସ୍‌ଓଜି ଯବାନ, ଡିଭିଏଫ୍‌ ଯବାନ ପକ୍ଷରୁ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ମାଓବାଦୀଙ୍କ ବନ୍ଦ ପାଳନ ଚଳିତ ମାସ 8 ତାରିଖ ପର୍ଯ୍ୟନ୍ତ ଚାଲୁରହିବ ବୋଲି ସୂଚନା ମିଳିଛି ।

ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.