ETV Bharat / state

ବାସନ୍ତୀ ମେହେର ହତ୍ୟାକାଣ୍ଡ: ସୁପାରୀକିଲର ଗିରଫ୍

ନୂଆପଡ଼ା ଆପନା ଢାବା ମାଲିକାଣୀ ବାସନ୍ତୀ ମେହେର ହତ୍ୟାକାଣ୍ଡର ସୁପାରୀକିଲର କରନ ବାଗ ଗିରଫ । ୨୦୨୧ ଜୁଲାଇ ମାସ ୩୧ ତାରିଖ ରାତିରେ ବାସନ୍ତୀଙ୍କୁ ଗୁଳିକରି ହତ୍ୟା କରି ଫେରାର ଥିଲା ଅଭିଯୁକ୍ତ । ଘଟଣାରେ ସମ୍ପୃକ୍ତ ଜ୍ବାଇଁ ମୀନକେତନ ସମେତ ୪ ଅଭିଯୁକ୍ତଙ୍କୁ ସେତେବେଳେ ଗିରଫ କରିଥିଲା ପୋଲିସ । ଅଧିକ ପଢ଼ନ୍ତୁ

author img

By

Published : Jun 7, 2022, 9:35 PM IST

ବାସନ୍ତି ମେହେର ହତ୍ୟାକାଣ୍ଡ ଘଟଣାର ସୁପାରିକିଲର ଗିରଫ୍

ନୂଆପଡ଼ା: ବହୁ ଚର୍ଚ୍ଚିତ ବାସନ୍ତୀ ମେହେର ହତ୍ୟାକାଣ୍ଡର ସୁପାରିକୀଲର କରନ ବାଗ ଗିରଫ । ଅଭିଯୁକ୍ତକୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବା ଖଡ଼ିଆଳ ପୋଲିସ ପକ୍ଷରୁ ସୂଚନା ମିଳିଛି । ୨୦୨୧ ଜୁଲାଇ ମାସ ୩୧ ତାରିଖ ରାତିରେ ସାର୍ପ ସୁଟର କରନ ଆସି ବାସନ୍ତୀଙ୍କୁ ଗୁଳି କରି ହତ୍ୟା କରିଥିଲା । ଅଭିଯୁକ୍ତ ବଲାଙ୍ଗୀର ଜିଲ୍ଲା ଲୁକପଡା ଅନ୍ତର୍ଗତ ଗୁରୁଡ଼ିପାଲି ଗାଁର ବୋଲି ଜଣାପଡ଼ିଛି ।

ବାସନ୍ତି ମେହେର ହତ୍ୟାକାଣ୍ଡର ସୁପାରିକିଲର ଗିରଫ୍

ସୂଚନା ଅନୁସାରେ ନୂଆପଡ଼ା ଆପନା ଢାବା ମାଲିକାଣୀ ବାସନ୍ତୀ ମେହେର ନିଜ ଝିଅଙ୍କୁ ଝାରସୁଗୁଡାର ମୀନକେତନ ମେହେରଙ୍କ ସହ ବିବାହ କରାଇଥିଲେ । କିଛି ଦିନପରେ ଝିଅ ଓ ଜ୍ବାଇଁ ମଧ୍ୟରେ ପାରିବାରିକ କଳହ ଘଟଣାରେ ବାସନ୍ତୀ ହସ୍ତକ୍ଷେପ କରିଥିଲେ । ଏନେଇ ଜ୍ବାଇଁ ପ୍ରତିଶୋଧ ପରାୟଣ ହୋଇ ଶାଶୁଙ୍କୁ ହତ୍ୟା କରିବା ପାଇଁ ସୁପାରୀକିଲର କରନ ବାଗ ସହ ମିଶି ଷଡ଼ଯନ୍ତ୍ର ରଚିଥିଲା । ତେବେ ସେତେବେଳେ ଜ୍ବାଇଁ ମୀନକେତନ ସମେତ ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ୍ କରିବାରେ ସଫଳ ହୋଇଥିବା ବେଳେ କରନ ଫେରାର ଥିଲା । ଆଜି ଅଭିଯୁକ୍ତକୁ ଗିରଫ କରିବାରେ ଖଡ଼ିଆଳ ପୋଲିସ ସଫଳ ହୋଇଛି ।

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.