ନୂଆପଡ଼ା: ସମଗ୍ର ବିଶ୍ବରେ ଏବେ କୋରୋନା ଭୟ। କୋରୋନା ପାଇଁ ଦେଶର ଅର୍ଥନୀତି ମଧ୍ୟ ଏକ ପ୍ରକାର ଭୁଶୁଡ଼ି ପଡ଼ିଲାଣି। ଏପଟେ ମହାମାରୀ କୋରୋନାର ମହାପ୍ରଭାଵ ପଡ଼ିଛି ନୂଆପଡା ଜ଼ିଲ୍ଲାର ବହୁ ଆକର୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଉଦ୍ୟାନ ଉପରେ ।
କୋଭିଡ କଟକଣା ପାଇଁ ଉଦ୍ୟାନ ଫାଟକରେ ଦୀର୍ଘ ଦିନରୁ ତାଲା ପଡିଥିବା ବେଳେ, ଉଦ୍ୟାନ ଚତୁଃପାର୍ଶ୍ବ ଖାଁଖାଁ ଲାଗୁଛି । ଦିନେ ଜନଗହଳିରେ ଉଛୁଳି ପଡୁଥିବା ଆକର୍ଷିତ ଉଦ୍ୟାନ ସତରେ ଯେମିତି ମଉଳି ଯାଇଛି । ସ୍ତବ୍ଧ ହୋଇଯାଇଛନ୍ତି ଏଠିକାର କାଉ କୋଇଲି ରାଵ । ସେହିଭଳି ଉଦ୍ୟାନ ଫାଟକ ମୁହଁରେ ବେଉଷା କରୁଥିବା ଉଠା ଦୋକାନୀଙ୍କ ଦୁଃଖ ମଧ୍ୟ ଦ୍ବିଗୁଣିତ ହୋଇଯାଇଛି । ପର୍ଯ୍ୟଟକ ନଥିବାରୁ ଠେଲା ଗାଡ଼, ଉଠା ଦୋକାନୀଙ୍କ ବେଉଷା ମଧ୍ୟ ଠପ ହୋଇପଡିଛି ।
ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଏଠିକାର କ୍ଷୁଦ୍ର ବ୍ୟବସାୟୀ । ତେବେ ଏନେଇ ଇଟିଭି ଭାରତ କେମେରା ସମ୍ମୁଖରେ ନିଜ ଦୁଃଖ ପ୍ରକାଶ କରିଛନ୍ତି ଦୋକାନୀ ।
ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ