ନୂଆପଡା: ଖଡ଼ିଆଳ ବ୍ଲକ ଖାସବାହାଲ ଗ୍ରାମପଞ୍ଚାୟତରେ ଲକଡାଉନ ପ୍ରଭାବ ଦେଖାଦେଇଛି । ପଡୋଶୀ ଛତିଶଗଡ଼ ରାଜ୍ୟର 14 ଜଣ ଶ୍ରମିକ ଖାସବାହାଲ ଗ୍ରାମପଞ୍ଚାୟତରେ ଅଟକ ଅଛନ୍ତି । ସୂଚନା ମୁତାବକ ଇଟା ଗଢିବା ପାଇଁ ଛତିଶଗଡ଼ ରାଜ୍ୟରୁ 14 ଜଣ ଶ୍ରମିକ ନୂଆପଡା ଜିଲ୍ଲା ଖାସବାହାଲ ଅଞ୍ଚଳକୁ ଇଟାଭାଟି କାମ କରିବା ପାଇଁ ଆସିଥିଲେ । ଦେଶବ୍ୟାପୀ ଲକଡାଉନ ହେବାପରେ ଶ୍ରମିକ ମାନେ କୁଆଡେ ଯାଇନପାରି ଖାସବାହାଲ ଗ୍ରାମପଞ୍ଚାୟତରେ ଆଶ୍ରୟ ନେଇଛନ୍ତି ।
ଖାସବାହାଲ ଗ୍ରାମପଞ୍ଚାୟତ ଯମୁନା ବାଗ ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀ ଚରଣ ମେହେରଙ୍କ ନେତୃତ୍ବରେ ଦିନକୁ ଦୁଇବେଳା ରନ୍ଧା ଖାଦ୍ୟ ଯୋଗାଇ ଦେଉଥିବା ସରପଞ୍ଚ କହିଛନ୍ତି । ମହାମାରୀ କୋରୋନା ଭାଇରସ ସମ୍ପର୍କରେ ଲୋକଙ୍କୁ ସଚେତନତା କରିବା ସହ ମାକ୍ସ, ସାନିଟାଇଜର, ବ୍ୟବହାର କରିବା ଏବଂ ବାରମ୍ବାର ହାତ ଧୋଇବା କହୁଛନ୍ତି । କୋରୋନା ମୁକାବିଲା ପାଇଁ ଖାସବାହାଲ ଗ୍ରାମପଞ୍ଚାୟତରେ ବେଶ ସତର୍କତା ଅବଲମ୍ବନ କରାଯାଇଥିବା ଜଣାପଡ଼ିଛି ।
ନୂଆପଡାରୁ ମୋତିଲାଲ ବାଗ , ଇଟିଭି ଭାରତ