ETV Bharat / state

ପିଡିଏସ ଚାଉଳ ହଡ଼ପ ଅଭିଯୋଗ; ବ୍ଲକ ଅଫିସ ଘେରାଉ କଲେ ହିତାଧିକାରୀ

author img

By ETV Bharat Odisha Team

Published : Nov 24, 2023, 9:10 AM IST

୫ ମାସ ହେଲାଣି ଗରୀବଙ୍କୁ ମିଳୁନି ପିଡିଏସ ଚାଉଳ । ଦୁର୍ନୀତି ଅଭିଯୋଗରେ ଖଡିଆଳ ବ୍ଲକ ଅଫିସ ଘେରାଉ କଲେ ହିତାଧିକାରୀ । ଅଧିକ ପଢନ୍ତୁ

ଖଡିଆଳ ବ୍ଲକ ଅଫିସ ଘେରାଉ
ଖଡିଆଳ ବ୍ଲକ ଅଫିସ ଘେରାଉ

ଖଡିଆଳ ବ୍ଲକ ଅଫିସ ଘେରାଉ

ନୂଆପଡ଼ା: ଗରୀବ ହିତାଧିକାରୀଙ୍କୁ ମିଳୁନି ପିଡିଏସ ଚାଉଳ । ଦୀର୍ଘ ୫ ମାସ ହେଲାଣି ନୂଆପଡା ଜିଲ୍ଲା ଖଡିଆଳ ବ୍ଲକର ଦଳିତ ବହୁଳ ପଖାନସର ଗାଁର ହିତାଧିକାରୀଙ୍କୁ ଚାଉଳ ମିଳୁନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଇଛି । ଗରୀବଙ୍କ ପାଇଁ ଆସୁଥିବା ଏହି ପିଡିଏସ ଚାଉଳ ହଡପ କରାଯାଇଥିବା ଅଭିଯୋଗ କରି ହିତାଧିକାରୀମାନେ ଗୁରୁବାର ଖଡିଆଳ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ୨୪ ଘଣ୍ଟା ମଧ୍ୟରେ ଚାଉଳ ପ୍ରଦାନ କରାନଗଲେ ବ୍ଲକ ସମ୍ମୁଖରେ ଗଣଧାରଣ ଦେବେ ବୋଲି ଚେତାବନୀ ଦେଇଛନ୍ତି ହିତାଧିକାରୀ ।

ସୂଚନାଯୋଗ୍ୟ ଯେ, ପଖାନସର ଗାଁର ଶତାଧିକ ହିତାଧିକାରୀଙ୍କୁ ଦୀର୍ଘ ୫ ମାସ ହେବ ପିଡ଼ିଏସ ଚାଉଳ ମିଳିନାହିଁ । ବ୍ଲକ କାର୍ଯ୍ୟାଳୟ ନିର୍ଦ୍ଦେଶ ମୁତାବକ ସମସ୍ତ ହିତାଧିକାରୀଙ୍କ ପାଇଁ ପିଡ଼ିଏସ ଚାଉଳ ମଞ୍ଜୁର ହୋଇ ପଖାନସର ଗ୍ରାମପଞ୍ଚାୟତକୁ ଯାଇଛି । ହେଲେ ସେଠାରେ ଚାଉଳ ଯୋଗାଣ ଦାୟିତ୍ବରେ ଥିବା ଯୋଗାଣ ସହାୟକ ଏହାକୁ ହଡପ କରିଥିବା ରାସନକାର୍ଡ ହିତାଧିକାରୀମାନେ ଅଭିଯୋଗ କରିଛନ୍ତି । ନିଜ ଚାଉଳ ପାଇଁ ଯୋଗାଣ ସହାୟକଙ୍କୁ ବାରମ୍ବାର ଜଣାଇ ଆସୁଥିଲେ ହେଁ ସେ କର୍ଣ୍ଣପାତ କରୁନାହାନ୍ତି । ଯାହାଫଳରେ ଉତକ୍ଷିପ୍ତ ହୋଇ ଗତକାଲି(ଗୁରୁବାର) ଶତାଧିକ ରାସନ କାର୍ଡଧାରୀ ରାଜ୍ୟ ଦଳିତ ଅଧିକାର ମଞ୍ଚ ସଭାପତି କମଳ ଚରଣ ତାଣ୍ଡିଙ୍କ ନେତୃତ୍ୱରେ ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ : ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ମାନେଶ୍ଵର ବ୍ଲକ ଘେରିଲା ବିଜେପି

ଏହାସହିତ ହିତାଧିକାରୀମାନେ ଖଡ଼ିଆଳ ବିଡିଓଙ୍କ ନିକଟରେ ମଧ୍ୟ ଅଭିଯୋଗ କରଛନ୍ତି । ଅଭିଯୋଗ ପାଇବାର ୨୪ ଘଣ୍ଟା ମଧ୍ୟରେ ପିଡ଼ିଏସ ଚାଉଳ ପ୍ରଦାନ କରିବା ପାଇଁ ସେମାନେ ଦାବି କରିଛନ୍ତି । ଯଦି ଏପରି ନହୁଏ ତେବେ ଶତାଧିକ ହିତାଧିକାରୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବି ବୋଲି ରାଜ୍ୟ ଦଳିତ ଅଧିକାର ମଞ୍ଚ ସଭାପତି କମଳ ଚରଣ ତାଣ୍ଡି ଗଣମାଧ୍ୟମକୁ ଜଣାଇଛନ୍ତି । ତେବେ ବିଡିଓ ଗରୀବ ହିତାଧିକାରୀଙ୍କୁ ଚାଉଳ ଯୋଗାଇ ଦେବାର ବ୍ୟବସ୍ଥା କରୁଛନ୍ତି କି ନାହିଁ ତାହା ଦେଖିବା ବାକି ରହିଲା ।

ଗରୀବଙ୍କ ପାଇଁ ପିଡିଏସ ଚାଉଳ ଯୋଗାଉଛନ୍ତି ସରକାର । ମାତ୍ର ଏହା ଅନେକ ସମୟରେ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନାହିଁ । ତେବେ କେବଳ ଖଡିଆଳ ନୁହେଁ, ପୂର୍ବରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗରୀବଙ୍କ ପାଇଁ ଆସୁଥିବା ପିଡିଏସ୍‌ ଚାଉଳ ହଡ଼ପ କରାଯାଇଥିବା ଅଭିଯୋଗ ଆସିଛି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.