ETV Bharat / state

ଖୁଣ୍ଟ ଥାଇ ବି ସଂଯୋଗ ନାହିଁ, ଡିବିରି-ଆଲୁଅ ହିଁ ସାହାଭରସା

author img

By

Published : Sep 19, 2019, 3:21 PM IST

ବିଦ୍ୟୁତ ସଂଯୋଗ ଆମ ନିତିଦିନର ଏକ ଅତ୍ୟାବଶ୍ୟକ ଅଂଶ ପାଲଟି ଗଲାଣି । ମାତ୍ର ନୂଆପଡାରେ ଥିବା ଏହି ଗାଁ ଗୁଡିକ ପାଇଁ ଆଜି ବି ଏହା ସାତ ସପନ ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

ନୂଆପଡା: ଖୁଣ୍ଟ ଅଛି ହେଲେ ବିଦ୍ୟୁତ ସଂଯୋଗ ନାହିଁ । ବିଜୁଳି ଖୁଣ୍ଟ ପୋତା ଯିବାର 3ବର୍ଷ ପୂରିଥିଲେ ବି ଆଜି ବି ଦିନ କଟୁଛି ଅନ୍ଧାରରେ । ଆମେ କହୁଛୁ, ନୂଆପଡା ଜିଲ୍ଲା ଉପାନ୍ତ ମହଗାଁ, କୋଟାମାଳ, ବେଲପାଟିପଡା, ଯୋଗୀମଠପଡା ଓ ବ୍ରାହ୍ମନିଗୁଡା ଗାଁ କଥା ।

ଯେଉଁଠି ବିଜୁଳି ନଥିବା କାରଣରୁ ଡିବିରିର ମିଞ୍ଜିମିଞ୍ଜି ଆଲୁଅରେ ପାଠ ପଢୁଛନ୍ତି କୁନିକୁନି ପିଲାମାନେ । ଏହାସହ କିଟିକିଟି ରାତିରେ ବି ସାପ ବିଛା ଭଳି ସରୀସୃପର ବି ଭୟ ରହୁଛି । ହେଲେ ଏନେଇ ବାରମ୍ବାର ଦାବି କଲେ ମଧ୍ୟ ଏହାର ସମାଧାନ ହୋଇପାରୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା
ସହର ହେଉ କି ଗାଁ ଗହଳି । ବିଦ୍ୟୁତ ସଂଯୋଗ ଆମ ନିତିଦିନର ଏକ ଅତ୍ୟାବଶ୍ୟକ ଅଂଶ ପାଲଟି ଗଲାଣି । ମାତ୍ର ନୂଆପଡାରେ ଥିବା ଏହି ଗାଁ ଗୁଡିକ ପାଇଁ ଆଜି ବି ଏହା ସାତ ସପନ । ବିଦ୍ୟୁତ ସଂଯୋଗ ନେଇ ହାଇଦ୍ରାବାଦସ୍ଥିତ ଏକ ଘରୋଇ ଠିକା ସଂସ୍ଥା ସହ ଚୁକ୍ତିନାମା ହୋଇଛି । ମାତ୍ର ଆଜିକୁ ୩ ବର୍ଷ ହେଲା ନା’ ଲାଗିଛି ଟ୍ରାନ୍ସଫର୍ମର ନା’ ହୋଇପାରିଛି ବିଜୁଳି ସଂଯୋଗ । ଯାହା ସରକାରଙ୍କ ଦିନଦୟାଲ ଗ୍ରାମୀଣ ବିଜୁଳି ଯୋଜନାକୁ ବାଟବଣା କରୁଛି । ଅନ୍ୟପଟେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ନିୟୋଜିତ ଠିକା ସଂସ୍ଥାକୁ ଦାୟୀ କରି ନିଜ ଦାୟିତ୍ବରୁ ଓହରି ଯାଉଛନ୍ତି ।

ତେବେ କେବେ ଏହି ଅଞ୍ଚଳରେ ବିଦ୍ୟୁତ ସଂଯୋଗ ହେବ । କେବେ ଏହି ଗାଁଲୋକେ ଆଲୁଅ ଦେଖିବେ । ଆଗକୁ ଏସଡ଼ିଓଙ୍କ ପ୍ରତିଶ୍ରୁତି କେବେ ପୂରଣ ହେଉଛି, ସମୟ କହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.