ETV Bharat / state

ଦଳିତ ଅଧିକାର ମଞ୍ଚ ପାଇଁ ଶ୍ରମିକ ଫେରିପାଇଲେ ପ୍ରାପ୍ୟ - nuapada news

ବନବିଭାଗ ଅଧୀନରେ ଗାତ ଖନନ ଓ ଚାରାରୋପଣ କାର୍ଯ୍ୟ କରି ପ୍ରାପ୍ୟ ପାଇ ନ ଥିବା ଶ୍ରମିକଙ୍କୁ ନେଇ ଦଳିତ ଅଧିକାର ମଞ୍ଚ ସଭାପତି କମଳ ଚରଣ ତାଣ୍ଡିଙ୍କ ଖଡିଆଳ ବନବିଭାଗ କାର୍ଯ୍ୟାଳୟରେ ଫେରାଦ ହୋଇଛନ୍ତି । ଅଧିକ ପଢନ୍ତୁ...

labours-get-wages-through-dalit-adhikar-manch
ଦଳିତ ଅଧିକାର ମଞ୍ଚ ଦ୍ବାରା ଶ୍ରମିକ ଫେରିପାଇଲେ ପ୍ରାପ୍ୟ
author img

By

Published : Mar 18, 2020, 9:54 PM IST

ନୂଆପଡା: ଦଳିତ ଅଧିକାର ମଞ୍ଚ ପାଇଁ ଶ୍ରମିକ ଫେରିପାଇଲେ ପ୍ରାପ୍ୟ । କାମ କରି ପ୍ରାପ୍ୟ ପାଇ ନ ଥିବା ଶ୍ରମିକଙ୍କୁ ନେଇ ଦଳିତ ଅଧିକାର ମଞ୍ଚ ସଭାପତି କମଳ ଚରଣ ତାଣ୍ଡିଙ୍କ ଖଡିଆଳ ବନବିଭାଗ କାର୍ଯ୍ୟାଳୟରେ ଫେରାଦ ହୋଇଥିଲେ । ଏଥିରେ 30ରୁ ଉର୍ଦ୍ଧ୍ବ ଶ୍ରମିକ ସାମିଲ ହୋଇଥିଲେ ।

ଦଳିତ ଅଧିକାର ମଞ୍ଚ ପାଇଁ ଶ୍ରମିକ ଫେରିପାଇଲେ ପ୍ରାପ୍ୟ

ସୂଚନା ଅନୁସାରେ ଖଡ଼ିଆଳ ବ୍ଲକ ରାଣୀମୁଣ୍ଡା ଗାଁର 30ରୁ ଊର୍ଦ୍ଧ୍ବ କର୍ମଚାରୀ ବନବିଭାଗ ଅଧୀନରେ 2016 ମସିହାରେ ଗାତ ଖନନ ଓ ଚାରାରୋପଣ କାର୍ଯ୍ୟ କରିଥିଲେ । ଦୀର୍ଘ 4 ବର୍ଷ ବିତି ଯାଇଥିଲେ ମଧ୍ୟ ବନ କର୍ମଚାରୀ ଶ୍ରମିକଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଠକି ଚାଲିଥିବା ଅଭିଯୋଗ ହୋଇଥିଲା । ଏସମ୍ପର୍କରେ ଖବର ପାଇବା ପରେ ଦଳିତ ଅଧିକାର ମଞ୍ଚ ସଭାପତି କମଳ ଚରଣ ତାଣ୍ଡି ଶ୍ରମିକଙ୍କୁ ମଜୁରୀ ଟଙ୍କା ପ୍ରଦାନ ଦାବିରେ ଖଡ଼ିଆଳ ବନବିଭାଗ ରେଞ୍ଜର ସଡାନନ୍ଦ ସୁନାନୀଙ୍କୁ ଜଣାଇଥିଲେ । ଏହାପରେ ରେଞ୍ଜର ସଡାନନ୍ଦ ସୁନାନୀ ତୁରନ୍ତ ତଦନ୍ତ କରି 4ବର୍ଷ ଅପେକ୍ଷା କରିଥିବା ଶ୍ରମିକ ମାନଙ୍କୁ ମଜୁରୀ ଟଙ୍କା ପ୍ରଦାନ କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.