ETV Bharat / state

କୃତିବାସଙ୍କ ଆଖିରୁ ଶୁଖୁନି ଲୁହ, ସହାୟତା ଅପେକ୍ଷାରେ ପୁରା ପରିବାର - ରୋଗ ଶଯ୍ୟାରେ କୃତିବାସ

ବର୍ଷେ ହେବ ଶଯ୍ୟାଶାୟୀ ହୋଇ ପଡ଼ିଛନ୍ତି ଘରର ରୋଜଗାରିଆ ପୁଅ । ଯାହାକୁ ନେଇ ଅସହାୟ ହୋଇପଡ଼ିଛି ପୁରା ପରିବାର । ଅଧିକ ପଢ଼ନ୍ତୁ

କୃତିବାସଙ୍କ ଆଖିରୁ ଶୁଖୁନି ଲୁହ, ସହାୟତା ଅପେକ୍ଷାରେ ପୁରା ପରିବାର

author img

By

Published : Jun 1, 2022, 9:35 PM IST

ନୂଆପଡ଼ା: ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅସହାୟ ଗରିବ ଲୋକମାନଙ୍କ ସାମାଜିକ ସୁରକ୍ଷା ଓ ମାଗଣା ଚିକିତ୍ସା ପାଇଁ ଯୋଜନା କରିଛନ୍ତି । ଯୋଜନା ବଳରେ ଗରିବ ଲୋକମାନଙ୍କୁ ସହାୟତା ଯୋଗାଇ ଦେଉଥିବା ସରକାର ଡିଣ୍ଡିମ ଦେଉଛନ୍ତି । ହେଲେ ବାସ୍ତବରେ ଗ୍ରାମାଞ୍ଚଳ ଗୁଡିକରେ ଯୋଜନା ଅପହଞ୍ଚ ହୋଇପଡିଛି । ଯାହାକି ନୂଆପଡା ଜିଲ୍ଲା ଆଦିବାସୀ ବହୁଳ ବୋଡେନ ବ୍ଲକ ଅନକାପୁର ଗାଁର ଅସହାୟ କୃତିବାସ ରଣାଙ୍କ ପରିବାରକୁ ଦେଖିଲେ ଜଣାପଡେ।

କୃତିବାସଙ୍କ ଆଖିରୁ ଶୁଖୁନି ଲୁହ, ସହାୟତା ଅପେକ୍ଷାରେ ପୁରା ପରିବାର

ନୂଆପଡା ଜିଲ୍ଲା ସଦର ମହକୁମା ଠାରୁ ୧୧୫ କିମି ଦୂରତାରେ ଅବସ୍ଥିତ ବୋଡେନ ବ୍ଲକ ଅନକାପୁର ଗାଁ । ଗାଁରେ ବାସ କରନ୍ତି ଅସହାୟ କୃତିବାସ ରଣା, ସ୍ତ୍ରୀ ଦେମତି ରଣା, ଦୁଇ ନାବାଳକ ଚନ୍ଦନ, ଚନ୍ଦ୍ରିକା ଓ ବୃଦ୍ଧ ବାପା ମା' । କୃତିବାସ ୨୦୨୧ ମସିହା ମଇ ମାସରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇ ଅକର୍ମଣ୍ୟ ହୋଇଯାଇଛନ୍ତି ।

ସେହିଦିନଠାରୁ ଧାର କରଜ କରି ସ୍ତ୍ରୀ ଦେମତି ରଣା ସ୍ୱାମୀଙ୍କ ଆରୋଗ୍ୟ କାମନା କରି ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସା କରାଇଥିଲେ । ହେଲେ ଅର୍ଥ ଅଭାବରୁ ସମ୍ପୂର୍ଣ୍ଣ ଚିକିତ୍ସା କରିପାରିଲେ ନାହିଁ । ସେହିଦିନଠାରୁ ଦୀର୍ଘ ୧ବର୍ଷ କାଳ କୃତିବାସ ରଣା ଚିକିତ୍ସା ଅଭାବରୁ ଶଯ୍ୟାଶାୟୀ ହୋଇ ମରଣ ଜୀବନ ସହ ସଂଗ୍ରାମ କରୁଛନ୍ତି ।

ଏପଟେ ସ୍ତ୍ରୀ ଦେମତି ରଣା ସ୍ଵାମୀର ଚିକିତ୍ସାରେ ଲାଗିଥିବା ଧାର କରଜ ପରିଶୋଧ କରି ନପାରି ଭାରସାମ୍ୟ ହରାଇ ଆତ୍ମହତ୍ୟା କରି ଆର ପାରିକୁ ଚାଲି ଗଲେ । ପରିବାରର ରୋଜଗାର କ୍ଷମ ବ୍ୟକ୍ତି କୃତିବାସ ଶଯ୍ୟାଶାୟୀ ଥିବାବେଳେ ଏବେ ବୃଦ୍ଧ ବାପା, ମା' ଉପରେ ପରିବାରର ବୋଝ ପଡିଛି ।

ପରିବାରର ରୋଜଗାରିଆ ପୁଅ ଶଯ୍ୟାଶାୟୀ ହେବା ପରେ ବୃଦ୍ଧା ମା' ରଙ୍ଗବତୀ ରଣା ଏବଂ ବାପା ଜବର ରଣାଙ୍କ ଉପରେ ପରିବାର ବୋଝ। ଜୀବନର ପରିଣତ ବୟସରେ ପୁଅ ବାପା ମା'ର ସେବା କରିବା କଥା, ହେଲେ ଭଗବାନଙ୍କ ବିଚାର କିଛି ଅଲଗା । ଏବେ ପରିବାର ବୋଝରେ ଲଇଁ ଯାଉଛନ୍ତି ବୃଦ୍ଧ ପିତାମାତା ।

ଛଳ ଛଳ ଆଖିରେ ପୁଅର ଚିକିତ୍ସା ଏବଂ ନାତି ନାତୁଣୀ ପେଟରେ ଆହାର ପାଇଁ ଆକୁଳ ନିବେଦନ କରିଛନ୍ତି ବୃଦ୍ଧା ମା' ରଙ୍ଗବତୀ । ଘଟଣା ସମ୍ପର୍କରେ ଅବଗତ କରିବା ପାଇଁ ଆମ ଇଟିଭି ଭାରତ ଟିମ ପହଞ୍ଚି ଥିଲା ବୋଡେ଼ନ ତହସିଲଦାରଙ୍କ ପାଖରେ । ଆମ ଠାରୁ ଶୁଣିବା ପରେ ତହସିଲଦାର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଛନ୍ତି । ୨ ଛୁଆଙ୍କ ସୁରକ୍ଷା ଓ ଶିକ୍ଷା ସହିତ କୃତିବାସ ରଣାଙ୍କୁ ବିଜୁ ସ୍ୱାସ୍ଥ୍ୟ ଯୋଜନା ଜରିଆରେ ମାଗଣା ଚିକିତ୍ସା ଯୋଗାଇ ଦେବେ ବୋଲି ବୋଡେନ ତହସିଲଦାର ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.