ETV Bharat / state

ଛୁରୀ ମାଡରେ ଗୁରୁତର ହୋଇଥିବା ଯୁବକ ଚିକିତ୍ସାଧିନ ଅବସ୍ଥାରେ ମୃତ - ଛୁରୀ ମାଡରେ ଗୁରୁତର ହୋଇଥିବା ଯୁବକ ଚିକିତ୍ସାଧିନ ଅବସ୍ଥାରେ ମୃତ

ଛୁରୀ ମାଡରେ ଗୁରୁତର ହୋଇଥିବା ବ୍ୟକ୍ତି ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ । ମୃତ ଯୁବକ କ୍ଷୀରମାଲ ଗାଁର ଅଜିତ କୁମାର ବାଗ ବୋଲି ଜଣାପଡିଥିବାବେଳେ,ଫେରାର ଅଭିଯୁକ୍ତ ଖରିଆର ରୋଡ଼ ଜୋଙ୍କ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ...

knife attack injured man death
ଛୁରୀ ମାଡରେ ଗୁରୁତର ହୋଇଥିବା ଯୁବକ ଚିକିତ୍ସାଧିନ ଅବସ୍ଥାରେ ମୃତ
author img

By

Published : Nov 22, 2020, 2:56 AM IST

ନୂଆପଡା: ଜିଲ୍ଲା ବୋଡେ଼ନ ବ୍ଲକ କ୍ଷୀରମାଲ ଗାଁରେ ଅଭାବନୀୟ ଘଟଣା । ଛୁରୀ ମାଡରେ ଗୁରୁତର ହୋଇଥିବା ବ୍ୟକ୍ତି ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ । ମୃତ ଯୁବକ କ୍ଷୀରମାଲ ଗାଁର ଅଜିତ କୁମାର ବାଗ ବୋଲି ଜଣାପଡିଥିବାବେଳେ,ଫେରାର ଅଭିଯୁକ୍ତ ଖରିଆର ରୋଡ଼ ଜୋଙ୍କ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି ।

ଛୁରୀ ମାଡରେ ଗୁରୁତର ହୋଇଥିବା ଯୁବକ ଚିକିତ୍ସାଧିନ ଅବସ୍ଥାରେ ମୃତ

ସୂଚନାଅନୁଯାୟୀ ଚାଳିତମାସ 15ତାରିଖ ଦିନ ଲୋମହର୍ଷକ ଘଟଣା ଘଟିଯାଇଛି କ୍ଷୀରମାଲ ଗାଁରେ । ଯୋଜନାବଦ୍ଧ ଭାବରେ ଅଭିଯୁକ୍ତ ଜିତୁବାଗ ମୃତ ଅଜିତ କୁମାର ବାଗଙ୍କୁ ସାଥିହୋଇ ଗାଁଦାଣ୍ଡ ବାହାରକୁ ବୁଲିଯିବାପାଇଁ କହିଥିଲା । ଗାଁରୁ 3ଶହ ମିଟର ଦୂରତା ଚାଷ ଜମି ପାଖରେ ଅତର୍କିତ ଭାବରେ ହଠାତ ଧାରୁଆ ମାରଣାସ୍ତ୍ର ଛୁରୀ ବାହାରକରି ଅଭିଯୁକ୍ତ ଜିତୁ ବାଗ ମୃତ ଅଜିତର ମୁଣ୍ଡ ବେକ କୁ ଆକ୍ରମଣ କରିଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ଅଜିତକୁ ଉଦ୍ଧାରକରି ପ୍ରଥମେ ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ପରେ ସଙ୍କଟାପନ୍ନ ଭାବରେ ଭର୍ତ୍ତି କରିଥିଲେ । ଏହାପରେ ଗୁରୁତର ହେବାରୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ଆଜି ଯୁବକ ଅଜିତ କୁମାର ବାଗଙ୍କ ମୃତ୍ୟୁ ଘଟିଛି ।

ଏପଟେ ଅଭିଯୁକ୍ତ ଘଟଣା ଘଟାଇ ଛତିଶଗଡ଼ ରାଜ୍ୟକୁ ଫେରାର ହୋଇଯାଇଥିବାବେଳେ,ମୃତ୍ୟୁ ଖବର ପାଇ ଭୟଭୀତ ହୋଇ ଆଜି ପୋଲିସ ପାଖରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି । ଅପରପକ୍ଷେ ଛୁରୀ ମାଡ଼ ଘଟଣାର କାରଣ ଅସ୍ପଷ୍ଟ ରହିଛି ପୋଲିସ ତଦନ୍ତ ପରେ ଜଣାପଡିବ ।

ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.