ETV Bharat / state

ବିିଭିନ୍ନ ଦାବି ନେଇ କିଷାନ ମଜଦୂର ସଂଗ୍ରାମ ପରିଷଦର ନୂଆପଡାରେ ବିକ୍ଷୋଭ - protests

17 ଦଫା ଦାବି ନେଇ ନୂଆପଡ଼ାରେ କିଷାନ ମଜଦୂର ସଂଗ୍ରାମ ପରିଷଦ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲାରେ ଶୀଘ୍ର ଧାନ ମଣ୍ଡି ଖୋଲିବାକୁ ଦାବି କରିଛନ୍ତି କୃଷକ। ଅଧିକ ପଢ଼ନ୍ତୁ...

ନୂଆପଡା: ବିିଭିନ୍ନ ଦାବି ନେଇ କିଷାନ ମଜଦୂର ସଂଗ୍ରାମ ପରିଷଦ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

author img

By

Published : Nov 3, 2020, 8:20 PM IST

Updated : Nov 4, 2020, 4:00 PM IST

ନୂଆପଡା: ଜିଲ୍ଲାର ଜୟ କିଷାନ ମଜଦୂର ସଂଗ୍ରାମ ପରିଷଦ ଆବାହକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ବରେ ପରିଷଦର ଶତାଧିକ ସଦସ୍ୟ ବିଭିନ୍ନ ସମସ୍ୟାର 17 ଦଫା ଦାବିପତ୍ର ନୂଆପଡା ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ଏନେଇ ଜୟ କିଷାନ ମଜଦୂର ସଂଗ୍ରାମ ପରିଷଦର ସଦସ୍ୟ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

କ୍ଷତିଗ୍ରସ୍ତ ଚାଷୀ ବେକରେ ମକାମାଲ, ମୁଣ୍ଡରେ କପା ଟୋପି, ହାତରେ ଚାଷ ଜମିରେ ନଷ୍ଟ ହୋଇଥିବା ଧାନ କେଣ୍ଡା ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ଜିଲ୍ଲାରେ ଧାନ ଅମଳ ଚାଲିଥିବାବେଳେ ଜିଲ୍ଲାରେ ଶୀଘ୍ର ଧାନ ମଣ୍ଡି ଖୋଲିବା, ମକା,କପା ଫସଲ ବିକ୍ରି କରିବା ପାଇଁ ଜିଲ୍ଲାରେ ମଣ୍ଡି ନ ଥିବାବେଳେ,ତୁରନ୍ତ ମଣ୍ଡି ବ୍ୟବସ୍ଥା ଦାବି କରିଛନ୍ତି ଚାଷୀ।

ବିିଭିନ୍ନ ଦାବି ନେଇ କିଷାନ ମଜଦୂର ସଂଗ୍ରାମ ପରିଷଦର ନୂଆପଡାରେ ବିକ୍ଷୋଭ

ବିଗତ ବର୍ଷ ମାନଙ୍କରେ ମଣ୍ଡିରେ ଟୋକନ ବ୍ୟବସ୍ଥାକୁ ନେଇ ଅବସ୍ଥା ଦେଖାଦେଇଛି ତେଣୁ ବିନା ଟୋକନରେ ଧାନ ବିକ୍ରି କରିବା ପାଇଁ ବ୍ୟବସ୍ଥା କରାଯାଉ ବୋଲି ସେମାନେ ଦାବି କରିଛନ୍ତି । ଧାନ କୁଇଣ୍ଟାଲ ପ୍ରତି 500 ଟଙ୍କା ବୋନସ ସହ FAQ ମାନର ଧାନ ବାହାନା ରେ ଚଳିତ ବର୍ଷ କଟନୀ ଛଟନି ନ କରିବା ପାଇଁ ଦାବି କରିଛନ୍ତି ।

ବକେୟା ନିର୍ମାଣ ଶ୍ରମିକ ମାନଙ୍କୁ କୋରୋନା ସହାୟତା 1500 ଟଙ୍କା ତୁରନ୍ତ ପ୍ରଦାନ କରିବା ସହ TMC ସେଣ୍ଟର ସହାୟତା 2000 ଟଙ୍କା ତୁରନ୍ତ ପ୍ରଦାନ କରାଯାଉ ବୋଲି ସେମାନେ କହିଛନ୍ତି । ଏଭଳି 17 ଦଫା ଦାବି ପୂରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପାଖରେ ଦାବି କରିଛନ୍ତି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆଇନ ଅମାନ୍ୟ ଆନ୍ଦୋଳନ କରିବେ ବୋଲି ଜୟ କିଷାନ ମଜଦୂର ସଂଗ୍ରାମ ପରିଷଦ ଚେତାବନୀ ଦେଇଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Last Updated : Nov 4, 2020, 4:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.