ନୂଆପଡା: କିରୋସିନ ଗୋଦାମକୁ ସିଲ କଲା ଜିଲ୍ଲା ପ୍ରଶାସନ । ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ସବ କିରୋସିନି ଡିଲର ମାଲିକ ଆରିଫ ମହମ୍ମଦଙ୍କ କିରୋସିନି ଗୋଦାମକୁ ଶୁକ୍ରବାର ପ୍ରଶାସନ ଅଚାନକ ଚଢାଉ କରି ସିଲ କରିଛି । ନୂଆପଡା ଉପ ଜିଲ୍ଲାପାଳ ତରାଣୀସେନ ନାଏକଙ୍କ ନିର୍ଦ୍ଦେଶ କ୍ରମେ ବୋଡେ଼ନ ଅତିରିକ୍ତ ତହସିଲଦାର ସିଲ କରିଛନ୍ତି ।
ସୂଚନାଅନୁଯାୟୀ ବୋଡେ଼ନ ବ୍ଲକରେ ହିତାଧିକାରୀ ମାନଙ୍କୁ କିରୋସିନି ବଣ୍ଟନ ବ୍ୟବସ୍ଥାରେ ଅନିୟମିତତା ହୋଇଥିବା ଖଡ଼ିଆଳ ବିଧାୟକ ଅଭିଯୋଗ କରିଛନ୍ତି । ଖାଉଟି ମାନଙ୍କୁ ମାସମାସ ଧରି କିରୋସିନି ନଦେଇ କଳାବଜାରୀ କରୁଥିବା ଘଟଣା ଗତ କିଛିଦିନ ପୂର୍ବେ ସାମ୍ନାକୁ ଆସିଛି । ବିଧାୟକଙ୍କ ଅଭିଯୋଗକୁ ଭିତ୍ତିକରି ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କିରୋସିନି ଗୋଦାମ ଷ୍ଟକ ଯାଞ୍ଚ କରିଛନ୍ତି ଅତିରିକ୍ତ ତହସିଲଦାର । 12ହଜାର ଲିଟର କିରୋସିନି ଷ୍ଟକ ଥିବାବେଳେ, ପ୍ରତିମାସର ଗ୍ରାମପଞ୍ଚାୟତ ମାନଙ୍କୁ କିରୋସିନି ଦେଇଛନ୍ତି ବୋଲି ସବଡିଲର କହିଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ