ETV Bharat / state

୪୩ ଦାଦନ ଶ୍ରମିକ ଉଦ୍ଧାର

୪୩ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ଖଡ଼ିଆଳ ପୋଲିସ । ଉଦ୍ଧାର ହୋଇଥିବା ଶ୍ରମିକମାନେ ବଲାଙ୍ଗୀର, ସୋନପୁର, ବରଗଡ଼ ଆଦି ଜିଲ୍ଲାର ବୋଲି ସୂଚନା ଦେଇଛି ପୋଲିସ । ଅଧିକ ପଢ଼ନ୍ତୁ...

author img

By

Published : Oct 29, 2021, 10:43 PM IST

୪୩ ଦାଦନଙ୍କୁ ଉଦ୍ଧାର କଲା ଖଡ଼ିଆଳ ପୋଲିସ
୪୩ ଦାଦନଙ୍କୁ ଉଦ୍ଧାର କଲା ଖଡ଼ିଆଳ ପୋଲିସ

ନୂଆପଡା: ୪୩ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ଖଡ଼ିଆଳ ପୋଲିସ । ଉଦ୍ଧାର ହୋଇଥିବା ଶ୍ରମିକମାନେ ବଲାଙ୍ଗୀର, ସୋନପୁର, ବରଗଡ଼ ଆଦି ଜିଲ୍ଲାର ବୋଲି ସୂଚନା ଦେଇଛି ପୋଲିସ । ଆଜି(ଶୁକ୍ରବାର) ସନ୍ଧ୍ୟା ୬ଟା ବେଳେ ବସ ଖଡ଼ିଆଳ ବସ୍‌ଷ୍ଟାଣ୍ଡରୁ ବିଜୟୱାଡ଼ା ଅଭିମୁଖେ ବାହାରିଥିଲେ ଏହି ଶ୍ରମିକ । ତେବେ କୌଣସି ସୂତ୍ର ପୋଲିସ ଖବର ପାଇ ଖଡ଼ିଆଲ ବସ୍‌ଷ୍ଟାଣ୍ଡରେ ପହଞ୍ଚି ଶ୍ରମିକଙ୍କୁ ଉଦ୍ଧାର କରିଥିଲା ।

୪୩ ଦାଦନଙ୍କୁ ଉଦ୍ଧାର କଲା ଖଡ଼ିଆଳ ପୋଲିସ

ବସ୍‌ ଷ୍ଟାଣ୍ଡ ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ୍‌କୁ ଅପେକ୍ଷା କରି ରହିଥିଲେ ଏହି ଶ୍ରମିକ । ଏହି ଯାତ୍ରୀବାହୀ ବସରେ ଦାଦନ ଶ୍ରମିକ ଚାଲାଣ ହେଉଥିବା ଖବର ପାଇଥିଲା ଖଡ଼ିଆଳ ପୋଲିସ । ତଦନ୍ତ ବେଳେ ବସ୍‌ରେ ୪୩ ଜଣ ଦାଦନ ଶ୍ରମିକ ଚାଲାଣ ହେଉଥିବା ଜାଣିବାକୁ ମିଳିଥିଲା ।

କାହା ଇଙ୍ଗିତରେ ଶ୍ରମିକମାନେ ଦାଦନ ଭାବରେ ଖଟିବାକୁ ଯାଉଥିଲେ ଏବଂ ଏଥିରେ କେଉଁ ଦଲାଲ ସାମିଲ ରହିଛନ୍ତି ତାହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ପୋଲିସ ଏହାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.