ETV Bharat / state

ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ଖଡ଼ିଆଳ ବନ୍ଦ ପାଳନ - ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ଖଡ଼ିଆଳ ବନ୍ଦ

ନୂଆପଡ଼ା ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ଖଡ଼ିଆଳ ବନ୍ଦ ପାଳନ । ଏହି ବନ୍ଦରେ ସମସ୍ତ ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ ବେସରକାରୀ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଅଧିକ ପଢ଼ନ୍ତୁ

khadiala band
khadiala band
author img

By ETV Bharat Odisha Team

Published : Aug 23, 2023, 2:58 PM IST

khadiala band

ନୂଆପଡା: ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ଖଡ଼ିଆଳ ବନ୍ଦ ପାଳନ ହୋଇଛି । ସକାଳ 6 ଘଣ୍ଟାରୁ ସଂଧ୍ୟା 6 ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇଛି । ତେବେ ଆଜିର ଏହି ବନ୍ଦରେ ସମସ୍ତ ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ ବେସରକାରୀ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଯାନବାହନ ଚଳାଚଳ ସ୍ବଭାବିକ ରହିଛି । ସୋସିଆଲ ମିଡିଆରେ ଏକ ଅଶ୍ଳୀଳ ଭିଡିଓରେ ଭଗବାନଙ୍କ ନାମ ହୋଇଥିଲା । ଏହାକୁ ବିରୋଧ କରି ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ଏହି ବନ୍ଦ ଡାକରା ଦିଆଯାଇଛି ।

ସୂଚନା ମୁତାବକ, ଏକ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକ ସୋସିଆଲ ମିଡିଆରେ ଭଗବାନଙ୍କ ନାମକୁ ନେଇ ଏକ ବିବାଦୀୟ ଭିଡିଓ ପୋଷ୍ଟ କରିଥିଲେ । ଏହି ଘଟଣାକୁ ବିରୋଧ କରି ହିନ୍ଦୁ ଧର୍ମର ନାଗରିକମାନେ ଗତକାଲି ଖଡ଼ିଆଳ ଥାନା ଘେରାଉ କରି ସମ୍ପୃକ୍ତ ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୋଗ କରିଥିଲେ । ଏଭଳି ସୋସିଆଲ ମିଡିଆ ପୋଷ୍ଟ ଦ୍ବାରା ହିନ୍ଦୁ ଧର୍ମାଲମ୍ବୀଙ୍କ ଧାର୍ମିକ ଭାବାବେଗକୁ ଆଘାତ ପହଞ୍ଚି ଥିବା ନେଇ ଅଭିଯୋଗ ହୋଇଛି ।

ଅଭିଯୋଗ ପରେ ଆଜି ଖଡ଼ିଆଳ ପୋଲିସ ସଂପୃକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ଅଭିଯୁକ୍ତ ଯୁବକ ସମେତ ସଂପୃକ୍ତ ଅନ୍ୟମାନଙ୍କୁ ମଧ୍ୟ ଗିରଫ କରିବା ଦାବିରେ ଖଡ଼ିଆଳ ସହରକୁ ବନ୍ଦ ପାଳନ କରିଛନ୍ତି । ହିନ୍ଦୁ ଜାଗରଣ ମଞ୍ଚ ସଦସ୍ୟ ପିକେଟିଂ କରି ସହରର ବିଭିନ୍ନ ଛକ ତଥା 353 ଜାତୀୟ ରାଜପଥର ଆମ୍ବେଦକର ଛକ, ଥାନା ଛକ, ବୋଡେନ ଛକ ଆଦି ଅଞ୍ଚଳରେ ଜୟ ଶ୍ରୀରାମ ସ୍ଲୋଗାନ୍‌ ଦେଇ ବନ୍ଦ ପାଳନକୁ ସଫଳ କରିବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି । ବନ୍ଦ ପାଳନରେ ହିନ୍ଦୁ ଧର୍ମର ବିଭିନ୍ନ ସଂଗଠନ ସାମିଲ ଥିବାବେଳେ ସହରର ଯୁବକମାନେ ଏକତ୍ରିତ ହୋଇ ମୋଟର ସାଇକେଲ ରାଲି କରି ସାରା ସହରରେ ନାରାବାଜି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଜିଲ୍ଲା ମାନ୍ୟତା ଦାବି: ଜିଲ୍ଲା ସଙ୍ଘର୍ଷ ସମିତିର ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

ପ୍ରକାଶ ଥାଉକି, ଗତକାଲି କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବିରେ ଗତକାଲି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ କରାଯାଇଥିଲା । ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିଲା । ଗତକାଲିର ଏହି ବନ୍ଦରେ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ, ଦୋକାନ, ବଜାର, ସ୍କୁଲ୍‌ କଲେଜ, ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା । ଯାନବାହନ ଚଳାଚଳ ମଧ୍ୟ ବନ୍ଦ ରହିଥିଲା । ଏହି ବନ୍ଦରେ ସହରର ୨୦ରୁ ଅଧିକ ସଂଗଠନ ସାମିଲ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.