ETV Bharat / state

5 ସମ୍ବର ଶିକାରୀ ଗିରଫ, ମାଂସ ଜବତ

ଖଡିଆଳ ବନ ବିଭାଗ ବୋଡେନ ବ୍ଲକର ଟେମେରି ଓ ଡନେଇବସା ଗାଁରେ ଚଢାଉ କରି ସମ୍ବର ମାଂସ ସହ 5 ଜଣ ଶିକାରୀରୁ ଗିରଫ କରିଛି । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

author img

By

Published : Jul 10, 2019, 10:51 PM IST

Updated : Jul 10, 2019, 11:00 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

ନୂଆପଡା: ବୋଡେନ ବ୍ଲକର ଟେମେରି ଓ ଡନେଇବସା ଗାଁରେ ବନ ବିଭାଗର ଚଢାଉ । ଏହି ଚଢାଉରେ ବିଭାଗ 5ଜଣ ସମ୍ବର ଶିକାରୀଙ୍କୁ ଗିରଫ କରିବା ସହ ସମ୍ବର ମାଂସ ଜବତ କରିଛି । ଏହା ପରେ ସମସ୍ତ ଶିକାରଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ସୂଚନା ଅନୁଯାୟୀ, ଶିକାରୀ ମାନେ ଗୁରୁଡଙ୍ଗ ଜଙ୍ଗଲରେ ଏକ ସମ୍ବର ଶିକାର କରିଥିଲେ । ପରେ ମାଂସକୁ ଭାଗବଣ୍ଟା କରାଯାଉଥିଲା । ଏହି ଖବର ବନବିଭାଗ ପାଖରେ ପହଞ୍ଚିବା ପରେ ଅତର୍କିତ ଚଢାଉ କରାଯାଇ ଶିକାରୀ ମାନଙ୍କ ସହ ମାଂସ ଜବତ କରିଛି ।

ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ

ନୂଆପଡା: ବୋଡେନ ବ୍ଲକର ଟେମେରି ଓ ଡନେଇବସା ଗାଁରେ ବନ ବିଭାଗର ଚଢାଉ । ଏହି ଚଢାଉରେ ବିଭାଗ 5ଜଣ ସମ୍ବର ଶିକାରୀଙ୍କୁ ଗିରଫ କରିବା ସହ ସମ୍ବର ମାଂସ ଜବତ କରିଛି । ଏହା ପରେ ସମସ୍ତ ଶିକାରଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ସୂଚନା ଅନୁଯାୟୀ, ଶିକାରୀ ମାନେ ଗୁରୁଡଙ୍ଗ ଜଙ୍ଗଲରେ ଏକ ସମ୍ବର ଶିକାର କରିଥିଲେ । ପରେ ମାଂସକୁ ଭାଗବଣ୍ଟା କରାଯାଉଥିଲା । ଏହି ଖବର ବନବିଭାଗ ପାଖରେ ପହଞ୍ଚିବା ପରେ ଅତର୍କିତ ଚଢାଉ କରାଯାଇ ଶିକାରୀ ମାନଙ୍କ ସହ ମାଂସ ଜବତ କରିଛି ।

ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ

Intro:ସରକାର କୃଷି ଓ କୃଷକ ମାନଙ୍କ ବିକାଶ ପାଇଁ ନାନା ଯୋଜନା ଆରମ୍ଭ କରିଛନ୍ତି ସତ ହେଲେ ରାଜ୍ୟ ସରକାରଙ୍କ ଅଜବ ନୀତି ଯୋଗୁଁ ସହରାଞ୍ଚଳ ମାନଙ୍କରେ ଚାଷ କରୁଥିବା ହଜାର ହାଜାର ଚାଷୀଙ୍କୁ ମିଳୁନାହିଁ କୌଣସି ସରକାରୀ ସହାୟତା । ଚାଷୀ ତ ଚାଷୀ ସେ ସହରାଞ୍ଚଳର ହେଉ ବା ଗ୍ରାମାଞ୍ଚଳର ହେଉ ଏଥିରେ ସରକାରଙ୍କ ପାତର ଅନ୍ତର ନିୟମ ଦୁର୍ଭାଗ୍ୟଜନକ ।

ବରଗଡ଼ ପୌରପରିଷଦ ଅଞ୍ଚଳରେ ରହିଛି ହଜାର ହଜାର ଏକର ଚାଷ ଜମି ଏବଂ ବହୁ ଗରିବ ଚାଷୀ ଅଳ୍ପ ବହୁତ ଚାଷକାମ କରି ନିଜର ଗୁଜୁରାଣ ମେଣ୍ଟାଉଥିବା ବେଳେ ଏଠାରେ ଅତ୍ୟଧିକ ଭାଗଚାଷୀ ଚାଷକାମ କରୁଛନ୍ତି । ତେବେ ରାଜ୍ୟ ସରକାର ଗ୍ରାମାଞ୍ଚଳର ଚାଷୀଙ୍କ ପାଇଁ ରିହାତୀ ମୂଲ୍ୟରେ ସାର, ବିହନ ,କୀଟନାଶକ ଯୋଗେଇଦେବା ସହିତ କୃଷିରୂଣର ମଧ୍ୟ ବ୍ୟବସ୍ଥା ଓ ବହୁ ଯୋଜନା କରିଛନ୍ତି । ଯାହାର ଲାଭ ରାଜ୍ୟର ସମସ୍ତ ଚାଷୀ ନୁହେଁ ବରଂ କେବଳ ଗ୍ରାମଞ୍ଚକର ଚାଷୀ ମାନେ ଉଠାଉଛନ୍ତି । ଏପରିକି ଭାଗଚାଷୀ ମାନେ ମଧ୍ୟ ଏହାର ଲାଭ ପାଇବାରେ ବଞ୍ଚିତ ରହୁଛନ୍ତି ।

ତେବେ ଯେତେବେଳେ ବରଗଡ଼ ପୌରପରିଷଦ ଅଞ୍ଚଳର ଚାଷୀ ମାନେ ସରକାରଙ୍କୁ ଜଳକର ପଇଠ କରି ଚାଷକାମ କରୁଛନ୍ତି ଏବଂ ସରକାର ସେମାନଙ୍କୁ ଚାଷୀ ପରିଚୟ ପତ୍ର ମଧ୍ୟ ପ୍ରଦାନ କରୁଛି ତେବେ କାହିଁକି ଟାଉନରେ ଚାଷକାମ କରୁଥିବା ପ୍ରକୃତ ଚାଷୀଙ୍କୁ ସରକାରୀ ଯୋଜନାରୁ ବଞ୍ଚିତ କରାଯାଉଛି ସେନେଇ ପ୍ରଶ୍ନ କରିଛନ୍ତି ବରଗଡ଼ ପୌରପରିଷଦ ଅଞ୍ଚଳର ଚାଷୀ ।




Body:ନିଜ ଛୁଆପିଲାଙ୍କ ଉଜ୍ବଳ ଭବିଷ୍ୟତ ଉଦ୍ୟେଶ୍ୟ ରେ ଭଲ ପାଠପଢ଼ା ପାଇଁ ଗ୍ରାମାଞ୍ଚଳରୁ ଆସି ସହରାଞ୍ଚଳରେ ବସବାସ କରୁଥିବା ଚାଷୀ ଗ୍ରାମାଞ୍ଚଳ ପରି ନା ସୋସାଇଟି ରୁ ସାର, କୀଟନାଶକ, ଓ ବିହନ ର ସୁବିଧା ପାଇପାରୁଛି ନା ଭଲ ରୋଜଗାର କରିପାରୁଛି । ଫଳରେ ସହରାଞ୍ଚଳର ଚାଷୀ ମାନେ ଚାଷକାମରୁ ଧୀରେ ଧୀରେ ଓହରିବାକୁ ଲାଗିଛନ୍ତି । ସରକାର ସହରାଞ୍ଚଳର ଚାଷୀ ମାନଙ୍କପ୍ରତି ଧ୍ୟାନ ନଦେଲେ ସହରାଞ୍ଚଳର ଚାଷଜମି ମାନେ ଧୀରେ ଧୀରେ ବଡ଼ ବଡ଼ କୋଠାଘରରେ ପରିଣତ ହୋଇଯିବ ଏବଂ ଖୁବ ଶୀଘ୍ର ବରଗଡ଼ ର ମାନଚିତ୍ର ରେ ପରିବର୍ତ୍ତନ ଆସିଯିବ ।

ବାଇଟ ୧- ଭବାନୀ ପ୍ରସାଦ ସାହୁ
ବାଇଟ ୨- ଝସକେଟନ ପ୍ରଧାନ
ବାଇଟ 3- କୁଳମଣି ସାହୁ


Conclusion:
Last Updated : Jul 10, 2019, 11:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.