ETV Bharat / entertainment

ବିବାହ ପରେ ପ୍ରଥମଥର ନଜର ଆସିଲେ କୀର୍ତ୍ତି ସୁରେଶ, ମଙ୍ଗଳସୂତ୍ର ଲୁକ୍ ଦେଖି ଫିଦା ଫ୍ୟାନ୍ସ - KEERTHY SURESH BABY JOHN PROMOTION

ବିବାହ ପରେ ପ୍ରଥମ ଥର ପାଇଁ କିର୍ତ୍ତୀ ସୁରେଶଙ୍କୁ ଦେଖିବାକୁ ମିଳିଛି । ଏହି ସମୟରେ ସେ ତାଙ୍କ ମଙ୍ଗଳସୂତ୍ର ଲୁକ୍ ସହ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

KEERTHY SURESH BABY JOHN PROMOTION
KEERTHY SURESH BABY JOHN PROMOTION (IANS, ANI)
author img

By ETV Bharat Entertainment Team

Published : 2 hours ago

ହାଇଦ୍ରାବାଦ: ସାଉଥ ସିନେମାର ସୁନ୍ଦର ଅଭିନେତ୍ରୀ କିର୍ତ୍ତୀ ସୁରେଶ ନିକଟରେ ପ୍ରେମିକଙ୍କୁ ବିବାହ କରିଥିଲେ। 12 ଡିସେମ୍ବରରେ ଗୋଆରେ ପ୍ରେମିକ ଆଣ୍ଟୋନି ଥାଟିଲଙ୍କ ସହ କିର୍ତ୍ତୀ ସୁରେଶ ବିବାହ କରିଥିଲେ। ବର୍ତ୍ତମାନ ବିବାହର ବିବାହର 7 ଦିନ ପରେ ପୁଣି ନିଜ କାମକୁ ଫେରିଛନ୍ତି କୀର୍ତ୍ତି ସୁରେଶ । ବିବାହ ପରେ ପ୍ରଥମ ଥର ପାଇଁ କିର୍ତ୍ତୀ ସୁରେଶ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି । ଆଜିକାଲି କିର୍ତ୍ତୀ ସୁରେଶ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ବେବି ଜନ' ପାଇଁ ଶିରୋନାମାରେ ରହିଥିବା ବେଳେ ଫିଲ୍ମର ପ୍ରମୋସନରେ ତାଙ୍କୁ ଦେଖିବାକୁ ମିଳିଛି। ଯେଉଁଠାରେ ସେ ନିଜ ମଙ୍ଗଳସୂତ୍ର ଲୁକ ସହ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

KEERTHY SURESH BABY JOHN PROMOTION
KEERTHY SURESH BABY JOHN PROMOTION (IANS)

କୀର୍ତ୍ତିଙ୍କ ମଙ୍ଗଳସୂତ୍ର ଲୁକ୍ ଦେଖି ଫିଦା ଫ୍ୟାନ୍ସ

ଏହାପୂର୍ବରୁ ଗତକାଲି ରାତିରେ ମୁମ୍ବାଇରେ ଚମକଦାର ବ୍ଲାକ ରଙ୍ଗର ଗାଉନ୍ ଡ୍ରେସରେ କିର୍ତ୍ତୀ ସୁରେଶନ ନଜର ଆସିଥିଲେ । ମଡେନ ଡ୍ରେସ ସହ ଅଭିନେତ୍ରୀ ଲମ୍ବା ମଙ୍ଗଳସୁତ୍ର ପିନ୍ଧିଥିବାର ନଜର ଆସିଥିଲେ । ଏହା ପରେ କିର୍ତ୍ତୀ ସୁରେଶଙ୍କୁ ଖ୍ରୀଷ୍ଟମାସ ଅବସରରେ ଲାଲ ରଙ୍ଗର ଫ୍ରକରେ 'ବେବି ଜନ' ଫିଲ୍ମର ପ୍ରମୋସନରେ ଦେଖିବାକୁ ମିଳିଥିଲା, ଯେଉଁଥିରେ ଅଭିନେତ୍ରୀ ମଙ୍ଗଳସୁତ୍ର ଲୁକରେ ନଜର ଆସିଥିଲେ । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ତାଙ୍କ ଏହି ଲୁକ ଦେଖି ଫ୍ୟାନ୍ସ ଫିଦା ହୋଇଛନ୍ତି । କୀର୍ତ୍ତିଙ୍କ ଏହି ଲୁକକୁ ସମସ୍ତେ ବେଶ ପସନ୍ଦ କରିଛନ୍ତି । ଏଥିସହ 'ବେବି ଜନ' ପ୍ରମୋସନ ସମୟରେ ବରୁଣ ଧୱନ କିର୍ତ୍ତୀ ସୁରେଶଙ୍କୁ ସୂଚାଇ କହିଥିଲେ ଯେ ନୂଆ ବଧୂ ଫେରିଛନ୍ତି ।

କୀର୍ତ୍ତିଙ୍କ ବିବାହରେ ସାମିଲ ଥିଲେ ବିଜୟ ଥାଲାପତି

ଏଥି ସହିତ କିର୍ତ୍ତୀ ସୁରେଶ ତାଙ୍କ ବିବାହର ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସାଉଥ ସୁପରଷ୍ଟାର ବିଜୟ ଥାଲାପତି ଅଭିନେତ୍ରୀଙ୍କ ସହ ନଜର ଆସିଛନ୍ତି । ବିଜୟ କିର୍ତ୍ତୀଙ୍କ ବିବାହରେ ସାମିଲ ଥିବା ବେଳେ ପାରମ୍ପାରିକ ପୋଷାକରେ ନଜର ଆସିଛନ୍ତି ଏବଂ ସେ ବର ଏବଂ କନ୍ୟାଙ୍କୁ ଆଶୀର୍ବାଦ ଦେଉଛନ୍ତି । ବିଜୟ ଥାଲାପତିଙ୍କ ସହ ଫଟୋ ସେୟାର କରି କିର୍ତ୍ତୀ ସୁରେଶ ଲେଖିଛନ୍ତି, 'ଯେତେବେଳେ ତୁମର ସ୍ୱପ୍ନର ଆଇକନ୍ ତୁମ ବିବାହରେ ଆଶୀର୍ବାଦ ଦେବାକୁ ଆସେ, ବହୁତ ଖୁସି ଲାଗେ ।'

ଏହା ମଧ୍ୟ ପଢନ୍ତୁ: ପଡ଼ିଲା ହାତଗଣ୍ଠି, ନୂଆ ଇନିଂସ ଆରମ୍ଭ କଲେ କୀର୍ତ୍ତି ସୁରେଶ

ଏହି ଦିନ ରିଲିଜ ହେବ ଫିଲ୍ମ

ଖ୍ରୀଷ୍ଟମାସ ଅବସରରେ ଏହି ଫିଲ୍ମ 25 ଡିସେମ୍ବରରେ ମୁକ୍ତିଲାଭ କରିବ । କହିରଖୁଛୁ କି, 'ବେବି ଜନ' ଆଟଲେଙ୍କ ଫିଲ୍ମ 'ଥେରିର' ରିମେକ୍, ଯାହା 2016 ରେ ମୁକ୍ତିଲାଭ କରିଥିଲା ​​ଯେଉଁଥିରେ ଥାଲାପତି ବିଜୟ ଏବଂ ସାମନ୍ଥା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । 'ବେବି ଜନ' ଲେଖିଛନ୍ତି ଏବଂ ନିର୍ଦ୍ଦେଶନା ଦେଇଛନ୍ତି କାଲିଶ । ଏହି ଚଳଚ୍ଚିତ୍ରରେ ବରୁଣଙ୍କ ସହ କିର୍ତ୍ତୀ ସୁରେଶ, ଭାମିକା ଗାବି, ଜ୍ୟାକି ଶ୍ରଫ ଏବଂ ରାଜପାଲ ଯାଦବ ମଧ୍ୟ ନଜର ଆସିବେ । କିର୍ତ୍ତୀ ସୁରେଶ ଏହି ଚଳଚ୍ଚିତ୍ର ସହ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ଏବଂ ସେ ପ୍ରଥମ ଥର ପାଇଁ ବରୁଣଙ୍କ ସହ ସ୍କ୍ରିନ ସେୟାର କରୁଛନ୍ତି । ଏହି ଚଳଚ୍ଚିତ୍ରରେ ସେ ବରୁଣଙ୍କ ପତ୍ନୀ ଭୂମିକାରେ ଅଭିନୟ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.