ନୂଆପଡା: ଜିଲ୍ଲାର ଖଡ଼ିଆଳ ବ୍ଲକ ଚେୟାରମ୍ୟାନ ବାଳକୃଷ୍ଣ ଶବରଙ୍କ ବିରୋଧରେ ଅନାସ୍ଥାପ୍ରସ୍ଥାବ ଆଣିଛନ୍ତି ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ। ନିର୍ବାଚିତ ଜନପ୍ରତିନିଧିଙ୍କୁ ଗାଳିଗୁଲଜ ସହ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ତାଙ୍କ ବିରୁଦ୍ଧରେ ଆସିଛି। ଏହାର ପ୍ରତିବାଦ କରି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ସରପଞ୍ଚ ଏବଂ ସମିତିସଭ୍ୟ।
ଏହି ଅଭିଯୋଗକୁ ଆଧାର କରି ଶୁକ୍ରବାର ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟରେ ନୂଆପଡା ଉପଜିଲ୍ଲାପାଳ ତରଣି ସେନ ନାୟକ ଉପସ୍ଥିତ ରହି ଅନାସ୍ଥାପ୍ରସ୍ଥାବ ଭୋଟିଂ ପ୍ରସ୍ତୁତି ଚଳାଇଛନ୍ତି। ବର୍ତ୍ତମାନ ବିରୋଧି ଭୋଟର, ଭୋଟିଂ ହଲକୁ ପ୍ରବେଶ କରିଛନ୍ତି। ଏହାକୁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଗକୁ ଅନାସ୍ଥାପ୍ରସ୍ଥାବ କେଉଁ ମୋଡ ନେଉଛି ତାହା ଉପରେ ରହିଛି ନଜର।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ