ନୂଆପଡା: 14 ଦଫା ଦାବି ପୂରଣ ନେଇ କେନ୍ଦୁପତ୍ର ବନଖଣ୍ଡ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି କେନ୍ଦୁପତ୍ର କର୍ମଚାରୀ ସଂଘ । ତେବେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ନୂଆପଡା ଜିଲ୍ଲା ଖଡ଼ିଆଳ ଡିଭିଜନ ସମ୍ପାଦକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ବରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି ।
କେନ୍ଦୁପତ୍ର ତୋଳାଳୀ, ବନ୍ଧାଲି, ସିଜିନାଲ ଷ୍ଟାଫ ଓ ଅନ୍ୟାନ୍ୟ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସଂଘ ପର୍ଯ୍ୟାୟ କ୍ରମେ ପ୍ରଶାସନ ଓ ସରକାରଙ୍କୁ ଦାବି ଜଣାଇ ଆସୁଛି। ହେଲେ ଫଳ ଶୂନ୍ୟ ହୋଇଥିବାରୁ ସଂଘ କ୍ଷୋଭ ପ୍ରକାଶ କରିଛି। ଆଗକୁ ଅଧିକାରୀ ଓ ସରକାର ଦାବି ପୂରଣ ନେଇ ବିଚାର ନ କଲେ କେନ୍ଦୁପତ୍ର କର୍ମଚାରୀ ସଂଘ ଶ୍ରମିକଙ୍କ ସ୍ଵାର୍ଥ ପାଇଁ ଆନ୍ଦୋଳନ ତୀବ୍ରତର କରିବେ ବୋଲି ଚେତାବନୀ ଦେଇଛନ୍ତି।
ଶ୍ରମିକ ସାମାଜିକ କଲ୍ୟାଣରେ ସାମିଲ ହେବାକୁ ଥିବା 2000 କେରୀ ବଦଳରେ 500 କେରୀ କରାଯାଉ, ଅନ୍ୟାନ୍ୟ ଡିଭିଜନ ଭଳି ଖଡ଼ିଆଳ ଡିଭିଜନରେ ସର୍କଲ ଚେକର ନିଯୁକ୍ତି ଦିଆଯାଉ, ଖଡ଼ିଆଳ ଡିଭିଜନକୁ ପୂର୍ଣ୍ଣାଙ୍ଗ ପ୍ରୋସେସ ଡିଭିଜନ କରାଯାଉ, କେନ୍ଦୁପତ୍ର ବ୍ୟବସାୟକୁ GST ମୁକ୍ତ କରାଯାଉ ଏବଂ ସିଜିଓନାଲ ଷ୍ଟାଫ ବର୍ଦ୍ଧିତ ବକେୟା ଦରମା ତୁରନ୍ତ ଦିଆଯାଉ। ଏଭଳି 14 ଦଫା ଦାବି ପୂରଣ ନେଇ କେନ୍ଦୁପତ୍ର DFO ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛି ସଂଘ ।
ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ