ETV Bharat / state

ସଭିଙ୍କୁ ସହାୟକ ହେବ ଆର୍ଥିକ ପ୍ୟାକେଜ: ବସନ୍ତ ପଣ୍ଡା - ଆର୍ଥିକ ପ୍ୟାକେଜ

ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଘୋଷଣା କରାଯାଇଥିବା ଆର୍ଥିକ ପ୍ୟାକେଜ ସଭିଙ୍କୁ ସହାୟକ ହେବ ବୋଲି କହିଛନ୍ତି କଳାହାଣ୍ଡି ସାଂସଦ ତଥା ପୂର୍ବତନ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା । ଅଧିକ ପଢ଼ନ୍ତୁ...

kalahandi BJP MP Basant panda, economy package, PM Modi, କଳାହାଣ୍ଡି ସାଂସଦ, ବସନ୍ତ ପଣ୍ଡା, ଆର୍ଥିକ ପ୍ୟାକେଜ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ସଭିଙ୍କୁ ସହାୟକ ହେବ ଆର୍ଥିକ ପ୍ୟାକେଜ: ବସନ୍ତ ପଣ୍ଡା
author img

By

Published : May 15, 2020, 7:51 PM IST

ନୂଆପଡ଼ା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 20 ଲକ୍ଷ କୋଟିର ସ୍ବତନ୍ତ୍ର ପ୍ୟାକେଜକୁ କଳାହାଣ୍ଡି ସାଂସଦ ତଥା ପୂର୍ବତନ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ସ୍ବାଗତ କରିଛନ୍ତି। ଏହି ପ୍ୟାକେଜ ଦେଶର ସବୁ ବର୍ଗର ଲୋକଙ୍କୁ ସହାୟକ ହେବ ବୋଲି ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ ପ୍ରକାଶ କରିଛନ୍ତି।

ସଭିଙ୍କୁ ସହାୟକ ହେବ ଆର୍ଥିକ ପ୍ୟାକେଜ: ବସନ୍ତ ପଣ୍ଡା

କୃଷି କ୍ଷୁଦ୍ର ମଧ୍ୟମ ହସ୍ତ ଶିଳ୍ପ, ବାଣିଜ୍ୟ ବ୍ୟବସାୟୀ ଶିକ୍ଷିତ ବେକାର ଯୁବକ ଯୁବତୀ ସମସ୍ତଙ୍କୁ ସାହାଯ୍ୟ କରିବ। ସେହିଭଳି ପ୍ରବାସୀ ଶ୍ରମିକ, ଗ୍ରାମାଞ୍ଚଳର ଗରିବ ହିତାଧିକାରୀ, ମଧ୍ୟବିତ୍ତ ଲୋକଙ୍କୁ ମଧ୍ୟ ପ୍ୟାକେଜରେ ସାମିଲ କରାଯାଇଛି। ପ୍ରବାସୀ ମାନଙ୍କୁ ମୁଣ୍ଡପିଛା 5 କିଲୋ ଚାଉଳ, ଏକ କିଲୋଗ୍ରାମ ଡାଲି 2 ମାସ ପର୍ଯ୍ୟନ୍ତ ମାଗଣାରେ ମିଳିବ ।

ପାଖାପାଖି ଦେଶର 8 କୋଟି ଶ୍ରମିକ ଏହି ଯୋଜନାରେ ସାମିଲ ହେବେ ବୋଲି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା କହିଛନ୍ତି । ସମସ୍ତ ଯୋଜନାର ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ ବୋଲି ସାଂସଦ ପଣ୍ଡା ପ୍ରକାଶ କରିଛନ୍ତି।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.