ETV Bharat / state

ସରିଲା ନୂଆପଡାର ପ୍ରସିଦ୍ଧ ଯୋଡି ଛତର ଯାତ୍ରା

author img

By ETV Bharat Odisha Team

Published : Oct 25, 2023, 9:39 PM IST

ବିଦାୟ ନେଲେ ମାଆ । ସରିଲା ଯୋଡି ଛତର ଯାତ୍ରାର । ଅଧିକ ପଢନ୍ତୁ

ସରିଲା ନୂଆପଡାର ପ୍ରସିଦ୍ଧ ଯୋଡି ଛତର ଯାତ୍ରା
ସରିଲା ନୂଆପଡାର ପ୍ରସିଦ୍ଧ ଯୋଡି ଛତର ଯାତ୍ରା
ସରିଲା ନୂଆପଡାର ପ୍ରସିଦ୍ଧ ଯୋଡି ଛତର ଯାତ୍ରା

ନୂଆପଡା: ନୂଆପଡା ପ୍ରସିଦ୍ଧ ଯୋଡି ଛତର ଯାତ୍ରାର ସମାପ୍ତି ହୋଇଛି । ରାଜ୍ୟର ବହୁ ସ୍ଥାନରେ ଛତର ଯାତର ଯାତ୍ରା ହେଉଥିବା ବେଳେ ନୂଆପଡା ଏହି ଯୋଡି ଛତର ଯାତ୍ରା ସବୁଠାରୁ ସ୍ୱତନ୍ତ୍ର । ଏଠାରେ ଇଷ୍ଟଦେବୀ ମା' ରକ୍ତାମ୍ବରୀ ଏବଂ ମା' ସମଲେଶ୍ୱରୀଙ୍କ ମିଳିତ ଭାବରେ ଯୋଡି ଛତର ଯାତ୍ରା ହୋଇଥାଏ । ଦଶହରା ଆମାବାସ୍ୟା ପ୍ରତିପଦା ଠାରୁ ଉଭୟ ମାଆଙ୍କୁ ଉତ୍ପତ୍ତି ପୀଠରୁ ରାଜକୀୟ ପରମ୍ପରା ଦ୍ୱାରା ଆହ୍ୱାନ କରଯାଇଥାଏ । ଏହା ପରେ ରାଜ ଦରବାର ସମ୍ମୁଖ ମନ୍ଦିରରେ ରଖି ବିଜୟା ଦଶମୀ ପର୍ଯ୍ୟନ୍ତ ପରମ୍ପରୀୟ ରୀତିନୀତି ଅନୁଯାଇୟୀ ପୂଜାର୍ଚ୍ଚନା କରାଯାଇଥାଏ । ଏହା ଯୋଡି ଛତର ଯାତ୍ରା ଆଜି ଅର୍ଥାତ (ବିଜୟା ଦଶମୀ ପରଦିନ) ସମାପନ ହୋଇଥାଏ । ବିଶ୍ୱାସ ରହିଛି ଏହି ଯୋଡି ଛତର ଯାତ୍ରରେ ମାଆଙ୍କୁ ଦର୍ଶନ କରିଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ।

ସୂଚନା ଯୋଗ୍ୟ ଏହି ଯୋଡି ଛତର ଯାତ୍ରା 1820 ମସିହା ରାଜା ରାଜୁଡା ସାଶନରୁ ଚାଲି ଆସିଅଛି । ଏହାକି ପ୍ରଥମେ ତତ୍କାଳୀନ ଖଡ଼ିଆଳ ଚୌହାନ ବଂଶୀୟ ରାଜା ରତନ ସିଂ ଦେବ ଖଡ଼ିଆଳ ଗଡଜାତ ଅଞ୍ଚଳରେ ଆରମ୍ଭ କରିଥିଲେ । ରାଜା ରତନ ସିଂ ଗଡ ରକ୍ଷକ ଭାବରେ ବଡ଼ ଭଉଣୀ ମା' ରକ୍ତାମ୍ବରୀ ,ଇଷ୍ଟ୍ରଦେବୀ ସାନ ଭଉଣୀ ମା' ସମଲେଶ୍ୱରୀଙ୍କୁ ରାଜ ଦରବାରରେ ସ୍ଥାପନ କରିଥିଲେ । ଏଠାରେ ବଳି ପ୍ରଥା ମଧ୍ୟ ପ୍ରଚଳିତ ହୋଇଆସୁଛି ।

ଏହା ମଧ୍ୟ ପଢନ୍ତୁ...ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ, ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ସର୍ବ ପ୍ରଥମେ ବଡ଼ ଭଉଣୀ ଗଡଜାତ ଦେବୀ ରକ୍ତାମ୍ବରୀ ଛତର ମନ୍ଦିରରୁ ବାହାରି ରାଣୀ ସାହେବା ରାଜଶ୍ରୀ ଦେବୀ ଙ୍କ ପାଖକୁ ଯାଇଥିଲେ । ପରେ ସାନ ଭଉଣୀ ଇଷ୍ଟ୍ରଦେବୀ ମାଁ ସମଲେଶ୍ୱରୀଙ୍କ ଛତର ବାହାରି ରାଣୀ ସାହେବା ପାଖକୁ ଯାଇଥିଲା । ବିଧିବଦ୍ଧ ଭାବରେ ରାଣୀ ଉଭୟ ଛତରକୁ ପୂଜା କରି ଆଜ୍ଞାମାଳ ଦେବାପରେ ସହର ଭ୍ରମଣ ଅଭିମୁଖେ ଉଭୟ ଛତର ବାହାରି ଥିଲା । ବାଜା ଗାଜା, ବିରବାଦ୍ୟ ଘୁମୁରା, ଘୋଡା ନାଚ, ଦୁଲଦୁଲି ବାଜାର ତାଳେ ତାଳେ ମା'ମଧ୍ୟ ରାତ୍ରି ପର୍ଯ୍ୟନ୍ତ ସହର ପରିକ୍ରମା କରିଥିଲେ । ସହରର ବହୁ ସ୍ଥାନରେ ମା'ଙ୍କୁ ସ୍ୱାଗତ କରି ବନ୍ଧା ପନା କରି ପାଛୋଟି ନେଇଥିବା ଦେଖିବାକୁ ମିଳିଛି । ବିଶ୍ୱାସ ରହିଛି ଏହି ଛତ୍ର ଯାତ୍ରା ସମୟରେ ମା'ଦର୍ଶନ କରିଲେ ସମସ୍ତ ମନସ୍କାମନା ପୂରଣ ହୋଇଥିାଏ ।

ଏହା ମଧ୍ୟ ପଢନ୍ତୁ...ବିଜୟାଦଶମୀରେ ରାବଣ ଦହନ, ସତ୍ୟ ଓ ଧର୍ମର ସ୍ଥାପନା

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.