ନୂଆପଡ଼ା: ଖଡ଼ିଆଳ ମହୋତ୍ସବ 2023ର ଶୁଭ ଉଦଘାଟିତ ହୋଇଯାଇଛି । ନୂଆପଡ଼ା ଜିଲ୍ଲାର ପ୍ରାଣକେନ୍ଦ୍ର କୁହାଯାଉଥିବା ଐତିହାସିକ ଖଡ଼ିଆଳ ସହର ସ୍ଥିତ ରାଜା ଏଟି ହାଇସ୍କୁଲ ଖେଳ ପଡ଼ିଆ ଠାରେ ଖଡ଼ିଆଳ ମହୋତ୍ସବର ଉଦଘାଟନ ହୋଇଛି । ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ବିଭିନ୍ନ ଅଞ୍ଚଳର ପାରମ୍ପାରିକ ଲୋକନୃତ୍ୟରେ ଝୁମିଲେ ଦର୍ଶକ ।
ଏହା ମଧ୍ୟ ପଢ଼ନ୍ତୁ: DoT Fest In Bhubaneswar: ଝୁମିଲା ରାଜଧାନୀ, ଗୀତରେ ମତୁଆଲା କଲେ ରନ୍ଧାୱା
ଏହି ଅବସରରେ ଖଡ଼ିଆଳ ରିରିପିଟି ପ୍ରାକ ଐତିହାସିକ ଶିଳା ଚିତ୍ର ଯୋଗୀମଠରୁ ବିଜୟ ମଶାଲ ଧରି ଏକ ଶୋଭାଯାତ୍ରାରେ ବାହାରିଥିଲେ । ଖଡ଼ିଆଳ ବଡ ଦଧିବାମାନ ମନ୍ଦିର, ଠାକୁରାଣୀ ମନ୍ଦିର, ମାଁ ସମଲେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଥାନା ଛକ ଦେଇ ମହୋତ୍ସବ ପଡ଼ିଆ ଠାରେ ପହଞ୍ଚିଥିଲା । ମହୋତ୍ସବ ପାଳନ କମିଟି ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକ, ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ସମେତ ପାଳନ କମିଟିର ବହୁ ବରିଷ୍ଠ ସଦସ୍ୟ ଗଣ ବିଜୟ ମଶାଲକୁ ସ୍ୱାଗତ କରିଛନ୍ତି । ପରେ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାଏ, ନୂଆପଡା ଆରକ୍ଷୀ ଅଧିକ୍ଷ ଆର. ଗୁଣ୍ଡାଲ ରେଡି ଯୋଗଦେଇ ଖଡ଼ିଆଳ ମହୋତ୍ସବ 2023କୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରି ଖଡ଼ିଆଳ ଜ୍ୟୋତି ପତ୍ରିକାକୁ ଲୋକାର୍ପଣ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: ସମ୍ପ୍ରସାରଣ ହେବ ଅନୁଗୋଳ ଏନଏଚ୍-୫୩, ରାଜପଥକୁ ଦୁଇ ଲେନ୍ ବିଶିଷ୍ଟ କରିବାକୁ ୧୭୪ କୋଟି ମଞ୍ଜୁର
ଆୟୋଜିତ ମହୋତ୍ସବ ଉଦଘାଟନୀ ସଭାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବରେ ଯୋଗଦେଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ପ୍ରଥମ ସନ୍ଧ୍ୟାରେ ଓଡିଶୀ କଳାହାଣ୍ଡି କଳାକେନ୍ଦ୍ର, ଘୁଡୁକା ନୃତ୍ୟ ତୁଷୁରା, ଚିନିଚମ୍ପା ଅନୁଷ୍ଠାନ ବଲାଙ୍ଗୀର, ବାଳକ କଳାକେନ୍ଦ୍ର କଲିକତା, କରମା ସଂସ୍କୃତି ଭିଭାଗ ଛତିଶଗଡ଼, ଢୋଲ ମହୁରୀ ନୂଆପଡା, ଜୟ କିଷାନ ହାଇସ୍କୁଲ ବରଗାଁର କଳାକାରମାନେ ନୃତ୍ୟ ଗୀତ ଆସରରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ । ଖଡ଼ିଆଳ ମହୋତ୍ସବରେ ଯୋଗ ଦେବାପାଇଁ ବିଭିନ୍ନ ସ୍ଥାନରୁ ଆସିଥିବା କଳାକାର କହିଛନ୍ତି, "ଦୁଇ ବର୍ଷ କୋରୋନା କଟକଣା ପରେ ମଞ୍ଚ ମିଳିଥିବାରୁ ଖୁସି ଅନୁଭବ ହେଉଛି । ଖଡ଼ିଆଳ ମଞ୍ଚଳରେ ନିଜ ପାରମ୍ପରିକ ନୃତ୍ୟ ତଥା ଲୋକକଳା ପ୍ରଦର୍ଶନ କରିଛୁ । ଦର୍ଶକ ମଧ୍ୟ ଆମ କଳା ଦେଖି ଆନନ୍ଦ ପ୍ରକାଶ କରିଛନ୍ତି ।"
ଇଟିଭି ଭାରତ, ନୂଆପଡ଼ା