ETV Bharat / state

ଗଣ୍ଡାବାହେଲି ସେବାଶ୍ରମ ବିଦ୍ୟାଳୟର ଅନ୍ତେବାସିନୀଙ୍କୁ ମାଡ ମାରିଲେ ଛାତ୍ର

ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଗଣ୍ଡାବାହେଲି ସେବାଶ୍ରମ ବିଦ୍ୟାଳୟର ଅନ୍ତେବାସିନୀକୁ ମାଡ଼ । ଏଭଳି ଅଭିଯୋଗ ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର ସରଜମିନ ତଦନ୍ତ ପାଇଁ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ, ବ୍ଲକ ମଙ୍ଗଳ ଅଧିକାରୀ ଗଣ୍ଡାବାହେଲି କନ୍ୟାଶ୍ରମରେ ପହଞ୍ଚିଲେ । ଅଧିକ ପଢ଼ନ୍ତୁ

author img

By

Published : Nov 18, 2022, 12:06 PM IST

ଗଣ୍ଡାବାହେଲି ସେବାଶ୍ରମ ବିଦ୍ୟାଳୟର ଅନ୍ତେବାସିନୀ ଛାତ୍ରୀଙ୍କୁ ମାଡ଼

ନୂଆପଡ଼ା: ସିନାପାଲି ଥାନା ଅନ୍ତର୍ଗତ ଗଣ୍ଡାବାହେଲି ସେବାଶ୍ରମ ବିଦ୍ୟାଳୟର ଅନ୍ତେବାସିନୀକୁ ମାଡ଼ । ଏଭଳି ଅଭିଯୋଗ ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର ସରଜମିନ ତଦନ୍ତ ପାଇଁ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ, ବ୍ଲକ ମଙ୍ଗଳ ଅଧିକାରୀ ଗଣ୍ଡାବାହେଲି କନ୍ୟାଶ୍ରମରେ ପହଞ୍ଚିଛନ୍ତି । ସୂଚନାନୁସାରେ ଏହି ଆଶ୍ରମର ଷଷ୍ଠ ଶ୍ରେଣୀର ଛାତ୍ର ବିଶ୍ଵନାଥ ଶବର ଏବଂ ଓମପ୍ରକାଶ ଦୀପ ଦୁଇ ଛାତ୍ରଙ୍କ ସହ କନ୍ୟାଶ୍ରମ ଅନ୍ତେବାସିନୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଘଟଣାକୁ କେନ୍ଦ୍ର କରି ଛାତ୍ର ବିଶ୍ଵନାଥ ଶବରଙ୍କ ବାପା, ମାଆ ସେବାଶ୍ରମ ବିଦ୍ୟାଳୟ ପରିସରକୁ ପ୍ରବେଶ କରି ଅନ୍ତେବାସିନୀଙ୍କୁ ମାଡ଼ମାରି ଲହଲୁହାଣ କରିଦେଇଥିଲେ ।

ଶିକ୍ଷକଙ୍କ ଉପସ୍ଥିତିରେ ଏହି ଘଟଣା ଘଟିଥିଲା । ପରେ ଛାତ୍ରୀ ଏନେଇ ସିନାପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ସିନାପାଲି ପୋଲିସ ତଦନ୍ତ ଜାରି ରଖିଛି । ଅପରପକ୍ଷେ ଗୁରୁବାର ତଦନ୍ତ ପାଇଁ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ, ବ୍ଲକ ମଙ୍ଗଳ ଅଧିକାରୀ ମଧ୍ୟ ଘଟଣାର ତଦନ୍ତ ପାଇଁ ଗଣ୍ଡାବାହେଲି ଆଶ୍ରମ ବିଦ୍ୟାଳୟରେ ପହଞ୍ଚିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.ବ୍ରହ୍ମପୁର କଲେଜରେ ରାଗିଂ, ଦୁଇ ଛାତ୍ର ଗିରଫ

ଅପରପକ୍ଷେ ଦାୟିତ୍ୱହୀନ ଶିକ୍ଷକଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି କରିବା ସହ ଛାତ୍ରୀମାଙ୍କୁ ନ୍ୟାୟ ପ୍ରଦାନ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ରାଜ୍ୟ ସରକାରଙ୍କ ST/SC ବିଭାଗ ପକ୍ଷରୁ ପରିଚାଳିତ ଗଣ୍ଡାବାହେଲି ସେବାଶ୍ରମ କନ୍ୟାଶ୍ରମ । ଯେଉଁ ଠାରେ କି ଶତାଧିକ ST/SC ଛାତ୍ରଛାତ୍ରୀ ରହି ପାଠ ପଢ଼ନ୍ତି । ଯାହାର ସମସ୍ତ ଦାୟିତ୍ବ ରାଜ୍ୟ ସରକାର ବହନ କରନ୍ତି । ଏଠାରେ ଏଭଳି ପରିସ୍ଥିତିକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ଶିକ୍ଷକଙ୍କ ଉପସ୍ଥିତିରେ ଏଭଳି ଘଟିଥିବାରୁ ସାଧାରଣରେ ନିନ୍ଦା ପ୍ରକାଶ ପାଇବା ସହ ଅନେକ ଆଲୋଚନା ବି ହେଉଛି ।

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.