ETV Bharat / state

ସରକାର ଯୋଜନା ଅପହଞ୍ଚରେ ହେମଲତା, ଭିକମାଗି ପୋଷୁଛନ୍ତି ୪ ପ୍ରାଣୀର ପରିବାର

author img

By

Published : May 17, 2023, 10:13 PM IST

ନା ଅଛି ଘର ନା ରୋଜଗାର । ଭିକମାଗି ନିଜ ତିନି ସନ୍ତାନଙ୍କ ସହ ଦୁଃଖ ଦୁର୍ଦ୍ଦଶାରେ ବଞ୍ଚୁଛନ୍ତି ହେମଲତା । ସରକାରଙ୍କ ସମସ୍ତ ଯୋଜନା ବି ଏବେ ତାଙ୍କ ପାଇଁ ସାତସ୍ବପ୍ନ । ଅଧିକ ପଢ଼ନ୍ତୁ

ଭିକମାଗି ନିଜ ତିନି ସନ୍ତାନଙ୍କ ସହ ଦୁଃଖ ଦୁର୍ଦ୍ଦଶାରେ ବଞ୍ଚୁଛନ୍ତି ହେମଲତା

ନୂଆପଡା: ନାରୀ ସୁରକ୍ଷା ପାଇଁ ସରକାର ସରକାରଙ୍କ ମାଳମାଳ ଯୋଜନା । ବିଧବା ମହିଳାଙ୍କୁ ସାମାଜିକ ସୁରକ୍ଷା ପାଇଁ ଯୋଜନା ରହିଛି ହେଲେ ସବୁ ଯୋଜନା ସଠିକ୍ ରୂପେ କାର୍ଯ୍ୟକାରୀ ହୋଇପାରୁ ନାହିଁ । ଅସହାୟ ବିଧବା ହେମଳତା ମାଝୀଙ୍କ ପାଖକୁ ପହଞ୍ଚି ପାରିନାହିଁ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନା । ଫଳରେ ବିଧବା ହେମଲତା ଭଙ୍ଗା ଦଦରା କୁଡ଼ିଆ ଘରେ ଅସୁରକ୍ଷିତ ଅବସ୍ଥାରେ ପଡି ରହିଥିବାବେଳେ, ତିନି ନାବାଳକ ସନ୍ତାନ ସହ ଭୋକ ଉପାସରେ ଦିନ କାଟୁଛି ।

ହେମଳତା ମାଝୀଙ୍କ ଦୁଃଖ: ନୂଆପଡା ଜଲ୍ଲା ଦସର ମହୁକମା ଠାରୁ ୧୨୦ କିଲୋମିଟର ଦୂରତା ନୂଆପଡା ଜିଲ୍ଲା ଛତିଶଗଡ଼ ସୀମାନ୍ତ ସିନାପାଲି ବ୍ଲକ ପିଠାପଡା ଗାଁ । ଗାଁରେ ବାସକରନ୍ତି ବିଧବା ଅସହାୟ ହେମଲତା ମାଝୀ, ତିନିନାବାଳକ ସନ୍ତାନ ଗୋପାଳ ମାଝୀ, ଭୁପେଶ ମାଝୀ, କୁନି ଶିଶୁକନ୍ୟା କିଞ୍ଜଳ ମାଝୀ । ଭଙ୍ଗା ଦଦରା କୁଡ଼ିଆ ଘରେ ଦିନରେ ସୂର୍ଯ୍ୟ ରାତ୍ରିରେ ଚନ୍ଦ୍ର ଦେଖାଦେଉଛି । ତେବେ ପୂର୍ବରୁ ହେମଲତା ମାଝୀ ଓ ତାଙ୍କ ପତି କୁଶଧ୍ୱଜ ମାଝୀ ଚେନ୍ନଇରେ ବିଲ୍ଡିଂ ତିଆରି କାମ କରୁଥିଲେ । କାମ କରିବା ସମୟରେ ସ୍ବାମୀ କୁଶଧ୍ବଜର ଡାହାଣ ଗୋଡ଼ ଭାଙ୍ଗି ଯାଇଥିଲା । ପରେ ସ୍ବାମୀ ସ୍ତ୍ରୀ 3 ନାବାଳକ ଶିଶୁମାନଙ୍କୁ ଧରି ଗାଁକୁ ଚାଲି ଆସିଥିଲେ । ଗାଁରେ ଚିକିତ୍ସା ଅଭାବରୁ କୁଶଧ୍ବଜଙ୍କ ମୃତ୍ୟୁ ଘଟିଥିଲା । ପରିବାରର ଏକମାତ୍ର ରୋଜାଗାରିଆ ସ୍ବାମୀଙ୍କ ଦେହାନ୍ତ ପରେ ପରିବାରର ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି । ଅସୁରକ୍ଷିତ ଅବସ୍ଥାରେ ଖରା, ବର୍ଷା, ଶୀତକୁ ସହି ଭାଗ୍ୟକୁ ଆଦରି ଭଙ୍ଗାଘରେ ପଡି ରହିଛି ପରିବାର ।

ସରକାର ସହାୟତା ସାତ ସ୍ବପ୍ନ: ରୋଜଗାର କହିଲେ କିଛି ନାହିଁ, ଗାଁ ଦାଣ୍ଡରେ ଭିକ ମାଗି ତିନି ନାବାଳକ ପେଟରେ ଦାନା ଦେଉଛନ୍ତି ହେମଲତା । ତାଙ୍କ ପାଖରେ ନାଅଛି ରାସନକାର୍ଡ, ଆବାସ ଗୃହ,ନା ବିଧବା ଭତ୍ତା । ବେଳେ ଖାଇଲେ ବେଳେ ଉପବାସ ଭୋକିଲା ପେଟରେ ଓଦାକନା ଦେଇ ଅର୍ଦ୍ଦହାରରେ ଦିନକାଟୁଛି ଏହି ଅସହାୟ ପରିବାର । ହେମଲତା ପାଖରେ ନାଅଛି ରାସନକାର୍ଡ, ଆବାସ ଗୃହ, ନା ବିଧବା ଭତ୍ତା । ସବୁକିଛି ସରକାରୀ ଯୋଜନା ଅପହଞ୍ଚ ହୋଇପଡିଛି । ଜମିବାଡ଼ି ଘରଦ୍ୱାର କିଛି ବି ନାହିଁ , ଗାଁର ଅନ୍ୟଜଣେ କୋକଙ୍କ ଘର ପଛପଟେ କୁଡ଼ିଆ ଘର ତିଆରି ଆଶ୍ରୟ ନେଇଛନ୍ତି ହେମଲତା । ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନା ଏହି ପରିବାର ପାଇଁ ସାତ ସପନ ପାଳଟିଛି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.