ETV Bharat / state

ସଙ୍ଗୀତରେ ସଚେତନାତାର ବାର୍ତ୍ତା ବାଣ୍ଟୁଛନ୍ତି ସ୍ବାସ୍ଥ୍ୟ ପରିଦର୍ଶକ - ଖଡ଼ିଆଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ସୁମଧୁର ସଙ୍ଗୀତj ତାଳେ ତାଳେ ନୂଆପଡା ଜିଲ୍ଲା ବାସୀଙ୍କୁ ସ୍ନେହ ଶ୍ରଦ୍ଧାରେ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ଖଡ଼ିଆଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟ ପରିଦର୍ଶକ ଧବଳେଶ୍ବର ମେହେର । ନୀତିନିୟମ ପାଳନ କରି କିଭଳି ଘରେ ରହି ସୁସ୍ଥ ରହିପାରିବେ ତାହା ହିଁ ସଙ୍ଗୀତର ମୂଳ ଲକ୍ଷ ବୋଲି କଣ୍ଠଶିଳ୍ପୀ ମେହେର ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

ସଙ୍ଗୀତରେ ସଚେତନାତାର ବାର୍ତ୍ତା ବାଣ୍ଟୁଛନ୍ତି ସ୍ବାସ୍ଥ୍ୟ ପରିଦର୍ଶକ

author img

By

Published : May 30, 2020, 12:47 PM IST

ନୂଆପଡି: ମହାମାରୀ କୋରୋନାର ସଙ୍କଟ ମଧ୍ୟରେ ଖଡ଼ିଆଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟ ପରିଦର୍ଶକ ଧବଳେଶ୍ବର ମେହେରଙ୍କ ଅଭିନବ ପ୍ରୟାସ । ସୁମଧୁର ସଙ୍ଗୀତର ତାଳେ ତାଳେ ନୂଆପଡା ଜିଲ୍ଲାବାସୀଙ୍କୁ ସ୍ନେହ ଶ୍ରଦ୍ଧାରେ ବାଣ୍ଟିଛନ୍ତି ସଚେତନତାର ବାର୍ତ୍ତା । ଦୈନନ୍ଦିନ ରୋଗୀ ସେବାରେ ବ୍ୟସ୍ତ ବହୁଳ ତଥା କର୍ମମୟ ଜୀବନରୁ କିଛି ସମୟ ବାହାର କରି ଜିଲ୍ଲାବାସୀଙ୍କୁ ସଚେତନ କରିବା ପାଇଁ ସଙ୍ଗୀତ ରଚନା କରିଛନ୍ତି ମେହେର ।

ସଙ୍ଗୀତରେ ସଚେତନାତାର ବାର୍ତ୍ତା ବାଣ୍ଟୁଛନ୍ତି ସ୍ବାସ୍ଥ୍ୟ ପରିଦର୍ଶକ

ଶନିବାର ଖଡ଼ିଆଳ ସ୍ଥିତ ଏକ ଷ୍ଟୁଡିଓରେ ସାଉଣ୍ଡ ଇଞ୍ଜିନିୟର ବିଚିତ୍ରା ୟାଦବଙ୍କ ସହାୟତାରେ ଗୀତଟି ରେକଡିଂ ହୋଇପାରିଛି । କଣ୍ଠଶିଳ୍ପୀ ଧବଳେଶ୍ବର ମେହେର ଖଡ଼ିଆଳଠାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟ ପରିଦର୍ଶକ ଭାବେ କାର୍ଯ୍ୟରତ। କୋଭିଡି ଡ୍ୟୁଟିରେ ନିୟୋଜିତ ରହିଥିବା ଧବଳେଶ୍ବର ବିଭିନ୍ନ କ୍ବାରେଣ୍ଟାଇନ ସେଣ୍ଟର ପରିଦର୍ଶନ କାମରେ ବ୍ୟସ୍ତ। ବ୍ୟସ୍ତତା ଭିତରେ ମଧ୍ୟ ଲୋକଙ୍କୁ କରୋନା ସଚେତନତା ସଙ୍ଗୀତର ମୂର୍ଚ୍ଛନାରେ ବାନ୍ଧି ରଖିଛନ୍ତି ସେ । ଲକଡାଉନ, ସଟଡାଉନ, ନୀତିନିୟମ ପାଳନ କରି କିଭଳି ଘରେ ରହି ସୁସ୍ଥ ରହିପାରିବେ ତାହା ହିଁ ସଙ୍ଗୀତର ମୂଳ ଲକ୍ଷ ବୋଲି କଣ୍ଠଶିଳ୍ପୀ ମେହେର ପ୍ରକାଶ କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.