ETV Bharat / state

ମିଳୁନି ପକ୍କା ଘର, ଅସହାୟ ଜୀବନ କାଟୁଛନ୍ତି ଗୁରୁବାରୁଙ୍କ ପରିବାର - ଭଙ୍ଗାଘରେ ଗୁରୁବାରୁଙ୍କ ପରିବାର

ନୂଆପଡା ଜିଲ୍ଲା ସଦରମହୁକମାର ଖଡ଼ିଆଳ ବ୍ଲକ ଭୁଲିଆସିକୁଆ ଗାଁରେ ଛିଣ୍ଡା ପଲିଥିନ ଓ ଭଙ୍ଗା ମାଟି କାନ୍ଥ ତଳେ ବିତୁଛି 3 ପ୍ରାଣୀଙ୍କ ଜୀବନ । ଅଧିକ ପଢନ୍ତୁ

government housing scheme awas yojana
government housing scheme awas yojana
author img

By

Published : Jun 12, 2023, 1:32 PM IST

ଅସହାୟ ଜୀବନ କାଟୁଛନ୍ତି ଗୁରୁବାରୁଙ୍କ ପରିବାର

ନୂଆପଡା: ଛିଣ୍ଡା ପଲିଥିନ ଓ ଭଙ୍ଗା ମାଟି କାନ୍ଥ ତଳେ ବିତୁଛି 3 ପ୍ରାଣୀଙ୍କ ଜୀବନ । ଘରର ମାଟି କାନ୍ଥ ଫାଟି ଆଁ କରିଥିବା ବେଳେ ଦିନରେ ଖରା ଓ ରାତିରେ ସୂର୍ଯ୍ୟ ଦେଖାଯାଉଛି ଏହି ଘର ଭିତରେ । ଆଉ ବର୍ଷା ଓ ଖରାଦିନ କଥା ନ କହିଲେ ଭଲ । ଅସହାୟଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ସରକାର କରିଥିବା ମାଳମାଳ ଯୋଜନା ଏମାନଙ୍କ ପାଇଁ ଯେମିତି ସାତ ସପନ । ଫଳରେ ନିଜ ଭାଗ୍ୟକୁ ଆଦରି ଭଙ୍ଗା ଦଦରା ଘରେ ପଡି ରହିଛନ୍ତି ନୂଆପଡ଼ା ଜିଲ୍ଲା ସଦରମହୁକମାଠାରୁ 82କିଲୋମିଟର ଦୂରତାରେ ଅବସ୍ଥିତ ଖଡ଼ିଆଳ ବ୍ଲକ ଭୁଲିଆସିକୁଆ ଗାଁର ଗୁରୁବାରୁ ଶବରଙ୍କ ପରିବାର ।

ଏହା ମଧ୍ୟ ପଢନ୍ତୁ- ଦୃଷ୍ଟି ଦେଉନି ପ୍ରଶାସନ, ପଲିଥିନ ତଳେ ବିତୁଛି ଅସହାୟ ଭାଇ ଓ ବୃଦ୍ଧା ଭଉଣୀଙ୍କ ଜୀବନ

ଗାଁ ପ୍ରବେଶ ଦ୍ୱାର ବିଜୁଳି ବନ୍ଦ ହୁଡାଉପରେ ବାସ କରନ୍ତି ଗୁରୁବାରୁ ଶବର ତାଙ୍କ ସ୍ତ୍ରୀ କୁମାରି ଶବର ଓ ଝିଅ ଜ୍ୟୋତି ଶବର । ନସମ୍ପତି କହିଲେ କିଛି ନାହିଁ, ଜମି ବାଡ଼ିହୀନ ବାସହରା ଏହି ପରିବାର । ପର ଘରେ ମୁଲ ଲାଗି ପେଟ ପୋଷନ୍ତି । ନିଜସ୍ବ ଘର ଖଣ୍ଡିଏ ନଥିବାରୁ ବର୍ଷେ କି ୨ ବର୍ଷ ନୁହେଁ ବରଂ ୩୦ ବର୍ଷ ହେଲାଣି ପୋଖରୀ କୂଳରେ ରହୁଛନ୍ତି ଗୁରୁବାରୁଙ୍କ ପରିବାର ।

ଅସହାୟଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ସରକାର ମାଳ ମାଳ ଯୋଜନା କରିଛନ୍ତି । ହେଲେ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଉଦାସୀନତା ଯୋଗୁଁ ଗୁରୁବାରୁ ଶବର ଭଳି ଗରିବ ଯୋଜନାରୁ ବଞ୍ଚିତ । ଥରେ କି ଦୁଇ ଥର ନୁହେଁ ବରଂ ବାରମ୍ବାର ଘର ଖଣ୍ଡିଏ ଲାଗି ପ୍ରଶାସନ ପାଖକୁ ଦଉଡିଛନ୍ତି ସେ । ହେଲେ ନିଜ ନାଁରେ ଢିଅ ଖଣ୍ଡେ ନ ଥିବାରୁ ଏଯାଏଁ ତାଙ୍କୁ ମିଳିପାରିନି ଘର । ଘର ନଥିବାରୁ ବଡ କଷ୍ଟରେ ଏହି ଭଙ୍ଗା ଘରେ ସେ ଦିନ କାଟୁଛନ୍ତି । ଏଥିସହ ବୋଝ ଉପରେ ଲଳିତାବିଡା ସଦୃଶ୍ୟ ସରକାରୀ ପୋଖରୀ ହୁଡାରେ ଆଶ୍ରୟ କରି ସରକାରଙ୍କ ରାଜସ୍ୱ ବିଭାଗକୁ ଜବର ଦଖଲ ଟାକ୍ସ ଦେଉଛି ଗୁରୁବାରୁ ।

ଭୂମିହୀନଙ୍କୁ ଜାଗା ଯୋଗାଇ ଦେବାକୁ ସରକାର ଯୋଜନା ହୋଇଥିବା ସତ୍ତ୍ବେ ଏହି ପରିବାରକୁ କିଛି ମିଳୁନି । ତେଣୁ ବାଧ୍ୟ ହୋଇ ଇଚ୍ଛା ନଥିଲେ ବି ଭଙ୍ଗାଦଦରା ଘରେ ରହୁଛନ୍ତି ପୂରା ପରିବାର । ଅଭାବ ଅନଟନରେ ରହୁଥିବାରୁ ଅନେକ ଥର ସରପଞ୍ଚଙ୍କଠାରୁ ନେଇ ପ୍ରଶାସନକୁ ଅବଗତ କରିବା ପରେ ତାଙ୍କ ଦୁଃଖ ଶୁଣିବାକୁ ସତେ ଯେମିତି କାହା ପାଖରେ ସମୟ ନାହିଁ । ଅନ୍ୟପଟେ ଏହି ଘଟଣାକୁ ନେଇ ତହସିଲଦାରଙ୍କ ଦ୍ବାରା 4 ଡ଼ିସିମିଲ ଜମି ପ୍ରଦାନ କଲେ ଆବାସ ଗୃହ ଯୋଜନାରେ ସାମିଲ କରି ତୁରନ୍ତ ଘର ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି ଖଡ଼ିଆଳ ବିଡିଓ । ତେବେ ଆଗକୁ ବିଡିଓଙ୍କ ପ୍ରତିଶ୍ରୁତି କେବେ ପୂରଣ ହେଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.