ETV Bharat / state

୫ ବର୍ଷ ହେଲା ଶଯ୍ୟାଶାୟୀ ଗୁଣଧର, ଅପରେସନ ପାଇଁ ଅର୍ଥ ସାଜିଛି ବାଧକ

author img

By

Published : Nov 27, 2022, 6:19 PM IST

ଟଙ୍କା ଅଭାବରୁ ହୋଇପାରୁନି ଅପରେସନ । ଫଳରେ ଶଯ୍ୟାଶାୟୀ ହୋଇ ପଡ଼ି ରହିଛନ୍ତି ନୂଆପଡ଼ା ଜିଲ୍ଲାର ଗୁଣଧର ମାଝୀ(Gunadhar Majhi medical treatment) । ଅଧିକ ପଢ଼ନ୍ତୁ

Gunadhar Majhi of Nuapada seeking govt help for medical treatment
୫ ବର୍ଷ ହେଲା ଶଯ୍ୟାଶାୟୀ ଗୁଣଧର, ଅପରେସନ ପାଇଁ ଅର୍ଥ ସାଜିଛି ବାଧକ

ନୂଆପଡ଼ା: ନିକାଞ୍ଚନ ବଣ ପାହାଡ଼ ଘେରା ନୂଆପଡା ଜିଲ୍ଲା । ବାଗଲୋର କୁଠିଆପଡା ଗାଁ ଏଠାରେ ଲାଲଗଡ଼ ନାମରେ ପରିଚିତ (Gunadhar Majhi medical treatment)। ଏଭଳି ଅଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ସରକାର ପୁଳାପୁଳା ଯୋଜନା ପ୍ରଣୟନ କରିଛନ୍ତି । ହେଲେ ପ୍ରକୃତର ଏହି ଯୋଜନାର ସୁଫଳ ପାଇ ପାରୁନାହାନ୍ତି ଗରିବ ଅସହାୟ । ଏହାର ଏକ ନଗ୍ନ ଚିତ୍ର ବୋଡେନ୍‌ ବ୍ଲକ୍‌ର କୁଠିଆପଡା ଗାଁରେ ଦେଖିବାକୁ ମିଳିଛି । ବିଜୁ ସ୍ବାସ୍ଥ୍ୟ ଯୋଜନାରେ ଲୋକଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଥିବା ନେଇ ସରକାର ଡିଣ୍ଡିମ ପିଟୁଥିବା ବେଳେ କୁଠିଆପଡ଼ା ଗୁଣଧର ମାଝୀ ଅର୍ଥ ଅଭାବରୁ ଅପରେସନ କରାଇ ପାରୁନାହାନ୍ତି । ମେଡିକାଲ ଟିମ୍‌ ପଠାଇ ଗୁଣଧରଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ପ୍ରଶାସନିକ ଅଧିକାରୀ ।

ନୂଆପଡ଼ା ଜିଲ୍ଲା ସଦର ମହକୁମାଠାରୁ 115 କିଲୋମିଟର ଦୂରରେ ରହିଛି ବୋଡେନ ବ୍ଲକ ବାଗଲୋର କୁଠିଆପଡା ଗାଁ । ଏହି ଗ୍ରାମର ଜଣେ ବାସିନ୍ଦା ହେଉଛନ୍ତି ଗୁଣଧର ମାଝୀ । ପରିବାର କହିଲେ ସେ ଓ ତାଙ୍କ ପତ୍ନୀ । ମୂଲ ମଜୁରୀ କରି ଦୁଇ ପ୍ରାଣୀ ଚଳି ଯାଉଥିଲେ, କୌଣସି ଅସୁବିଧା ନଥିଲା । ହେଲେ ୨୦୧୬ରେ ଗୁଣଧରଙ୍କ ପରିବାର ଉପରେ ଦୁଖର ବାଦଲ ଘୋଟି ଆସିଲା । ପେଟ ଯନ୍ତ୍ରଣା ଯୋଗୁଁ ତାଙ୍କର ଅପରେସନ କରାଇବାକୁ ପଡ଼ିଥିଲା । ଡାକ୍ତର ତାଙ୍କ ମଳ ତ୍ୟାଗ ନଳୀ ବାଇପାସ୍‌ ସର୍ଜରୀ କରାଇଥିଲେ । ସେହି ଦିନଠାରୁ ଗୁଣଧର ଶଯ୍ୟାଶାୟୀ ।

ହୋଇ ପାରୁନି ଅପରେସନ

ଏବେ ପୁଣି ଅପରେସନ କରାଇ ବାଇପାସ୍‌ ମଳ ତ୍ୟାଗ ନଳୀକୁ ବନ୍ଦ କରାଇ ସ୍ବାଭାବିକ କରିବାକୁ ହେବ । ଏଥିପାଇଁ ଆବଶ୍ୟକ ଟଙ୍କା । ହେଲେ ଟଙ୍କା ଅଭାବରୁ ତାହା କରାଇ ପାରୁନାହାନ୍ତି ଗୁଣଧର । କାରଣ ପୂର୍ବରୁ ହିଁ ଗୁଣଧରଙ୍କ ଚିକିତ୍ସା ବାବଦକୁ ଘରେ ଯାହା ଥିଲା ବିକି ଭାଙ୍ଗି ଦେଇଛନ୍ତି । ପିଲା ଛୁଆ ବୋଲି କେହି ନାହାନ୍ତି । ପତ୍ନୀଙ୍କ ସେବାରେ ବଞ୍ଚିଛନ୍ତି ଗୁଣଧର । ଏବେ ସେ ଜୀବନମରଣ ସହ ସଂଗ୍ରାମ କରୁଛନ୍ତି ।

ଏହାକୁ ନେଇ ଗୁଣଧର କହିଛନ୍ତି, "ଆମେ ପ୍ରଥମେ ନୂଆପଡ଼ା ଯାଇଥିଲୁ ସେଠାରେ ଅପରେସନ ହୋଇ ପାରିଲା ନାହିଁ । ଏବେ ଚିକିତ୍ସା ପାଇଁ ସବୁ ଟଙ୍କା ସରିଗଲା । ଏବେ ଔଷଧ ଖାଇବାକୁ ବି ଟଙ୍କା ନାହିଁ । ଏବେ ସରକାର ବୁଝିଲେ ହିଁ କିଛି କରି ପାରିବି । ମୋ ପାଖରେ ଆଉ କିଛି ଉପାୟ ନାହିଁ ।"

ସେପେଟ ଗୁଣଧରଙ୍କ ପତ୍ନୀ କହିଛନ୍ତି, "ହସ୍ପିଟାଲ୍‌କୁ ନେଇଥିଲୁ । କିନ୍ତୁ ଏବେ ପୁଣି ଅପରେସନ କରାଇବାକୁ କହୁଛନ୍ତି ଡାକ୍ତର । ପୂର୍ବରୁ ଚିକିତ୍ସା ବାବଦକୁ ସବୁ ଟଙ୍କା ସରିଗଲା । ଗାଇଗୋରୁ ସୁନା ସବୁ ବିକ୍ରି କରି ଦେଇଛୁ । ଏବେ ସରକାର ହିଁ ଆମ ସାହା ଭରସା ।"

ଏବେ ପ୍ରଶ୍ନ ଉଠୁଛି, ସ୍ବାସ୍ଥ୍ୟସେବା ପାଇଁ ସରକାରଙ୍କ ପୁଳାପୁଳା ଯୋଜନା । ହେଲେ ଏହି ଯୋଜନା ଲାଭ ପାଉଛନ୍ତି ତ ହିତାଧିକାରୀ ? କାରଣ ଗୁଣଧରଙ୍କ ଅବସ୍ଥା ଦେଖିଲେ ଏହା ଉପରେ ବିଶ୍ବାସ କରିବା ସହଜ ହେଉନି ।

ପ୍ରଶାସନିକ ଅଧିକାରୀଙ୍କ ପ୍ରତିଶୃତି

ଗୁଣଧରଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ବୋଡେନ ତହସିଲଦାରଙ୍କୁ ପଚାରିବାରୁ ସେ କହିଛନ୍ତି, "ଗୁଣଧରଙ୍କ ଆଉ ଏକ ଅପରେସନ ଆବଶ୍ୟକ । ଏହାକୁ ନେଇ ଆମେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜଣାଇବୁ । ସେ ଏକ ମେଡିକାଲ ଟିମ୍‌ ପଠାଇ ସମସ୍ତ ସ୍ଥିତି ଅନୁଧ୍ୟାନ କରିବେ । ଏହାପରେ ଯଦି ତାଙ୍କ ପାଖରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ଥିବ ତାଙ୍କୁ ସମସ୍ତ ଚିକିତ୍ସା ଯୋଗାଇ ଦିଆଯିବ ।"

୫ ବର୍ଷ ହେଲା ଗୁଣଧର ଶଯ୍ୟାଶାୟୀ ହୋଇ ରହିଥିବା ତାଙ୍କ ସମ୍ପର୍କୀୟ କହିଛନ୍ତି । କେବେ ପ୍ରଶାସନର ଦୃଷ୍ଟି ତାଙ୍କ ଉପରେ ପଡ଼ୁଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.