ETV Bharat / state

ଯୁବ ସରପଞ୍ଚଙ୍କ ମହାନତା, କ୍ବାରେନଣ୍ଟାଇନ ସେଣ୍ଟରରେ ନିଜେ ବୁଝୁଛନ୍ତି ପ୍ରବାସୀଙ୍କ କଥା - ଯୁବ ସରପଞ୍ଚଙ୍କ ମହାନତା

ଯୁବ ସରପଞ୍ଚ ବଳଦେବ ମାଝୀଙ୍କ ପ୍ରଶଂସନୀୟ କାର୍ଯ୍ୟ । ମହାମାରୀ କୋରୋନା ମହାସଂଗ୍ରାମରେ ସେ ସାଜିଛନ୍ତି ଯୋଦ୍ଧା । ଅଧିକ ପଢନ୍ତୁ...

Greatness of the young sarpancha
ଯୁବ ସରପଞ୍ଚଙ୍କ ମହାନତା, କ୍ବାରେନଣ୍ଟାଇନ ସେଣ୍ଟରରେ ନିଜେ ଦେଉଛନ୍ତି ସେବା
author img

By

Published : May 22, 2020, 7:26 PM IST

Updated : May 23, 2020, 12:31 AM IST

ନୂଆପଡା: ଜିଲ୍ଲାର ସିନାପାଲି ବ୍ଳକ ଆଦିବାସୀ ବହୁଳ ମଖାପଦର ଗ୍ରାମପଞ୍ଚାୟତର ଯୁବ ସରପଞ୍ଚ ବଳଦେବ ମାଝୀଙ୍କ ପ୍ରଶଂସନୀୟ କାର୍ଯ୍ୟ । ମହାମାରୀ କୋରୋନା ମହାସଂଗ୍ରାମରେ ସେ ସାଜିଛନ୍ତି ଯୋଦ୍ଧା ।

ଯୁବ ସରପଞ୍ଚ ବଳଦେବ ନିଜ ଗ୍ରାମପଞ୍ଚାୟତ ସ୍ଥିତ ଲିଆଡ଼, ଝାଙ୍କରଗୁଡା, ସୀତାଲିଖଳିଆ, ଯୋଗିବାହାଲ ଭଳି 4 ଗୋଟି ସ୍ଥାନରେ କ୍ବାରେନଣ୍ଟାଇନ ସେଣ୍ଟର କରିଛନ୍ତି । ଏହି 4 ଗୋଟି ସେଣ୍ଟରରେ ସମୁଦାୟ 200ରୁ ଊର୍ଦ୍ଧ୍ବ ପ୍ରବାସୀ ଓଡ଼ିଆ ଦାଦନ ଶ୍ରମିକଙ୍କୁ ରଖି ପ୍ରତିଦିନ ଖୋଦ୍ ସେମାନଙ୍କୁ ସେବା ଯୋଗାଇ ଦେଉଛନ୍ତି । କୋଭିଡ-19କୁ ଆତଙ୍କିତ ନ ହୋଇ ନିଜ ନିଜ ମଧ୍ୟରେ ସତର୍କତା ଅବଲମ୍ବନ କରି ମଖାପଦର ଗ୍ରାମପଞ୍ଚାୟତ ଜନସାଧାରଣଙ୍କୁ ସୁରକ୍ଷିତ ଏବଂ ସୁରକ୍ଷା ଦେବା ପାଇଁ ସଂକଳ୍ପ ବଦ୍ଧ ବୋଲି ସରପଞ୍ଚ ଦମ୍ଭ ଦେଖାଇ କହିଛନ୍ତି ।

ଯୁବ ସରପଞ୍ଚଙ୍କ ମହାନତା, କ୍ବାରେନଣ୍ଟାଇନ ସେଣ୍ଟରରେ ନିଜେ ବୁଝୁଛନ୍ତି ପ୍ରବାସୀଙ୍କ କଥା

ପ୍ରତିଦିନ ଭୋର 4ଟାରୁ ଉଠି ସମସ୍ତ କ୍ବାରେନଣ୍ଟାଇନ ସେଣ୍ଟର ପରିଦର୍ଶନ କରି ପ୍ରବାସୀଙ୍କ ସମସ୍ୟା ଓ ତାର ସମାଧାନ ଦିଗରେ କାମ କରୁଛନ୍ତି ଯୁବ ସରପଞ୍ଚ । ତାଙ୍କର ଏଭଳି ମନୋଭାବ ପାଇଁ ପ୍ରବାସୀ ଓଡିଆ ଶ୍ରମିକମାନେ ଧନ୍ୟବାଦ ଦେବା ସହ କ୍ବାରେନଣ୍ଟାଇନ ସେଣ୍ଟରରେ କୌଣସି ଅସୁବିଧା ହେଉନଥିବା ପ୍ରକାଶ କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Last Updated : May 23, 2020, 12:31 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.