ନୂଆପଡା: ନୂଆପଡା ଜିଲ୍ଲା ପୋଲିସଙ୍କୁ ବଡ ସଫଳତା । ବେଆଇନ ଦେଶୀ ମଦ କାରବାରରେ ଚାରି ଅଭିଯୁକ୍ତ ଗିରଫ । ବ୍ୟାପକ ମାତ୍ରାରେ ଦେଶୀ ମଦ ଏବଂ ମଦ ତିଆରି ସାମଗ୍ରୀ ସହ 230 ଲିଟର ମଦ ଜବତ କରାଯାଇଛି ।
ନୂଆପଡା ଜିଲ୍ଲା ଟାଉନ ଥାନା ଅଧିନସ୍ଥ ସାଇପଳା ଗାଁ ନିକଟସ୍ଥ ଜଙ୍ଗଲରେ ବେଆଇନ ମଦ କାରବାର ଚାଲିଥିବା ଖବର ପାଇଥିଲା ନୂଆପଡା ପୋଲିସ । ଖବର ପାଇ ସାଇପଳା ନିକଟସ୍ଥ ଜଙ୍ଗଲରେ ଅତର୍କିତ ଚଢ଼ାଉ କରିଥିଲେ ନୂଆପଡା ପୋଲିସର ଏକ ସ୍ଵତନ୍ତ୍ର ଟିମ ।
ଘାଟଣାସ୍ଥଳରୁ 230 ଲିଟର ବେଆଇନ ଦେଶୀ ମଦ, ମଦ ତିଆରିରେ ବ୍ୟବହୃତ ସାମଗ୍ରୀ, ପ୍ଲାଷ୍ଟିକ ଜାରକିଙ୍ଗ, ଷ୍ଟିଲ, ଆଲୁମିନିୟମ ଏବଂ ଅନ୍ୟାନ୍ୟ ସାମଗ୍ରୀମାନ ଜବତ କରିଛି ପୋଲିସ ।
ଏହାସହିତ ବେଆଇନ ମଦ କାରବାରରେ ଲିପ୍ତ ସାଇପଳା ଗାଁର ବିରସିଂ ମାଝୀ, କୋକିଳ ମାଝୀ, କବିରାଜ ମାଝୀ ଏବଂ ଡମ୍ବରୁଧର ମାଝୀକୁ ମଙ୍ଗଳବାର କୋର୍ଟ ଚାଲାଣ କରିଛି ନୂଆପଡା ପୋଲିସ ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ