ETV Bharat / state

ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଦାବିରେ ଡିଏଫଓଙ୍କ କାର୍ଯ୍ୟାଳୟ ଘେରାଉ

author img

By

Published : Oct 14, 2022, 7:17 PM IST

ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଦାବିରେ ନୂଆପଡା ଖଡିଆଳDFOଙ୍କ କାର୍ଯ୍ୟାଳୟ ଘେରାଉ କଲେ ହଜାର ହଜାର ଆଦିବାସୀ। ଅଧିକ ପଢନ୍ତୁ

ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଦାବିରେ ଡିଏଫଓଙ୍କ କାର୍ଯ୍ୟାଳୟ ଘେରାଉ
ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଦାବିରେ ଡିଏଫଓଙ୍କ କାର୍ଯ୍ୟାଳୟ ଘେରାଉ

ନୂଆପଡା: ୨୦ ଦଫା ଦାବି ନେଇ ଧାରଣାକୁ ଓହ୍ଲାଇଲେ ଜଙ୍ଗଲ ଜମି ମୁକ୍ତି ଆନ୍ଦୋଳନର ସଦସ୍ୟ । ଆଇନଜୀବୀ ହିରାଲାଲ ମାଝିଙ୍କ ନେତୃତ୍ୱରେ ନୂଆପଡା ଖଡିଆଳ DFOଙ୍କ କାର୍ଯ୍ୟାଳୟ ଘେରାଉ କଲେ ହଜାର ହଜାର ଆଦିବାସୀ । ଏହାକୁ ସମର୍ଥନ ଜଣାଇ ଆଦିବାସୀଙ୍କ ହକ ପାଇଁ ସ୍ବର ଉଠାଇଲେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ।

ଜଙ୍ଗଲ ଜମି ମୁକ୍ତି ଆନ୍ଦୋଳନ ନୂଆପଡା ପକ୍ଷରୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ଗୋଷ୍ଠୀ ଗତ ସମ୍ବଳ ଅଧିକାର, ଜଙ୍ଗଲ ଭିତରେ ଥିବା ଗାଁ ଗୁଡିକୁ ରାଜସ୍ୱ ଗ୍ରାମ ମାନ୍ୟତା, ଆଦିବାସୀମାନଙ୍କ ସହ ଜଙ୍ଗଲରେ ଦୀର୍ଘବର୍ଷରୁ ବାସ କରୁଥିବା ଅଣ ଆଦିବାସୀ ମାନଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଭଳି ୨୦ଦଫା ଦାବି ପୂରଣ ନେଇ ଖଡ଼ିଆଳ DFOଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା ।

ବିଶେଷ କରି ଗୋଷ୍ଠୀ ଗତ ସମ୍ବଳ ଅଧିକାର ନିୟମରେ ଖଡ଼ିଆଳ DFO ପାତରଅନ୍ତର ନୀତି ଅବଲମ୍ବନ କରିଛନ୍ତି । ଖଡ଼ିଆଳ ବ୍ଲକର ୪ଗୋଟି ଗ୍ରାମ ଏବଂ ସିନାପାଲି ବ୍ଲକର ୫ଟି ଗ୍ରାମକୁ ନାକଚ କରିଛନ୍ତି । କେଉଁ ଅଧିକାରରେ DFO ନାକଚ କରିଛନ୍ତି ତାର ଜବାବ ମାଗିଛନ୍ତି ଆନ୍ଦୋଳନକାରୀ । ୨୦୦୬ ଜଙ୍ଗଲ ଜମି ଅଧିକାର ଆଇନ ଅନୁସାରେ ପ୍ରତ୍ୟେକ ଗାଁ ଗୋଷ୍ଠୀ ସମ୍ବଳ ଅଧିକାର ପାଇବାର ନିୟମ ରହିଛି । ତୁରନ୍ତ ଡିଏଫଓ ଏହା ଉପରେ ବିଚାର କରନ୍ତୁ, ନଚେତ ଏକ ମାସ ପରେ ପୁଣି ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

ଏହା ମଧ୍ୟ ପଢନ୍ତୁ-ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ

ଏନେଇ ଅଧିରାଜ ମୋହନ ପାଣିଗ୍ରାହୀ କହିଛନ୍ତି ଯେ, ''ବିଧାୟକ ୨୦୦୬ରେ ଜଙ୍ଗଲ ଜମି ଅଧିକାର ଆଇନ ତତ୍‌କାଳୀନ ସରକାର ଆଦିବାସୀ ଅଣଆଦିବାସୀ ଓ ଯେଉଁମାନେ ଜଙ୍ଗଲରେ ବସବାସ କରୁଥିଲେ, ସେମାନଙ୍କ ପାଇଁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଥିଲେ, କିନ୍ତୁ ଆଜି ଆପଣ ମାନେ ଦେଖନ୍ତୁ ଓଡିଶାରେ ପୁରା ଖୁଲମ ଖୁଲା ଜଙ୍ଗଲ ଜମି ଆଇ ୨୦୦୬ର ଉଲ୍ଲଂଘନ ହେଉଛି, ଗୋଷ୍ଠୀ ସମ୍ବଳ ଅଧିକାର ଆଇନକୁ ଉଲ୍ଲଂଘନ କରାଯାଉଛି, ତାର ବିରୋଧରେ ଆଜି ସ୍ବର ଉତ୍ତୋଳନ କରାଯାଉଛି, ଯଦି ଏକ ମାସ ମଧ୍ୟରେ ସମସ୍ୟାର ସମାଧାନ ନହୁଏ ତେବେ ନୂଆପଡା ଜିଲ୍ଲାରେ ଜନ ଆନ୍ଦୋଳନ ହେବ ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.